ETV Bharat / city

ପୂଜା ମଣ୍ଡପରେ ଦୁଃଖ, ସମ୍ମାନଓ ସଚେତନତା; ଶ୍ରଦ୍ଧାଳୁଙ୍କୁ ଚାରା ବଣ୍ଟନ - ଭୁବନେଶ୍ବର

ପୂଜା ପାଉଛନ୍ତି ବିଘ୍ନ ବିନାଶକ । ଚାଲିଛି ସଚେତନା ସହ ଚାରା ବଣ୍ଟନ । ପୂଜା ମଣ୍ଡପରେ ଫନି ଦୃଶ୍ୟ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 2, 2019, 9:55 PM IST

ଭୁବନେଶ୍ବର: ବେଶ ଜାକଜମକରେ ସାରା ଦେଶରେ ଚାଲିଛି ବିଘ୍ନବିନାଶକଙ୍କ ପୂଜା । ଅଗ୍ରଦେବତାଙ୍କ ପୂଜା ପାଇଁ କେଉଁଠି ଆକର୍ଷଣୀୟ ତୋରଣ ହୋଇଛି ତ କେଉଁଠି ବିଶାଳ ପ୍ରତିମା ଶୋଭା ପାଉଛି । ତେବେ ଭୁବନେଶ୍ବରର ଦୁଇଟି ପୂଜା ମଣ୍ଡପ ଏବେ ଭକ୍ତଙ୍କୁ ଆକୃଷ୍ଟ କରୁଛି । ଗତ କିଛିମାସ ତଳେ ରାଜ୍ୟରେ ସାମୁଦ୍ରିକ ଝଡ ‘ଫନି’ ଆସି ବ୍ୟାପକ କ୍ଷୟକ୍ଷତି କରିଥିଲା । ଯଦ୍ବାରା ବହୁଦିନ ଧରି ପୁରୀ ଏବଂ ଭୁବନେଶ୍ବର ଅନ୍ଧାରରେ ଥିଲା । ସେହି ସମୟରେ ଏନଡିଆରଏଫ ଏବଂ ଓଡ୍ରାଫଙ୍କ ପରିଶ୍ରମରେ କମଦିନ ମଧ୍ୟରେ ସ୍ଥିତି କିଛି ମାତ୍ରାରେ ସ୍ବାଭାବିକ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସେହି ଦୁଃଖର ସମୟକୁ ଏବେ ପୂଜା ମଣ୍ଡପରେ ଦର୍ଶାଇଛନ୍ତି କେବିଏନ ଗ୍ରୁଫ ତଥା କଳିଙ୍ଗ ଭାରତୀୟ ନାଗରିକ ସଦସ୍ୟ । ୟୁନିଟ-8 ସ୍ଥିତ ଏହି ପୂଜା ମଣ୍ଡପରେ ଉଦ୍ଧାରକାରୀ ଓଡ୍ରାଫ ଗଣେଶଙ୍କ ପ୍ରତିମା ପ୍ରସ୍ତୁତ କରାଯାଇଛି । ଯାହା ସେହି ଏନଡିଆରଏଫ ଏବଂ ଓଡ୍ରାଫଙ୍କ ପ୍ରତି ସମ୍ମାନ । ସେହିପରି ଝାରପଡାର ମହାବୀର ପୂଜା କମିଟି ପକ୍ଷରୁ ଏପରି କିଛି ମୂର୍ତ୍ତି କରାଯାଇ ନଥିଲେ ମଧ୍ୟ ଗଣେଷ ପୂଜା ଅବସରରେ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବିଭିନ୍ନ ଚାରା ବଣ୍ଟନ କରୁଛନ୍ତି।

ଯାହା ଦ୍ବାରା ଫନି ପରେ ଶ୍ରୀହୀନ ହୋଇପଡିଥିବା ଭୁବନେଶ୍ବର ସହରକୁ ପୁଣିଥରେ ସବୁଜିମାରେ ପରିଣତ କରିବାକୁ ଏହି ପଦକ୍ଷେପ ସାମାନ୍ୟ ସହାୟକ ହୋଇପାରିବ ବୋଲି କହିଛନ୍ତି ପୂଜା କମିଟି ସଦସ୍ୟ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଗତ ଫନି ବାତ୍ୟା ଯୋଗୁ ଭୁବନେଶ୍ୱର ଓ ପୁରୀ ସମେତ ଓଡ଼ିଶାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିଲା।ଯାହାର ଫଳ ସ୍ୱରୂପ ଜନସାଧାରଣ ମାନେ ଅନେକ ଦୁଃଖ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିବାବେଳେ ସବୁଜିମା ଏକ ପ୍ରକାର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା।ସେହି ବିପତ୍ତିରୁ ଓଡ୍ରାଫ ସାଧାରଣ ଲୋକଙ୍କୁ ଉଦ୍ଧାର କରିବା ସହିତ ସହରରେ ସ୍ୱାଭାବିକ ସ୍ଥିତି ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।ଯାହାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ କେବିଏନ ଗ୍ରୁପ ୟୁନିଟ 8 ପକ୍ଷରୁ ଏଥର ଗଣେଶ ପୂଜାରେ ସେହି ଫନି ବାତ୍ୟାରୁ ଉଦ୍ଧାରକାରି ଓଡ୍ରାଫ ଗଣେଶ ପ୍ରସ୍ତୁତ କରାଯାଇଛି।

Body:ଯାହାକି ସାଧାରଣ ଜନତାଙ୍କ ସେହି ବିପତ୍ତି ବିଷୟରେ ସଚେତନ କରିବା ସହିତ ବିଘ୍ନ ବିନାଶକ ଗଣେଶ ସବୁବେଳେ ଏହିପରି ଜନସାଧାରଣଙ୍କୁ ରକ୍ଷା କରନ୍ତୁ ବୋଲି କ୍ଲବର ସଦସ୍ୟ ସୁରଥ ପାର୍ଥନା କରିଛନ୍ତି।ସେହିପରି ଝାରପଡା ର ମହାବୀର ପୂଜା କମିଟି ପକ୍ଷରୁ ଏପରି କିଛି ମୂର୍ତ୍ତି କରାଯାଇ ନଥିଲେ ମଧ୍ୟ ଏହି ପୂଜା ଅବସରରେ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ବିଭିନ୍ନ ଚାରା ବଣ୍ଟନ କରୁଥିବା ଦେଖିବାକୁ ମିଳିଛି।କଣ ପାଇଁ ଏଭଳି କରାଯାଉଛି ବୋଲି ପଚାରିବାରୁ ଗତ ଫନି ବାତ୍ୟାରେ ନଷ୍ଟ ହୋଇଥିବା ସବୁଜିମା କୁ ପୁନଃ ଫେରାଇ ଆଣିବା ଉଦେଶ୍ୟରେ ଗୁଣ୍ଡୁଚି ମୂଷା ଭଳି ଏହି ଛୋଟ ପ୍ରୟାସ କରୁଥିବା ଅନୁଷ୍ଠାନର ସଦସ୍ୟ ପ୍ରକାଶ କରିଛନ୍ତି।
ବାଇଟ-୧/୨-ପୂଜା ମଣ୍ଡପ ସଦସ୍ୟ
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.