ଭୁବନେଶ୍ବର: ସ୍ମାର୍ଟସିଟିରେ ଜୋରଦାର ଉଚ୍ଛେଦ। ଟ୍ରାଫିକ ସମସ୍ୟାକୁ ଏଡାଇବା ପାଇଁ ଜାରି ରହିଛି ଉଚ୍ଛେଦ। ସ୍ମାର୍ଟସିଟିର ସୌନ୍ଦର୍ଯ୍ୟକରଣ ଓ ଟ୍ରାଫିକ ସମସ୍ୟାକୁ ଆଳ କରି ବିଏମସି, ବିଡିଏ ଓ କମିଶନରେଟ ପୋଲିସର ଉଚ୍ଛେଦ ଅଭିଯାନକୁ କଡାକଡି କରାଯାଇଛି।
ମଙ୍ଗଳବାର ଭୁବନେଶ୍ବର ପାତସକଳା ଠାରୁ ଫାୟାର ଷ୍ଟେସନ ଛକ ପର୍ଯ୍ୟନ୍ତ ଗଢି ଉଠିଥିବା ପ୍ରାୟ ୫ଟି କ୍ୟାବିନ, ୪ ଟି ବାଉଁଶ ଛପର ଉଠା ଦୋକାନ, ୫ ଟି ଅସ୍ଥାୟୀ ଦୋକାନ ଓ ଅନ୍ୟାନ୍ୟ ଉଠା ଦୋକାନକୁ ଉଚ୍ଛେଦ କରିଛି ବିଡିଏ।
ଟ୍ରାଫିକ ସମସ୍ୟାକୁ ଆଳ କରି ଅସ୍ଥାୟୀ ଦୋକାନ ଘର ଗୁଡିକୁ ଉଚ୍ଛେଦ କରିଛି ବିଡିଏ ପ୍ରଶାସନ ଓ କମିଶନରେଟ ପୋଲିସ। ତେବେ ଗୋଟିଏ ପଟେ କୋରୋନା ମହାମାରୀ ନେଇ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅନ୍ୟପଟେ ବିଏମସି, ବିଡିଏ ପକ୍ଷରୁ ଉଚ୍ଛେଦ ଅଭିଯାନ କେଉଁଠି ନା କେଉଁଠି ପ୍ରଶାସନର ନାଲି ଆଖି ଭଳି ପ୍ରତୀୟମାନ ହେଉଛି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ