ETV Bharat / city

2021 ଭୋଟର ଲିଷ୍ଟ ଆଧାରରେ ପ୍ରସ୍ତୁତ ହେବ ଇଲେକ୍ଟ୍ରୋଲ ରୋଲ: ନିର୍ବାଚନ କମିଶନର

author img

By

Published : Oct 22, 2021, 8:10 PM IST

ଆଗାମୀ ପଞ୍ଚାୟତ ନିର୍ବାଚନ ୨୦୨୨ ର ପ୍ରସ୍ତୁତି ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀଙ୍କ ପ୍ରେସମିଟ। ଅଧିକ ପଢନ୍ତୁ ...

state election commissoner
state election commissoner

ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନ ୨୦୨୨ ର ପ୍ରସ୍ତୁତି ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀଙ୍କ ପ୍ରେସମିଟ।

ଆଜି (ଶୁକ୍ରବାର) ପ୍ରେସମିଟ କରି ଜିଲ୍ଲାପାଳମାନଙ୍କ ସହ ଭିସି ଯୋଗେ ହୋଇଥିବା ଆଲୋଚନା ସମ୍ପର୍କରେ ସୂଚନା ଦେଇଛନ୍ତି କମିଶନର। ଚଳିତଥର ହେବ ସେଣ୍ଟ୍ରାଲ କାଉଣ୍ଟିଂ । ବ୍ଲକ ସ୍ତରରେ ଗଣତି ହେବ । ସେଠାରେ ଷ୍ଟ୍ରଙ୍ଗ ରୁମ ପ୍ରସ୍ତୁତ କରିବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି କମିଶନର । ଜାନୁଆରୀ 2021 ଭୋଟର ଲିଷ୍ଟକୁ ଆଧାର କରି ଇଲେକ୍ଟ୍ରୋଲ ରୋଲ ପ୍ରସ୍ତୁତ ହେବ । ୱାର୍ଡ, ପଞ୍ଚୟତରେ ଭୋଟର ଲିଷ୍ଟ ହେବ । ଏଥିପାଇଁ ଗାଇଡ ଲାଇନ ଜାରି କରିଛନ୍ତି ନିର୍ବାଚନ କମିଶନର ।

2021 ଭୋଟର ଲିଷ୍ଟ ଆଧାରରେ ପ୍ରସ୍ତୁତ ହେବ ଇଲେକ୍ଟ୍ରୋଲ ରୋଲ: ନିର୍ବାଚନ କମିଶନର

ସେହିପରି ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ ପରିସୀମା ନିର୍ଦ୍ଧାରଣ ଓ ପଦ ସଂରକ୍ଷଣ କାର୍ଯ୍ୟ ସମାପ୍ତ ହେବ । ଆସନ୍ତା 26 ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ସମସ୍ତ ଜିଲ୍ଲାପାଳଙ୍କୁ ପଦ ସଂରକ୍ଷଣ ତଥ୍ୟ ନିର୍ଦ୍ଧାରିତ ପ୍ରୋଫର୍ମାରେ ସ୍ବତନ୍ତ୍ର ବାର୍ତ୍ତାବହ ଜରିଆରେ 26 ସୁଦ୍ଧା ନିର୍ବାଚନ କମିଶନଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତ ନିର୍ବାଚନରେ ଅଧିକ ବାଲାଟ ବକ୍ସର ଆବଶ୍ୟକ ପଡିବ । ଯେତିକି ବୁଥ ସେତିକି ଆବଶ୍ୟକ ହେବ ବୋଲି କହିଛନ୍ତି ।

ସେହିଭଳି କମିଶନର କହିଛନ୍ତି ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ବାଲାଟ ବକ୍ସର ମରାମତି ଓ ରଙ୍ଗ କରାଇବା ପାଇଁ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଏଥି ନିମନ୍ତେ ୧ କୋଟି ୧୬ ଲକ୍ଷ ଟଙ୍କା ଜିଲ୍ଲା ଗୁଡିକୁ ପ୍ରଦାନ କରାଯାଇଛି । ୧୫ ନଭେମ୍ବର ସୁଦ୍ଧା ଏ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତ ନିର୍ବାଚନ ଭୋଟଗଣତି ବ୍ଲକ ମୁଖ୍ୟାଳୟରେ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ଜିଲ୍ଲାପାଳ ଭୋଟଗଣତି ସଂପର୍କରେ ଜାରି କରାଯାଇଥିବା ବିସ୍ତୃତ ନିୟମାବଳୀକୁ ଅନୁଧ୍ୟାନ କରିବା ପାଇଁ କମିଶନ ତରଫରୁ କୁହାଯାଇଛି । ଜିଲ୍ଲାପାଳମାନେ ବ୍ଲକ ମୁଖ୍ୟାଳୟରେ ଭୋଟଗଣତି କେନ୍ଦ୍ର ଚିହ୍ନଟ ସହ ପ୍ରସ୍ତୁତ କରି ରଖିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ନିର୍ବାଚନ କମିଶନର ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ନିମନ୍ତେ ଜାନୁଆରୀ 2021ରେ ପ୍ରକାଶ ପାଇଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ତାଲିକା ସମସ୍ତ ଜିଲ୍ଲା ଗୁଡିକୁ ସିଡି (ଏକ୍ସଲ ଫର୍ମାଟ) ଜରିଆରେ ପଠାଯାଇଛି । ଏହାକୁ ଆଧାର କରି ଜିଲ୍ଲା ସମୂହ (ଏକ୍ସେଲ ଫର୍ମାଟ)ରେ ଆସନ୍ତା 2022ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

ଏହାବାଦ ଜିଲ୍ଲାସ୍ତରରେ ବାଲାଟ ବକ୍ସ କଭର କିଣିବା ପାଇଁ କମିଶନର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି କାର୍ଯ୍ୟ ନଭେମ୍ବର 30 ସୁଦ୍ଧା ଶେଷ କରିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.