ETV Bharat / city

ଗୋପାଳପୁର ପଲିଟିକ୍ସ: ପ୍ରଦୀପଙ୍କୁ ଚେକ୍, ଗୋପବନ୍ଧୁଙ୍କୁ ବ୍ରେକ୍ - bjd organise joining programme to counter mla

ବ୍ରହ୍ମପୁରର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବଦଳୁଛି ବିଜେଡିର ପଲିଟିକାଲ ଷ୍ଟ୍ରାଟେଜି । ସିଧାସଳଖ ରାଜନୀତିକୁ ଲମ୍ଫ ମାରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ତଥା ପୂର୍ବତନ ପ୍ରଶାସକ ଗୋପବନ୍ଧୁ ଦାସ । ପଞ୍ଚାୟତ ନିର୍ବାଚନ ସମୟରେ ପ୍ରଚ୍ଛଦପଟରେ ରହି ଗୋପାଳପୁରରେ ବିଜେଡିର ମଙ୍ଗ ଧରିଥିବା ଗୋପବନ୍ଧୁ ଏବେ ସିଧାସଳଖ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Sep 21, 2022, 8:29 PM IST

ଭୁବନେଶ୍ବର: ଗତ କିଛିଦିନ ହେଲା ନିଜ ନିର୍ବାଚନମଣ୍ଡଳୀରେ ବେଶ ସକ୍ରିୟ ହୋଇଛନ୍ତି ଗୋପାଳ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପଙ୍କ ସକ୍ରିୟତା ଦେଖି ଆକ୍ଟିଭ ହୋଇଛି ବିଜେଡି ଓ ପାୱାର କରିଡର । ପ୍ରଦୀପଙ୍କୁ ଗୋପାଳପୁରରେ ଚେକ ଦେବାକୁ ଗୋପବନ୍ଧୁ ଦାସଙ୍କୁ ବ୍ରେକ ଦେଇଛନ୍ତି ବିଜେଡି ଥିଙ୍କଟ୍ୟାଙ୍କ । ମୁଖ୍ୟମନ୍ତ୍ରୀ ରାଜନୈତିକ ସଚିବ ଥିବା ଗୋପବନ୍ଧୁ ଦାସ ଏବେ ସିଧାସଳଖ ବିଜେଡି କାର୍ଯ୍ୟକ୍ରମରେ ନଜର ଆସୁଛନ୍ତି ।

ଗୋପାଳପୁର ପଲିଟିକ୍ସ, ପ୍ରଦୀପଙ୍କୁ ଚେକ ଗୋପବନ୍ଧୁଙ୍କୁ ବ୍ରେକ

ବ୍ରହ୍ମପୁରର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବଦଳୁଛି ବିଜେଡିର ପଲିଟିକାଲ ଷ୍ଟ୍ରାଟେଜି । ସିଧାସଳଖ ରାଜନୀତିକୁ ଲମ୍ଫ ମାରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ତଥା ପୂର୍ବତନ ପ୍ରଶାସକ ଗୋପବନ୍ଧୁ ଦାସ । ପଞ୍ଚାୟତ ନିର୍ବାଚନ ସମୟରେ ପ୍ରଚ୍ଛଦପଟରେ ରହି ଗୋପାଳପୁରରେ ବିଜେଡିର ମଙ୍ଗ ଧରିଥିବା ଗୋପବନ୍ଧୁ ଏବେ ସିଧାସଳଖ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ବିଜେଡି ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଗୋପବନ୍ଧୁ । ଡାଏସରେ ବସି ତାଳି ମାରିଥିଲେ ବି ଭାଷଣ ଦେଇନାହାନ୍ତି ।

ଭୁବନେଶ୍ୱର ଯୁବ ବିଜେଡି କାର୍ଯ୍ୟାଳୟରେ ଆଜି ଆୟୋଜିତ ହୋଇଛି ଗଞ୍ଜାମ ଜିଲ୍ଲା ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀର ମିଶ୍ରଣ କାର୍ଯ୍ୟକ୍ରମ । ବିରୋଧୀ ବିଜେପି ଓ କଂଗ୍ରେସ ମହିଳା ମୋର୍ଚ୍ଚାର ଶତାଧିକ ପଦାଧିକାରୀ, କର୍ମୀ ଆନୁଷ୍ଠାନିକ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ରହିଛି । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଆକୃଷ୍ଟ ହୋଇ ଅନ୍ୟ ଦଳର କାର୍ଯ୍ୟକର୍ତ୍ତା ବିଜେଡିରେ ସାମିଲ ହେଉଥିବା ବିଜେଡି ପକ୍ଷରୁ କୁହାଯାଇଛି । ମିଶ୍ରଣ ପର୍ବରେ ପୂର୍ତ୍ତ ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକ, ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ, ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

ସେପଟେ ଗୋପାଳପୁର ରାଜନୀତିରେ ପୁଣି ସକ୍ରିୟ ହେଉଛନ୍ତି ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ । ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କ ସୁଖଦୁଃଖ ବିଷୟ ଆଲୋଚନା କରିଛନ୍ତି ବିଧାୟକ । ଜେଲରୁ ଫେରିବା ପରେ ପୁଣି ଥରେ ପ୍ରଦୀପ ନିଜର ଉପସ୍ଥିତି ଜାହିର କରୁଥିବାରୁ ବିଜେଡି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବିଧାୟକ, ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କ ସହ ଆଲୋଚନା କରିବା ସହ ଦୀର୍ଘ ଦିନରୁ ଆସି ପାରିନଥିବାରୁ ଲୋକଙ୍କୁ କ୍ଷମା ପ୍ରାର୍ଥନା କରୁଛନ୍ତି । ଏନେଇ ପ୍ରଦୀପକୁ କଠୋର ଭାଷାରେ ସମାଲୋଚନା କରିଛନ୍ତି ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.