ଭୁବନେଶ୍ବର: ମଧୁବାବୁ ପେନସନ ଯୋଜନାରେ ଆଉ 4 ମାସର ସାମାଜିକ ସୁରକ୍ଷା ଭତ୍ତା ମିଳିବ । ଏହି ଯୋଜନାରେ ସବୁ ହିତାଧିକାରୀଙ୍କୁ ମିଳିବ ଭତ୍ତା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଓ ନିଷ୍ପତ୍ତି କ୍ରମେ ସେପ୍ଟେମ୍ବର, ଅକ୍ଟୋବର,ନଭେମ୍ବର ଓ ଡିସେମ୍ବର ମାସର ଭତ୍ତା ଏକକାଳୀନ ମିଳିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।
ରାଜ୍ୟର ୪୮ ଲକ୍ଷ ହିତାଧିକାରୀ ଏହି ଯୋଯନାରେ ଲାଭବାନ ହେବେ । ପୂର୍ବରୁ ମଧ୍ୟ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ୪ ମାସର ପେନସନ ଦିଆଯାଇଥିଲା । ଏହାସହ ପୂର୍ବରୁ ବିଭାଗ ପକ୍ଷରୁ ୧ ହଜାର ଲେଖାଏଁ ଅଧିକ ଭତ୍ତା ଦିଆଯାଇଥିଲା । ଏହାସହ ଏହି ଯୋଜନାରେ କିନ୍ନରମାନଙ୍କୁ ସାମିଲ କରିବା ପାଇଁ ମଧ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି ।
ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର, ଡିସେମ୍ବରର ଭତ୍ତା ଦେବାକୁ ନିଷ୍ପତି ନେଇଛନ୍ତି ସରକାର। କୋରୋନା ପରିପ୍ରେକ୍ଷୀରେ ଏହି ଆଗୁଆ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ପୁର୍ବରୁ ମଧ୍ୟ ଅଗଷ୍ଟ ଯାଏଁ ସରକାର ଅଗ୍ରୀମ ଭତ୍ତା ପ୍ରଦାନ କରିଥିଲେ ।
ଭୁବନେଶ୍ବରରୁ ତାପସ ପରିଡାଙ୍କ ସହ ତପନ କୁମାର ଦାସ, ଇଟିଭି ଭାରତ