ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କ ବାହାଘର, କଟକଣାରେ ବାହାରିଲେ ବରଯାତ୍ରୀ । କୋଭିଡ କଟକଣା ଭିତରେ ହେବ ଲିଙ୍ଗରାଜଙ୍କ ବିବାହ ଉତ୍ସବ। ଦେବ ଦମ୍ପତ୍ତିଙ୍କ ବିବାହ ବା ଶୀତଳଷଷ୍ଠୀ ଯାତ୍ରା ପାଇଁ ସେବାୟତ ତୟାର ।
ଦେବ ଦମ୍ପତ୍ତିଙ୍କ ବିବାହ ବା ଶୀତଳଷଷ୍ଠୀ ଯାତ୍ରା ପାଇଁ ସେବାୟତ ତୟାର । ୧୧ଟାରେ ବରଯାତ୍ରୀ ବାହାରିବେ ।ଏଥିପାଇଁ ପାରମ୍ପରିକ ରୋସଣୀ ନେଇ ଶ୍ବଶୁର ଘର ଅଭିମୁଖେ ବାହାରିବେ ମହାପ୍ରଭୁ ଲିଙ୍ଗରାଜ। ଏଥିପାଇଁ ସୁରକ୍ଷା ଦାୟିତ୍ବ ତୁଲାଇବାକୁ ପୋଲିସ ମଧ୍ଯ ଉପସ୍ଥିତ । ସାଙ୍ଗରେ ବରଯାତ୍ରୀ, ଘଣ୍ଟଘଣ୍ଟା ସହ ପାରମ୍ପରିକ ବାଦ୍ୟ ଓ ରୋସଣୀ କରି ବାହାହେବକୁ ଯିବେ ଲିଙ୍ଗରାଜ। କରୋନା କଟକଣା ମଧ୍ୟରେ ୭ ଜଣ ସେବାୟତ ନୀତି କାନ୍ତିରେ ସାମିଲ ହେବେ । ମାନବୀୟ ବାହାଘର ଭଳି ଦେବଦମ୍ପତିଙ୍କ ବିବାହ ପାଇଁ ପ୍ରସ୍ତୁତ ହୋଇଛି ଲିଙ୍ଗରାଜ ମନ୍ଦିର। ଏଥିପାଇଁ ଲିଙ୍ଗରାଜଙ୍କ ପାଲିଙ୍କି ଓ ବିମାନ ବାହାରି କେଦାରଗୌରୀ ମନ୍ଦିରରେ 11ଟା 45 ସୁଦ୍ଧା ପହଁଚିବାର କାର୍ଯ୍ୟକ୍ରମ ରହିଛି ।
ବର ସହ ବରଯାତ୍ରୀ କେଦାରଗୌରୀ ମନ୍ଦିରରେ ପହଞ୍ଚିବା ପରେ ଶ୍ବଶୁର ଘର ପକ୍ଷରୁ ଲିଙ୍ଗରାଜ ଙ୍କୁ ବାଟବରଣି କରାଯିବ। ପରେ ଅନ୍ୟାନ୍ୟ ନୀତିକାନ୍ତି କରାଯିବା ପରେ ବେଦିକୁ ନିଆଯାଇ ମା ପାର୍ବତୀ ଙ୍କ ସହ ବିବାହ କରାଯିବବିଳମ୍ବିତ ରାତିରେ ପଡିବ ହାତଗଣ୍ଠି। ବିବାହ ପରେ କିଛି ସମୟ ପାଇଁ ପହୁଡ଼ ପଡିବ। କାଲି ରାତି ସାଢ଼େ 10ଟା ସମୟରେ ଲିଙ୍ଗରାଜ ଯୌତୁକ ରେ ପଣସ ବାଗେନା ଏବଂ ଇନ୍ଦ୍ର ହାତୀ ନେଇ ରାତି ୧୧ଟା ୪୫ସୁଦ୍ଧା ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । କଟକଣା କ୍ରମେ ଭୋଜିଭାତ, ଆତସବାଜି, ସାଜସଜ୍ଜା, ଭକ୍ତଙ୍କ ଦର୍ଶନ ସବୁ ଉପରେ ଲାଗିଛି ରୋକ । ଭକ୍ତମାନେ ମଧ୍ୟ ଚଳିତ ବର୍ଷ ଦେବ ବିବାହ ଦର୍ଶନରୁ ବଞ୍ଚିତ ହେଉଥିବାରୁ ଦୁଖ ପ୍ରକାଶ କରିଛନ୍ତି ।
ବିବାହ କାର୍ଯ୍ୟରେ ଲିଙ୍ଗରାଜ ଓ ମାତା ପାର୍ବତୀଙ୍କ ସହ ବାସୁଦେବ ଓ କପିଳନାଥ ଦେବ ଉପସ୍ଥିତ ରହିବା କଥା ତେବେ ଗତ କିଛି ବର୍ଷ ଧରି କୌଣସି କାରଣରୁ କପିଳନାଥ ଅନୁପସ୍ଥିତ ରହି ପରମ୍ପରା ଭଙ୍ଗ ହେଉଛି। ଏହାସହ ବାହାଘର ସମୟରେ ସମ୍ପୂର୍ଣ୍ଣ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ