ETV Bharat / city

Omicron Variant ପାଇଁ ଭୟଭୀତ ହୁଅନ୍ତୁ ନାହିଁ: ଧର୍ମେନ୍ଦ୍ର ପ୍ରଧାନ - ନୂଆ ଭାରିଆଣ୍ଟକୁ ନେଇ ସଚେତନ କଲେ କେନ୍ଦ୍ରମନ୍ତ୍ରୀ

କୋରୋନାର ନୂଆ ଭାରିଆଣ୍ଟ (omicron variant) ଭୂତାଣୁ ଓମିକ୍ରନ ପାଇଁ ଭୟଭୀତ ହୁଅନ୍ତୁ ନାହିଁ । ଏହି ଭାଇରସକୁ ଧୈର୍ଯ୍ୟର ସହ ମୁକାବିଲା କରିବା । ଏଥିପାଇଁ ଓଡିଶା ସମେତ ଦେଶର ସମସ୍ତ ନାଗରିକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) । ଅଧିକ ପଢନ୍ତୁ

Union Minister ଧର୍ମେନ୍ଦ୍ର ପ୍ରଧାନ
Union Minister ଧର୍ମେନ୍ଦ୍ର ପ୍ରଧାନ
author img

By

Published : Nov 29, 2021, 6:09 PM IST

ଭୁବନେଶ୍ବର: କୋରୋନାର ନୂଆ ଭାରିଆଣ୍ଟ (omicron variant) ଓମିକ୍ରନ ପାଇଁ ଭୟଭୀତ ହୁଅନ୍ତୁ ନାହିଁ । ଏହି ଭାଇରସକୁ ଧୈର୍ଯ୍ୟର ସହ ମୁକାବିଲା କରିବା । ଏଥିପାଇଁ ଓଡିଶା ସମେତ ଦେଶର ସମସ୍ତ ନାଗରିକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) । ଟିକା ନେଇ ନଥିବା ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବା ସହ ସମସ୍ତେ ମାସ୍କ ପିନ୍ଧିବା ଓ ସରକାରଙ୍କ କୋଭିଡ ନିୟମକୁ ପାଳନ କରିବା ପାଇଁ ସେ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।

omicron variant ପାଇଁ ଭୟଭୀତ ହୁଅନ୍ତୁ ନାହିଁ : Union Minister ଧର୍ମେନ୍ଦ୍ର ପ୍ରଧାନ

ଧର୍ମେନ୍ଦ୍ର କହିଛନ୍ତି,ବର୍ତ୍ତମାନ ସୁଦ୍ଧା ମାନବଜାତି କୋଭିଡ ମହାମାରୀର ପ୍ରକୋପରୁ ନିଜକୁ ସମ୍ଭାଳି ଆସିଛି । ଜୀବନ ଜୀବିକା ସ୍ବାଭାବିକ ହୋଇଛି । କିନ୍ତୁ ଦେଶର ନାଗରିକମାନେ ଏବେ ବି ମହାମାରୀ ସହ ସଂଘର୍ଷ ଜାରି ରଖିଛନ୍ତି । ଏଭଳି ସ୍ଥିତିରେ ବିଶ୍ବକୁ ନୂଆ ଭାରିଆଣ୍ଟ ଓମିକ୍ରନ ଲୋକଙ୍କୁ ଚିନ୍ତାରେ ପକାଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (World Health Organization) ଏହାକୁ ‘ଭାରିଆଣ୍ଟ ଅଫ କନସନ’ (Variant of Consensus) ତଥା ଚିନ୍ତାଜନକ ଭାରିଆଣ୍ଟ ବୋଲି ବିବେଚନା କରିଛି । ତେବେ ଏଥିପାଇଁ ଚିନ୍ତା ଓ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi Review the Status ) ବରିଷ୍ଠ ଅଧିକାରୀଙ୍କ ସହ ଦେଶରେ କୋଭିଡ ସ୍ଥିତି ଓ ଟୀକାକରଣ ନେଇ ସମୀକ୍ଷା କରିଛନ୍ତି । ନୂଆ ଭାରିଆଣ୍ଟ ନେଇ ଅଧିକ ସଜାଗ ରହିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି ।

ଧର୍ମେନ୍ଦ୍ର କହିଛନ୍ତି ଭାରତ ସରକାର ଏହି ସଂକ୍ରମଣ ଉପରେ ନଜର ରଖିବା ପାଇଁ ମନିଟରିଂ ବୃଦ୍ଧି ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନୂତନ ଭାରିଆଣ୍ଟ ଓମିକ୍ରନ ସମ୍ବନ୍ଧରେ ସମସ୍ତ ରାଜ୍ୟକୁ ଏକ ଚିଠି ଲେଖି ବିଦେଶୀ ଯାତ୍ରୀମାନଙ୍କ ଉପରେ କଡା ନଜର ରଖିବାକୁ କୁହାଯାଇଛି । ପରୀକ୍ଷଣ, ହଟସ୍ପଟ ଉପରେ ନଜର, ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ଏବଂ କରୋନା ଟିକାକରଣକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୨୨ କୋଟି ୩୪ ଲକ୍ଷ ୮୧ ହଜାରରୁ ଉର୍ଦ୍ଧ୍ବ ଲୋକ ଟିକା ନେଇଥିବା ବେଳେ ଭାରତ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି । ସେଥିମଧ୍ୟରୁ ୭୮ କୋଟି ୩୩ ଲକ୍ଷ ୩୩ ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରଥମ ଡୋଜ ଓ ୪୪ କୋଟି ୧ ଲକ୍ଷ ୪୮ ହଜାରରୁ ଉର୍ଦ୍ଧ୍ବ ଲୋକ ଦ୍ବିତୀୟ ଡୋଜ ନେଇସାରିଛନ୍ତି ।

ସେହିପରି ଓଡିଶାରେ ୪ କୋଟି ୩୦ ଲକ୍ଷ ୧୧ ହଜାରରୁ ଉର୍ଦ୍ଧ୍ବ ଲୋକ ଟିକା ନେଇ ସାରିଛନ୍ତି । ୨ କୋଟି ୭୬ ଲକ୍ଷ ୮୩ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରଥମ ଡୋଜ ଏବଂ ୧ କୋଟି ୫୩ ଲକ୍ଷ ୨୮ ହଜାରରୁ ଊର୍ଦ୍ଧ୍ୱ ଲୋକ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି । ଓଡିଶାରେ ଏବେ ବି ଆମେ କୋଭିଡକୁ ହାଲୁକା ଭାବେ ନେଇପାରିବା ନାହିଁ । ୨ ହଜାରରୁ ଊର୍ଦ୍ଧ୍ବ ଲୋକ କୋଭିଡ ସଂକ୍ରମିତ ଅଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧ ହଜାର ୫୭ ଜଣ ସଂକ୍ରମିତ ଅଛନ୍ତି । କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ଯେ, ଟିକା ନେଇନଥିବା ଲୋକମାନେ ଶୀଘ୍ର ଟିକା ନିଅନ୍ତୁ । ଦେଶରେ ଟିକାର ଅଭାବ ନାହିଁ ।

ସେହିଭଳି ଧର୍ମେନ୍ଦ୍ର କହିଛନ୍ତି ଭାରତ ସରକାର (Govt of India) ରାଜ୍ୟ ମାନଙ୍କୁ ମାଗଣାରେ ପର୍ଯ୍ୟାପ୍ତ ଟିକା ଯୋଗାଇ ଦେଉଛନ୍ତି । ଏବେ ବି ଓଡିଶାରେ ୭୦ ଲକ୍ଷ ୫୯ ହଜାର ୨୧୫ ଟିକା ମହଜୁଦ ଅଛି । ଜଣେ ଦାୟିତ୍ବବାନ ନାଗରିକ ଭାବରେ ସମସ୍ତଙ୍କୁ ଟିକା ନେବା ପାଇଁ ପଡିବ । ଯେଉଁମାନେ ଏବେ ଯାଏଁ ଟିକା ନେଇନାହାନ୍ତି ସେମାନଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ହେବ । କେନ୍ଦ୍ର ସରକାରଙ୍କ ହର ଘର ଦସ୍ତଖତ ଅଭିଯାନ ଅର୍ଥାତ ଘର ଘର ବୁଲି ଟିକା ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ପଡିବ । ତୃତୀୟ ଲହରରୁ ରକ୍ଷା ପାଇବା ପାଇଁ ହେଲେ ରାଜ୍ୟ ସରକାର ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ତିନୋଟି ଟି- ଟ୍ରେସିଂ, ଟେଷ୍ଟିଂ ଏବଂ ଟ୍ରିଟମେଣ୍ଟକୁ ପୁଣି ଥରେ ଗୁରୁତ୍ବ ଦେବା ପାଇଁ ହେବ । କରୋନା ସହ ଆମର ଲଢେଇ ସୀମିତ ନୁହେଁ ।

ଏଥିପାଇଁ ଆମକୁ ଲମ୍ବା ସମୟ ପର୍ଯ୍ୟନ୍ତ ଲଢେଇ କରିବାକୁ ପଡିବ । ତେଣୁ ସମ୍ଭାବ୍ୟ ତୃତୀୟ ଲହର ପାଇଁ ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନକୁ ମଧ୍ୟ ପ୍ରସ୍ତୁତ ରହିବାକୁ ଧର୍ମେନ୍ଦ୍ର ନିବେଦନ କରିଛନ୍ତି । ଦେଶର ସମସ୍ତ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଶ୍ରମିକ, ଚାଷୀ ଭାଇ ତଥା ସମାଜର ସବୁ ବର୍ଗର ଭାଇ ଭଉଣୀ ମାନଙ୍କୁ ଅନୁରୋଧ- ସମସ୍ତେ ମାସ୍କ ପିନ୍ଧିବା, ସମସ୍ତେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା । ସାମାନ୍ୟ ଲକ୍ଷଣ ଦେଖିଲେ କୋଭିଡ ଟେଷ୍ଟ କରିବା ସହ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ ।

ବିଦେଶରୁ ଆସୁଥିଲେ ନିଜକୁ ପରୀକ୍ଷା କରିବା ସହ ଅତି କମରେ ୧୪ ଦିନ ନିଜକୁ ସଂଗରୋଧରେ ରଖନ୍ତୁ । ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ । ଓମିକ୍ରନ ଭାରିଆଣ୍ଟ ପାଇଁ ଭୟଭୀତ ହେବାର କୌଣସି କାରଣ ନାହିଁ । ଆମକୁ ପୁଣି ଥରେ ଏହି ଭାଇରସକୁ ଧୈର୍ଯ୍ୟର ସହ ମୁକାବିଲା କରିବାକୁ ହେବ । ପୂର୍ବାପେକ୍ଷା ଅଧିକ ସଚେତନ ରହିଲେ ହିଁ ଆମେ ଲକଡାଉନ ଓ ଜୀବନଜୀବିକା ପ୍ରଭାବିତ ହେବାର ଆଶଙ୍କାକୁ ଦୂରେଇ ପାରିବା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଦୃଢ ଆତ୍ମବିଶ୍ବାସ ଦ୍ବାରା ହିଁ ଆମେ ଏହି ସଂକଟରୁ ନିଶ୍ଚୟ ଉଦ୍ଧାର ହୋଇପାରିବା ବୋଲି ଧର୍ମେନ୍ଦ୍ର ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.