ETV Bharat / city

କୋରୋନା ନିୟମ ଉଲ୍ଲଙ୍ଘନ ଅଭିଯୋଗ, ବିଏମସି କମିଶନରଙ୍କ ନାମରେ ଏତଲା - ବିଏମସି କମିଶନରଙ୍କ ନାମରେ ଏତଲା

କୋଭିଡ ନିୟମ ଉଲ୍ଲଙ୍ଘନ କରୁଛନ୍ତି ବିଏମସି କମିଶନର ।ବରିଷ୍ଠ ନାଗରିକଙ୍କ ସହ ସଟଡାଉନରେ ଏକତ୍ରିତ ହୋଇ ବୈଠକ କରିଛନ୍ତି । ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କ୍ୟାପିଟାଲ ଥାନାରେ ଏତଲା ଦେଇଛି ସିଭିଲ ସୋସାଇଟ ଫୋରମ ।

କୋରୋନା ନିୟମ ଉଲଙ୍ଘନ ଅଭିଯୋଗ, ବିଏମସି କମିଶନରଙ୍କ ନାମରେ ଏତଲା

author img

By

Published : Jul 8, 2020, 7:50 AM IST

ଭୁବନେଶ୍ବର: କୋଭିଡ ନିୟମ ଉଲ୍ଲଙ୍ଘନ କରୁଛନ୍ତି ବିଏମସି କମିଶନର । ରାଜ୍ୟ ସରକାରଙ୍କ ନିୟମ ଭାଙ୍ଗି ଆୟୋଜିତ କରିଛନ୍ତି ବୈଠକ । ବରିଷ୍ଠ ନାଗରିକଙ୍କ ସହ ସଟଡାଉନରେ ଏକତ୍ରିତ ହୋଇ ବୈଠକ କରିଛନ୍ତି । ଯାହା କୋଭିଡ ନିୟମର ଧାରା 8 (e)ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ଆଣି, ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କ୍ୟାପିଟାଲ ଥାନାରେ ଏତଲା ଦେଇଛି ସିଭିଲ ସୋସାଇଟ ଫୋରମ ।

କୋରୋନା ନିୟମ ଉଲଙ୍ଘନ ଅଭିଯୋଗ, ବିଏମସି କମିଶନରଙ୍କ ନାମରେ ଏତଲା
କୋରୋନା ନିୟମ ଉଲଙ୍ଘନ ଅଭିଯୋଗ, ବିଏମସି କମିଶନରଙ୍କ ନାମରେ ଏତଲା

ସମାଜସେବୀ ସଞ୍ଜୁକ୍ତା ପାଣିଗ୍ରାହୀଙ୍କ ନେତୃତ୍ବରେ ଏକ ଟିମ ସରକାରଙ୍କ କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ଅଭିଯୋଗ ଆଣି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପାଣିଗ୍ରାହୀ ତାଙ୍କ FIR ରେ ଦର୍ଶାଇଛନ୍ତି ଯେ, ‘କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ରାଜ୍ୟରେ ସଭାସମିତି, ଜନସମାବେଶ ଉପରେ ରୋକ ଲଗାଇବା ସହ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ସେଥିପାଇଁ ଭୁବନେଶ୍ବରରେ ପ୍ରତି ସପ୍ତାହରେ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି ।

କିନ୍ତୁ ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ସମସ୍ତ ନୀତିନିୟମ ଉଲ୍ଲଙ୍ଘନ କରି ଶନିବାର ଓ ରବିବାର ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବୈଠକ କରିବା, ବରିଷ୍ଠ ନାଗରିକମାନଙ୍କୁ ନେଇ ପାର୍କରେ ସଭାସମିତି କରିବା ଇତ୍ୟାଦି କାର୍ଯ୍ୟକ୍ରମ କରିଥିଲେ ଯାହାକି କୋଭିଡ ଗାଇଡଲାଇନର ଉଲଙ୍ଘନ ଅଟେ ।’

କ୍ୟାପିଟାଲ ଥାନାରେ ଏତଲା ସମୟରେ ଆଇନଜୀବୀ ସୁଧୀର ମହାନ୍ତି, ସୂଚନାଧିକାର କର୍ମୀ ଶ୍ରୀକାନ୍ତ ପାକଳ, ପ୍ରତାପ ସାହୁ, ପ୍ରଦିପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.