ଭୁବନେଶ୍ବର: ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ ଏପ୍ରିଲ ୧୦ରୁ ଚଳାଚଳ କରିବ । ଟ୍ରେନ ନଂ 18303 ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ ସମ୍ବଲପୁରରୁ ପ୍ରତ୍ୟହ ସକାଳ ୬ ଘଟିକାରେ ଛାଡି ପୁରୀ ଠାରେ ଅପରାହ୍ନ ୧୨ ଘ.୫୦ ମି.ରେ ପହଞ୍ଚିବ । ଫେରିବା ମାର୍ଗରେ, 18404 ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ପୁରୀ ଠାରୁ ପ୍ରତ୍ୟହ ଅପରାହ୍ନ ୩ ଘ.୪୫ମି. ରେ ଛାଡି ସମ୍ବଲପୁର ଠାରେ ରାତ୍ରି ୧୦ .୨୦ ମି.ରେ ପହଞ୍ଚିବ ।
ଏହି ଟ୍ରେନ ସମ୍ବଲପୁର ଓ ପୁରୀ ମଧ୍ୟରେ ଉଭୟ ପାର୍ଶ୍ବରୁ ଯୁଜୁମୁରା, ରେଢାଖୋଲ, ବାମୁର, ବୋଇଣ୍ଡା, ଜରାପଡା, ଅନୁଗୋଳ, ତାଳଚେର ରୋଡ, ମେରାମଣ୍ଡଳୀ, ଢେଙ୍କାନାଳ, ନରାଜ ମାର୍ଥାପୁର, ମଞ୍ଚେଶ୍ବର, ଭୁବନେଶ୍ବର ଏବଂ ଖୋର୍ଦ୍ଧା ରୋଡ ଷ୍ଟେସନ ମାନଙ୍କରେ ରହଣି କରିବ । ଏହାର ଗଠନରେ ଦୁଇଟି ଏସି ଚେୟାର କାର, ପାଞ୍ଚଟି ଦ୍ଵିତୀୟ ଶ୍ରେଣୀ ଚେୟାର କାର, ପାଞ୍ଚଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଏବଂ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ଉପଲବ୍ଧ ଅଛି।
ବିଶାଖାପାଟନମ-କିରାଣ୍ଡୁଲ ଏକ୍ସପ୍ରେସ ପ୍ରତିଦିନ ଚଳାଚଳ କରିବ । 18514/18513 ବିଶାଖାପାଟନମ-କିରାଣ୍ଡୁଲ-ବିଶାଖାପାଟନମ ଏକ୍ସପ୍ରେସକୁ -ସାପ୍ତାହିକରୁ ଦୈନିକ ଚଳାଚଳ ପାଇଁ ସ୍ଥିର କରାଯାଇଛି । ଏହି ଟ୍ରେନ 7 ଏପ୍ରିଲ, 2022 ଠାରୁ ବିଶାଖାପାଟନମ ଠାରୁ ଏବଂ 8 ଏପ୍ରିଲ, 2022 ଠାରୁ କିରାଣ୍ଡୁଲ ଠାରୁ ପ୍ରତିଦିନ ଚଳାଚଳ କରିବ । ଏହି ଟ୍ରେନ ପାଇଁ ସ୍ଥିରୀକୃତ ସମୟ ସାରଣୀ, ରହଣି ସ୍ଥାନ ଏବଂ ଗଠନରେ କୌଣସି ପରିବର୍ତନ ହେବନାହିଁ ।
ମାଛପୁର ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ । ଭଞ୍ଜପୁର-ପୁରୀ-ଭଞ୍ଜପୁର ଏକ୍ସପ୍ରେସ ଭଞ୍ଜପୁରରୁ 07.04.2022 ରେ ଏବଂ ପୁରୀରୁ 08.04.2022 ଦିନ ଶାଳଗାଁ, ମାଛପୁର ଏବଂ ନରାଜ ମାର୍ଥାପୁର ପରିବର୍ତ୍ତେ ବାରଙ୍ଗ-କଟକ-କପିଳାସ ରୋଡ ମାର୍ଗ ଦେଇ ଚଳାଚଳ କରିବ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ