ETV Bharat / city

ନକଲି କୋରୋନା ଟିକା ଭୟ, ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ - ନକଲି ଟିକା ଭୟ

ନକଲି କୋଭିଡ ଟିକା ଘଟଣା ସାମ୍ନାକୁ ଆସିବା ପରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳଙ୍କୁ ଏ ଦିଗରେ ସଜାଗ ରହିବାକୁ ନିର୍ଦ୍ଦେଶ । ଅନ୍ୟପଟେ ରାଜ୍ୟରେ ସେଭଳି କିଛି ସ୍ଥିତି ସାମ୍ନାକୁ ଆସିନାହିଁ କହିଲେ ଡିଏମଇଟି । ଅଧିକ ପଢନ୍ତୁ...

ନକଲି କୋରୋନା ଟିକା ଭୟ, ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

author img

By

Published : Aug 28, 2021, 4:25 PM IST

ଭୁବନେଶ୍ବର: ନକଲି ଔଷଧ ପରେ ଏବେ ମୁଣ୍ଡ ଟେକିଛି ନକଲି କୋରୋନା ଟିକା । ଲୋକଙ୍କ ଜୀବନ ସହ ଏଭଳି ସାଙ୍ଘାତିକ ଖେଳ ନେଇ ତଥ୍ୟ ସାମ୍ନାକୁ ଆସିବା ପରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ଓଡିଶାରେ ଏଭଳି ସ୍ଥିତି ଆସିନାହିଁ । ତଥାପି ନକଲି ଟିକା ଉପରେ ସ୍ବତନ୍ତ୍ର ନଜର ରଖିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଯଦି ଓଡିଶାରେ ସେଭଳି କିଛି ଘଟଣା ସାମ୍ନାକୁ ଆସେ, ତେବେ ଏହା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ଡିଏମଇଟି କହିଛନ୍ତି, ଓଡିଶାରେ ନକଲି ଟିକା ଉପରେ ଏ ପର୍ଯ୍ୟନ୍ତ କୌଣସି ଖବର ଆସିନାହିଁ । ସରକାରୀ ସ୍ତରରେ ଏଭଳି କିଛି ଘଟିବାର କୌଣସି ପ୍ରଶ୍ନ ନାହିଁ । ଓଡିଶାରେ ଘରୋଇ ଟୀକାକରଣ ଏତେ ଜନାଦୃତ ହୋଇନି । ଯେତିକି ମିଳୁଛି ସେତିକି ଟିକା ଦେବାକୁ ଘରୋଇ ମେଡିକାଲଗୁଡିକ ସକ୍ଷମ ହେଉନାହାନ୍ତି । ଟିକାର ଅଭାବ ସୃଷ୍ଟି ହେଲେ ଏହାର ନକଲି କାରବାର ହୋଇଥାଏ । ହେଲେ ଓଡିଶାରେ ଟିକାର ଅଭାବ ଭଳି ସ୍ଥିତି ଆସିନାହିଁ ବୋଲି କହିଛନ୍ତି ଡିଏମଇଟି ।

ସୂଚନାଥାଉ କି, ନକଲି କୋଭାସିଲ୍ଡ ଟିକା ଚିହ୍ନଟ କରିଛି WHO । ଏଣୁ ଏ ଦିଗରେ ସତର୍କ ରହିବାକୁ ଓଡିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏଭଳି କିଛି ଘଟଣା ଦୃଷ୍ଟିଗୋଚର ହୁଏ, ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଥିବା କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.