ETV Bharat / city

ଅସଲି ବୋତଲ, ନକଲି ତେଲ: ରାଜଧାନୀରେ କାରକାନା ଠାବ - ନକଲି ତେଲ

କମିଶନରେଟ ପୋଲିସ ଭୁବନେଶ୍ବରର ଲକ୍ଷ୍ମୀସାଗର ଅଞ୍ଚଳରେ ନକଲି ତେଲ କାରଖାନା ଠାବ କରିଛି । ଏଠାରୁ 4ଜଣଙ୍କୁ ଅଟକ ରଖିବା ସହ ବିପୁଳ ପରିମାଣରେ ନକଲି ତେଲ ଜବତ କରିଛି ।

ଡିଜାଇନ ଫଟୋ
author img

By

Published : Sep 3, 2019, 1:34 PM IST

Updated : Sep 3, 2019, 3:46 PM IST

ଭୁବନେଶ୍ବର: କଟକ ପରେ ରାଜଧାନୀରେ ନକଲି ତେଲ କାରଖାନା ଠାବ । ଲକ୍ଷ୍ମୀସାଗର ହାଉସିଂ ବୋର୍ଡ କଲୋନୀରେ ବେଆଇନ ଭାବେ ଚାଲିଥିବା ନକଲି ତେଲ କାରଖାନାକୁ ଠାବ କରିଛି କମିଶନରେଟ୍ ପୋଲିସ । ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା 4ଜଣଙ୍କୁ ଅଟକ ରଖିବା ସହ ବିପୁଳ ପରିମାଣରେ ନକଲି ତେଲ ମଧ୍ୟ ଜବତ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଲକ୍ଷ୍ମୀସାଗର ଅଞ୍ଚଳରେ ନକଲି ତେଲ କାରଖାନା ଚାଲୁଥିବା ଖବର ପାଇଥିଲା ପୋଲିସ । ଏହାପରେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଓ ଲକ୍ଷ୍ମୀସାଗର ପୋଲିସ ମିଳିତ ଭାବେ ଚଢାଉ କରିଥିଲେ । ଏମାନେ ଅସଲି ଡବାରେ ନକଲି ତେଲ, ଗୁଆ ଘିଅ, ରାଶି ତେଲ ଭର୍ତ୍ତି କରି ବଜାରକୁ ଛାଡୁଥିଲେ । ତେବେ ଏହି ଅଭିଯୁକ୍ତ ମାନେ ବିନା ଟ୍ରେଡ ଲାଇସେନ୍ସ ଓ ଏଫଏସଏସଆଇର ଲାଇସେନ୍ସରେ ଏଭଳି ନକଲି ସାମଗ୍ରୀ ପ୍ରସ୍ତୁତ କରିଥିବା ପୋଲିସ ଜାଣିବାକୁ ପାଇଛି । ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଅସଲି ଡବାରେ ନକଲି ତେଲ,
ରାଜଧାନିରେ ନକଲି ତେଲକାରଖାନା ଠାବ
Body:
ଅସଲି ଡବା। ହେଲେ ନକଲି ତେଲ। ଗୁଆ ଘିଅ ,ରାଶି ତେଲ ନକଲି ତେଲ କାରଖାନା ଠାବ କରିଛି କମିସନରେଟ ପୋଲିସ।ବିପୁଳ ପରିମାଣର ନକଲି ତେଲ ସାମଗ୍ରି ଜବତ କରିବା ସହ 4 ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ।ଲଖ୍ମିସାଗର ହାଉସିଂ ବୋର୍ଡ କଲୋନିରେ ଷ୍ଟେଜ ୨ରେ ଜବତ କରାଯାଇଛି।କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଓ ଲକ୍ଷ୍ମିସାଗର ଥାନା ପୋଲିସର ମିଳିତ ଚଢାଉ କରି କାରଖାନା ଠାବ କରାଯାଇଛି।ଟ୍ରେଡ ଲାଇସେନ୍ସ ଓ ଏଫଏସଏସଆଇ ର ଲାଇସେନ୍ସ ନ ନେଇ ଏଭଳି ନକଲି ସାମଗ୍ରି ପ୍ରସ୍ତୁତ କରୁଥିଲେ ଅଭିଯୁକ୍ତ ।Conclusion:
Last Updated : Sep 3, 2019, 3:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.