ETV Bharat / city

ଆଜି ଆକାଶରେ ଦୃଶ୍ୟମାନ ହେବ ଗୋଲାପି ଜହ୍ନ

ଆଜି ଆକାଶରେ ଚମକିବ ଗୋଲାପି ଜହ୍ନ । ଆଜି ପୂର୍ଣ୍ଣିମା ପଡୁଥିବାରୁ ଆକାଶରେ ଉଜ୍ଜ୍ବଳ ଜହ୍ନ ଦୃଶ୍ୟମାନ ହେବ। ଅଧିକ ପଢ଼ନ୍ତୁ

full pink moon to illuminate the sky
ଆଜି ଆକାଶରେ ଦୃଶ୍ୟମାନ ହେବ 'ଗୋଲାପି ଜହ୍ନ'
author img

By

Published : Apr 16, 2022, 9:18 AM IST

Updated : Apr 16, 2022, 11:50 AM IST

ଭୁବନେଶ୍ବର: ଆଜି ଆକାଶରେ ଚମକିବ 'ଗୋଲାପି ଜହ୍ନ' । ଆଜି ପୂର୍ଣ୍ଣିମା ପଡୁଥିବାରୁ ଆକାଶରେ ଉଜ୍ଜଳ ଜହ୍ନ ଦୃଶ୍ୟମାନ ହେବ। ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଗୋଲାପି ଜହ୍ନ ନେଇ ବେଶ ଚର୍ଚ୍ଚା ହେଉଛି । ବାସ୍ତବରେ ଜହ୍ନର ରଙ୍ଗ ଗୋଲାପି ହେବନାହିଁ । ଏହା କେବଳ ଏକ ନାମକରଣ ମାତ୍ର । ସବୁଦିନ ଭଳି ଆଜି ମଧ୍ୟ ଉଜ୍ଜଳ ଧଳା ରଙ୍ଗର ଜହ୍ନ ଦେଖାଯିବ ।

ଉତ୍ତର ଆମେରିକାର ଅଧିବାସୀମାନେ ଏପ୍ରିଲ ମାସର ପୂର୍ଣ୍ଣଚନ୍ଦ୍ରକୁ ଏପରି ନାମକରଣ କରିଥିଲେ । ଯାହା ଏବେ ମଧ୍ୟ ପ୍ରଚଳିତ ହେଉଛି । ଯେମିତି ହିନ୍ଦୁମାନେ ଏହି ପୂର୍ଣ୍ଣିମାକୁ ହନୁମାନ ଜୟନ୍ତୀ ରୂପେ ପାଳନ କରନ୍ତି । ସେହିପରି ବୌଦ୍ଧ ଧର୍ମୀଙ୍କ ପାଇଁ ବିଶେଷକରି ଶ୍ରୀଲଙ୍କାରେ 'ବକପୋୟା' ନାମରେ ପରିଚିତ । ବସନ୍ତ ଋତୁର ଆଗମନରେ 'ମସ୍ ଫ୍ଲକ୍ସ' ଲତାରୁ ଗୋଲାପି ଫୁଲ ଫୁଟି ଚାରିଆଡ଼େ ଗୋଲାପି ରଙ୍ଗ ଧାରଣ କରେ । ତେଣୁ ଉତ୍ତର ଆମେରିକାର ଅଧିବାସୀ ଏପ୍ରିଲ ମାସର ପୂର୍ଣ୍ଣଚନ୍ଦ୍ରକୁ 'ଗୋଲାପି ଚନ୍ଦ୍ର' ନାମକରଣ କରିଥିଲେ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Last Updated : Apr 16, 2022, 11:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.