ETV Bharat / city

ଇ-ବିଧାନସଭା: ଆରମ୍ଭ ହେଲା କର୍ମଚାରୀଙ୍କ ଟ୍ରେନିଂ, ଏପ୍ରିଲରୁ ବିଧାୟକଙ୍କ ପ୍ରଶିକ୍ଷଣ - e-bidhansabha training upadate news

ହିମାଚଳ ପ୍ରଦେଶ ପରେ ଓଡିଶା ଦ୍ଵିତୀୟ ରାଜ୍ୟ ଭାବରେ ପୂରା ବିଧାନସଭାର ଡିଜିଟାଇଜେସନ କରାଯାଇଛି । ଏଥିପାଇଁ କର୍ମଚାରୀ ମାନଙ୍କୁ ଦିଆଯାଇଛି ଟ୍ରେନିଂ । ପ୍ରଥମ ପର୍ଯ୍ୟାୟରେ ବିଧାନସଭାର କର୍ମଚାରୀଙ୍କୁ ତାଲିମ ଦିଆଯିବ । ପରେ ଏପ୍ରିଲ ମାସରେ ବିଧାୟକମାନଙ୍କୁ ଟ୍ରେନିଂ ଦିଆଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଇ-ବିଧାନସଭା ପାଇଁ ଆରମ୍ଭ ହେଲା କର୍ମଚାରୀଙ୍କ ଟ୍ରେନିଂ

author img

By

Published : Nov 6, 2020, 4:11 PM IST

Updated : Nov 6, 2020, 4:38 PM IST

ଭୁବନେଶ୍ବର: ନୂଆ ରୂପରେ ବିଧାନସଭା । ଏଣିକି ବିଧାନସଭାର ସବୁକାର୍ଯ୍ୟ ଅନଲାଇନରେ ହେବ । ହିମାଚଳ ପ୍ରଦେଶ ପରେ ଓଡିଶା ଦ୍ଵିତୀୟ ରାଜ୍ୟ ଭାବରେ ପୂରା ବିଧାନସଭାର ଡିଜିଟାଇଜେସନ କରାଯାଇଛି । ଏଣିକି ସମସ୍ତ କାର୍ଯ୍ୟକ୍ରମ ଓ ତଥ୍ୟ ପ୍ରଦାନ ଅନଲାଇନରେ ହେବା ସହ ଆଉ କାଗଜ କଲମରେ ହେବ ନାହିଁ । ଏନେଇ କର୍ମଚାରୀମାନଙ୍କୁ ଦିଆଯାଇଛି ଟ୍ରେନିଂ ।

ଶୁକ୍ରବାର ସେଥିପାଇଁ ବିଧାନସଭାରେ ଆରମ୍ଭ ହୋଇଛି ଇ-ବିଧାନସଭା ତାଲିମ । ପ୍ରଥମ ପର୍ଯ୍ୟାୟରେ ବିଧାନସଭାର କର୍ମଚାରୀଙ୍କୁ ତାଲିମ ଦିଆଯିବ । ଏପ୍ରିଲ ମାସରେ ବିଧାୟକମାନଙ୍କୁ ଟ୍ରେନିଂ ଦିଆଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।

ଆରମ୍ଭ ହେଲା କର୍ମଚାରୀଙ୍କ ଟ୍ରେନିଂ

ବର୍ତ୍ତମାନ ସାଧରଣ ପ୍ରଶାସନ, ପ୍ରଶାସନିକ, ଆକାଉଣ୍ଟ ବିଭାଗର କର୍ମଚାରୀମାନଙ୍କୁ ତାଲିମ ଦିଆଯାଉଛି । ପ୍ରତିଦିନ ତିନୋଟି ବିଭାଗର କର୍ମଚାରୀଙ୍କୁ ତାଲିମ ଦିଆଯିବ । ଏନଆଇସି ଓ ଓକାକର ଏକ୍ସପର୍ଟମାନେ ତାଲିମ ଦେଉଛନ୍ତି ବୋଲି କହିଛନ୍ତି ବାଚସ୍ପତି ।

ସୂଚନା ଅନୁସାରେ ହିମାଚଳ ପ୍ରଦେଶ ପରେ ଓଡ଼ିଶା ବିଧାନସଭା ସମ୍ପୂର୍ଣ୍ଣ ଇ-ବିଧାନସଭାରେ ପରିଚାଳିତ ହେବ । ଗୃହ କାର୍ଯ୍ୟ ଠାରୁ ଆରମ୍ଭ କରି ସମସ୍ତ ଫାଇଲ କାମକୁ ଡିଜିଟାଇଜେସନ କରାଯିବ । ଏଥିପାଇଁ ପ୍ରଥମେ ସମ୍ପୂର୍ଣ୍ଣ ବିଧାନସଭାକୁ ଓ୍ଵାଇ-ଫାଇ କରାଯିବା ସହ ବିଧାୟକମାନଙ୍କୁ ଡିଜିଟାଲ ଉପକରଣ ଯୋଗାଇ ଦିଆଯାଇଛି ।

ପ୍ରଶ୍ନ ଉତ୍ତର, ମୁଲତବୀ ପ୍ରସ୍ତାବ ଆଦି ଅନଲାଇନରେ ଉପଲବ୍ଧ ହେବ । ତେଣୁ ଅଧିବେଶନ କାଗଜ କଲମ ହେବ ନାହିଁ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଏଥିଲାଗି କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ଦେଉଥିବା ବେଳେ ରାଜ୍ୟ ୪୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବ । ତେବେ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ୧ କୋଟି ଟଙ୍କା ଦେଇଛି ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Nov 6, 2020, 4:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.