ଭୁବନେଶ୍ବର: ଖୁଦୁରୁକୁଣୀ ଓଷା ପାଳିଲେ ଦୂତୀ ଚାନ୍ଦ । ନିଜ ଗାଁରେ ଏ ପାଳି ବି ଖୁଦୁରୁକୁଣୀ ଓଷା ଦୂତୀ କରିଛନ୍ତି । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସ୍ଥିତ ଚକଗୋପାଳପୁରକୁ ଯାଇ ଗାଁ ଯୁବତୀଙ୍କ ସହ ଦୂତୀ କରିଛନ୍ତି ଖୁଦୁରୁକୁଣୀ ଓଷା ।
ରବିବାର ଖୁଦୁରୁକୁଣୀ ଓଷାର ଶେଷ ପାଳି ପାଇଁ ସେ ତାଙ୍କ ଗାଁରେ ମା’ ମଙ୍ଗଳାଙ୍କ ପୂଜା କରିବା ସହ ଭାଇମାନଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି । ଏଥିସହ ଓଷା କରୁଥିବା ସମସ୍ତ ଭଉଣୀମାନଙ୍କୁ ଶୁଭକାମନା ଜଣାଇଛନ୍ତି । ଶେଷରେ ପୂଜାମଣ୍ଡପରେ ପୂଜା କରିବା ସମୟର ସେଲ୍ଫି ନେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଦୂତୀ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ