ETV Bharat / city

ଆରମ୍ଭ ହେଲା ଗୀତିନାଟ୍ୟ ଉତ୍ସବ: ପ୍ରଥମ ଦିନରେ ମହୀରାବଣ ବଧ - Gitinatya festival

ଆଜିଠୁ ଆରମ୍ଭ ହୋଇଛି ଗୀତିନାଟ୍ୟ ଉତ୍ସବ । ପ୍ରଥମ ଦିନରେ ମହୀରାବଣ ବଧ ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ...

ଗୀତିନାଟ୍ୟ ଉତ୍ସବ
ଗୀତିନାଟ୍ୟ ଉତ୍ସବ
author img

By

Published : Jan 27, 2021, 10:30 PM IST

ଭୁବନେଶ୍ବର: ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରବୀନ୍ଦ୍ର ମଣ୍ଡପ ଠାରେ 3 ଦିନିଆ ଗୀତିନାଟ୍ୟ ଉତ୍ସବ ଆରମ୍ଭ ହୋଇଛି। ଯାହାର ମୁଖ୍ୟ ଉଦ୍ଦେଶ୍ୟ ଆମର ପାରମ୍ପରିକ ମନୋରଞ୍ଜନର ପ୍ରଚାର ପ୍ରସାର କରିବା ସହ ପରପିଢି ପାଇଁ ସଂରକ୍ଷଣ କରି ରଖିବା।

ବିଗତ ଦୁଇ ବର୍ଷ ଧରି ଏହା ଆରମ୍ଭ ହୋଇଥିବା ବେଳେ ଗତବର୍ଷ କୋରୋନା ଯୋଗୁଁ ଏହାର ଆୟୋଜନ ହୋଇ ପାରି ନଥିଲା। ବର୍ତ୍ତମାନ କୋରୋନା କଟକଣା କୋହଳ ହେବା ସହ ଏହା ଆରମ୍ଭ ହୋଇଥିବା କହିଛନ୍ତି ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ ଦାସ।

ଗୀତିନାଟ୍ୟ ଉତ୍ସବ

ଆଗାମୀ ବର୍ଷ ସାରା ରାଜ୍ୟରୁ ଗୀତିନାଟ୍ୟ ଦଳ ମାନଙ୍କୁ ଆମନ୍ତ୍ରଣ କରାଯିବା ସହ କମ୍ପିଟେସନ କରାଯିବାର ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି । ଏହା ସହ ଗୀତିନାଟ୍ୟ ମହୋତ୍ସବ ଆୟୋଜନ ଚିନ୍ତା କରାଯାଉଥିବା ସେ କହିଛନ୍ତି।

ଆଜି ପ୍ରଥମ ସନ୍ଧ୍ୟାରେ ଲାବଣ୍ୟ ଥିଏଟର ଭୁବନେଶ୍ବର ପକ୍ଷରୁ ମହୀରାବଣ ବଧ ଆୟୋଜନ କରାଯାଇଛି। ଯାହାକୁ ଦର୍ଶକମାନେ ବେଶ ଉପଭୋଗ କରିଥିବା ଦେଖାଯାଇଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.