ଭୁବନେଶ୍ବର: ନିର୍ଦ୍ଧିଷ୍ଟ ଟିକା ଅପେକ୍ଷା ମିକ୍ସ ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ଅଧିକ ଆଣ୍ଟିବଡି ସୃଷ୍ଟି ହେଉଛି । ନିକଟରେ ICMR ରିସର୍ଚ୍ଚରୁ ଏହା ଜଣାଯାଇଛି । ଏହି ମିକ୍ସ ଭ୍ୟାକ୍ସିନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ଡିଏମଇଟି କହିଛନ୍ତି କି, ଟିକା ମିକ୍ସ ଆଣ୍ଡ ମ୍ୟାଚ ନେଇ ଏ ପର୍ଯ୍ୟନ୍ତ ଭାରତ ସରକାରଙ୍କ କୌଣସି ଗାଇଡ଼ଲାଇନ ଆସିନି । କିନ୍ତୁ ମିକ୍ସ ଆଣ୍ଡ ମ୍ୟାଚ ପଦ୍ଧତି ବିଶ୍ୱରେ ନୂଆ ନୁହେଁ । ପୂର୍ବରୁ ଏହା UK ଓ ଇସ୍ରାଏଲରେ ଆରମ୍ଭ ହୋଇଯାଇଛି । ସେଠାରେ ଅକ୍ସଫୋର୍ଡ ସହ ଫାଇଜର ବା ମଡର୍ଣ୍ଣାର ମିକ୍ସ ଦେଲେ ବେଶୀ ଫଳପ୍ରଦ ହେଉଛି । DCGI ଏବେ କୋଭିସିଲ୍ଡ ଏବଂ କୋଭକ୍ସିନର ମିକ୍ସ ଓ ମ୍ୟାଚ ପରୀକ୍ଷଣ ପାଇଁ ଅନୁମତି ଦେଇଛି । କିନ୍ତୁ ବ୍ୟବହାର ଲାଗି ଅନୁମତି ଦେଇନି । ଯଦି ଭଲ ଫଳାଫଳ ଦିଏ, ଏହା ଟିକା ସମସ୍ୟା ଦୂର କରିବ । ଟିକା ଇଣ୍ଟରଚେଞ୍ଜକୁ ଅନୁମତି ମିଳିଲେ, ଯେଉଁଠି ଗୋଟେ ଟିକା ପହଞ୍ଚି ପାରୁନି ଅନ୍ୟ ଟିକା ଦିଆଯାଇ ପାରିବ । ଫଳରେ ଟୀକାକରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ବୋଲି ସିବିକେ ମହାନ୍ତି କହିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ