ETV Bharat / city

ବାଲିଅନ୍ତାରେ ସରକାରୀ ଜମି ହଡପ ଅଭିଯୋଗ

ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ତହସିଲ ଅଣ୍ଡିଲୋ ଗାଁରେ ସରକାରୀ ଜମି ହଡପ କରାଯାଇଥିବା ଅଭିଯୋଗ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

author img

By

Published : Feb 18, 2021, 7:59 PM IST

ବାଲିଅନ୍ତାରେ ସରକାରୀ ଜମି ହଡପ ଅଭିଯୋଗ
ବାଲିଅନ୍ତାରେ ସରକାରୀ ଜମି ହଡପ ଅଭିଯୋଗ

ଭୁବନେଶ୍ବର: ରାଜଧାନୀ ବିଡିଏ ଅନ୍ତର୍ଗତ ବାଲିଅନ୍ତା ତହସିଲ ଅଞ୍ଚଳରେ ବ୍ୟାପକ ଦୁର୍ନୀତି । ବାଲିଅନ୍ତା ତହସିଲ ଅଣ୍ଡିଲୋ ଗାଁରେ ସରକାରୀ ଜମି ହଡପ କରାଯାଇଥିବା ଅଭିଯୋଗ ହୋଇଛି । ଗୁଣ୍ଠେ କି ଏକର ନୁହେଁ ପୁରା 4 ଏକର ସରକାରୀ ଜମିକୁ ଚଞ୍ଚକତା କରି ନିଜ ନାଁରେ ପଟ୍ଟା କରାଇ ନେଇଛି ଜଣେ ସ୍ଥାନୀୟ ବାସିନ୍ଦା ।

ବାଲିଅନ୍ତାରେ ସରକାରୀ ଜମି ହଡପ ଅଭିଯୋଗ

ବ୍ୟକ୍ତି ଜଣକ ଉକ୍ତ ଗାଁର ସନ୍ତୋଷ ସାହୁ । ସେ ଖାତା ନଂ- 611, ପ୍ଲଟ ନଂ- 480, 618, ୬୩୦, ୨୮୬/୨୬୬୧, ୧୩୦୪, ୧୨୭୦, ୧୨୭୩, ୧୨୩୧ ପ୍ଲଟକୁ ବିଭିନ୍ନ ଜମି ମାଫିଆଙ୍କ ନାମରେ କେବଳ କରିନାହାଁନ୍ତି ତାଙ୍କୁ ଓଏଲଆର 8 (A)ରେ ରୂପାନ୍ତରିତ ମଧ୍ୟ କରିଛନ୍ତି ।

ସେପଟେ ଉପଜିଲ୍ଲାପାଳ ଦେବବ୍ରତ ସାହୁ ଏହି ଘଟଣା ଏକ ଗୁରୁତର ଘଟଣା ବୋଲି କହିଛନ୍ତି । ସରକାରୀ ଜମି କାହାରି ନାମରେ ହୋଇପାରିବନି, ଯଦି କେହି ଚଞ୍ଚକତା କରି ଏପରି କରିଛି ତାହାର ତଦନ୍ତ ହେବ ଏବଂ ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.