ଭୁବନେଶ୍ବର: ସିସୋର (Seashore chit fund) ଟଙ୍କା ନେଇଥିବା ଦୁଇ ବ୍ୟବସାୟୀଙ୍କ ଠୁ ୬ କୋଟି ଟଙ୍କା ସିଜ କଲା ଇଡି। ମହାରାଷ୍ଟ୍ର ଥାନେର ଜଣେ ବ୍ୟବସାୟୀ ଓ ଭୁବନେଶ୍ୱର ଜଣେ ବ୍ୟବସାୟୀଙ୍କ ଟଙ୍କା ଜବତ କରି ଆଜି ବ୍ୟାଜାପ୍ତ କରିଛି ED (Enforcement Directorate) ।
ମହାରାଷ୍ଟ୍ରର ବ୍ୟବସାୟୀ ଡକ୍ଟର ଦିଲିପ ଅମୃତ ଲାଲ ଗୁଡାଖାଙ୍କଠାରୁ ଜବତ କରାଯାଇଛି ସିସୋର ଟଙ୍କା । ଯାହାକୁ ମହାରାଷ୍ଟ୍ରର ଭିବେଣ୍ଡି ଠାରେ ଗୋଡାଉନରେ ଇନଭେଷ୍କ କରାଯାଇଥିଲା । ସେହିପରି ଭୁବନେଶ୍ୱର ବ୍ୟବସାୟୀ ମୟୂରେଷ ଦାସ ଙ୍କଠାରୁ ଏକ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ ଜବତ କରାଯାଇଛି । ପ୍ରାୟ ୬କୋଟି ଟଙ୍କାର ସିସୋର ଚିଟଫଣ୍ଡର ସମ୍ପତ୍ତି ଯାହା ଦୁଇ ଜଣଙ୍କ ଠାରୁ ଇଡି ଜବତ କରି ବ୍ୟାଜାପ୍ତ କରିଛି । ପୁର୍ବରୁ ସିସୋରର ୨୫୨କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତ କରିଥିଲା ED। ଏବେ ୬କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତ କରିଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ