ଭୁବନେଶ୍ବର: ବିଗତ 10 ବର୍ଷ ମଧ୍ୟରେ ବିଦ୍ୟୁତ୍ ଆଘାତରେ ୯୧୨ ଜଣ ଓ ୫୩୫ଟି ଗାଈଗୋରୁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ ବିଗତ 10 ବର୍ଷ ମଧ୍ୟରେ ବିଦ୍ୟୁତ୍ ଆଘାତରେ ୯୧୨ ଜଣ ଓ ୫୩୫ ଟି ଗାଈଗୋରୁ ମୃତ୍ୟୁବରଣ କରିଛନ୍ତି । ଏନେଇ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ତଥ୍ୟ ପ୍ରକାଶ କରିଛନ୍ତି ।
ସେହିପରି ଉମରକୋଟ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୮ ଜଣ ବ୍ୟକ୍ତି ଓ ୫ଟି ଗାଈଗୋରୁ ମୃତ୍ୟୁବରଣ କରିଛନ୍ତି । ଉମରକୋଟର ଏହି କ୍ଷତିଗ୍ରସ୍ତ ପରିବାରକୁ ମୋଟ ୬ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ