ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଦାୟୀ ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଗଠନ ଦାୟିତ୍ବ

author img

By

Published : Jun 6, 2022, 12:14 PM IST

Updated : Jun 6, 2022, 12:54 PM IST

ମୁଖ୍ୟମନ୍ତ୍ରୀ ନବୀନ ନିଜ ମନ୍ତ୍ରୀମଣ୍ଡଳର ନବକଳେବର କରିଛନ୍ତି । ମନ୍ତ୍ରୀ ମଣ୍ଡଳରୁ ବାଦ୍‌ ପଡ଼ିଥିବା ନେତା ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଦାୟୀ ମନ୍ତ୍ରୀ, ଖୁବଶୀଘ୍ର ଦିଆଯିବ ସଂଗଠନ ଦାୟିତ୍ବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଦାୟୀ ମନ୍ତ୍ରୀ । ମନ୍ତ୍ରୀମଣ୍ଡଳରୁ ବାଦ୍‌ ପଡିଥିବା ସମସ୍ତ ନେତା ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ବିଦାୟୀ ମନ୍ତ୍ରୀମାନେ ନବୀନଙ୍କୁ ଭେଟି ଆଲୋଚନା କରିଛନ୍ତି । ସଂଗଠନ ପାଇଁ କାର୍ଯ୍ୟ କରିବାକୁ ବିଦାୟୀ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ନବୀନ ।

ଜଣଙ୍କ ପରେ ଜଣେ ମନ୍ତ୍ରୀ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସୁଦାମ ମାରାଣ୍ଡି, ପଦ୍ମନାଭ ବେହେରା, ସୁଶାନ୍ତ ସିଂ, ପଦ୍ମିନୀ ଦିଆନ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ବିଦାୟୀ ମନ୍ତ୍ରୀଙ୍କୁ କହିଛନ୍ତି ଯେ, ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଏକ ସ୍ବାଭାବିକ ପ୍ରକ୍ରିୟା ।

ପ୍ରଦର୍ଶନକୁ ନେଇ ମନ୍ତ୍ରିମଣ୍ଡଳ ଅଦଳବଦଳ କରାଯାଇନାହିଁ । ରୋଟେସନ ଭିତ୍ତିରେ ଏହି ପରିବର୍ତ୍ତନ ହୋଇଛି । ୨୦୨୪ ନିର୍ବାଚନ ରହିଛି । ସଂଗଠନ ଦାୟିତ୍ବ ସମ୍ଭାଳିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ବିଦାୟୀ ମନ୍ତ୍ରୀଙ୍କୁ ସଂଗଠନ ସମ୍ଭାଳିବାକୁ ନବୀନ ପରାମର୍ଶ ଦେଇଛନ୍ତି । ଆସନ୍ତା ୨ କିମ୍ବା ୩ ଦିନ ମଧ୍ୟରେ ବିଦାୟୀ ମନ୍ତ୍ରୀଙ୍କୁ ସଂଗଠନ ଦାୟିତ୍ବ ଦିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 6, 2022, 12:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.