ETV Bharat / city

ରାଜଧାନୀରେ ଦେବଦୂତ ସାଜିଲା ଦମକଳ ଗାଡି

ରାଜଧାନୀର ଗଳିକନ୍ଦି, ବସ୍ତି ଓ କଲୋନୀରେ ଘୂରି ବୁଲୁଛି ଫାୟାର ସର୍ଭିସ ଗାଡି । ନିଆଁ ଲିଭାଇବାକୁ ନୁହେଁ ବଂର ପାନୀୟ ଜଳ ଯୋଗାଇବାକୁ ଏଭଳି ପ୍ରୟାସ ଆରମ୍ଭ କରିଛି ଦମକଳ ବାହିନୀ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 7, 2019, 7:40 PM IST

ଭୁବନେଶ୍ବର: ସାମୁଦ୍ରିକ ଝଡ ଝାଡି ଦେଇଛି ରାଜଧାନୀର ଚମକ । ଫନି ଚାଲିଯାଇଛି । ହେଲେ ଯେଉଁ ଆଡେ ଆଖି ବୁଲେଇବେ ଖାଲି ଛାନଭିନ, ଛାରଖାର ଏବଂ ଛିନଛତ୍ର ଚିତ୍ର । ଫନି ବିଭୀଷିକାରେ ଭୁଶୁଡି ପଡିଥିବା ଭୁବନେଶ୍ବରରେ ଗତ 4ଦିନ ଧରି ଅନ୍ଧାରରେ ରାଜଧାନୀବାସୀ ଦିନ କାଟୁଥିବାବେଳେ ପାନୀୟ ଜଳ ପାଇଁ ଡହଳ ବିକଳ ହୋଇଛନ୍ତି । ଆଉ ଏଭଳି ସ୍ଥିତିରେ ଦେବଦୂତ ସାଜି ତୃଷ୍ଣା ମେଣ୍ଟାଉଛି ଫାୟାର ସର୍ଭିସ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ରାଜଧାନୀର ଗଳିକନ୍ଦି, ବସ୍ତି ଓ କଲୋନୀରେ ଘୂରି ବୁଲୁଛି ଫାୟାର ସର୍ଭିସ ଗାଡି । ନିଆଁ ଲିଭାଇବାକୁ ନୁହେଁ ବଂର ପାନୀୟ ଜଳ ଯୋଗାଇବାକୁ ଏଭଳି ପ୍ରୟାସ ଆରମ୍ଭ କରିଛି ଦମକଳ ବାହିନୀ । ବାତ୍ୟା ଫନି ପରେ ରାଜଧାନୀରେ ବିଜୁଳି ଓ ପାନୀୟ ଜଳ ମୁଖ୍ୟ ସମସ୍ୟା ହୋଇଥିବାବେଳେ ୱାଟର ଟ୍ୟାଙ୍କରେ ଲୋକଙ୍କୁ ପାନୀୟ ଜଳ ଯୋଗା ଯାଉଛି ।

ପ୍ରତି ଘରେ ପାଣି ପହଞ୍ଚାଇବାକୁ ଅଗ୍ନୀଶମ ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଛି । ଲୋକଙ୍କ ଚାହିଦା ଦେଖି ଗୋଟିଏ ପରେ ଗୋଟିଏ ବସ୍ତିରେ ପାଣି ଯୋଗାଯାଉଛି । ଫନି ତାଣ୍ଡବ ପରେ 4ଦିନ ଧରି ପିଇବା ପାଣି ପାଇଁ ଆଉଟୁ ପାଉଟୁ ହେଉଥିବା ଲୋକେ ଅଗ୍ନୀଶମ ବିଭାଗକୁ ଧନ୍ୟବାଦ ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

df

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.