ETV Bharat / city

ଟିକା ନେଲେ ବି ହେବ କୋରୋନା: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Apr 19, 2021, 1:56 PM IST

Updated : Apr 19, 2021, 2:54 PM IST

ଟିକା ନେବା ପରେ କୋରୋନା ପ୍ରଭାବ କମ ହୋଇପାରେ । କୋରୋନାକୁ ହରାଇବାକୁ ହେଲେ ଆମକୁ ପ୍ରତିଶେଧକ ଗ୍ରହଣ କରିବାକୁ ପଡିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ....

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: କୋଭିଡ ଟିକା ନେଲେ ବି କୋରୋନାରେ ଆକ୍ରାନ୍ତ ହେବା ସମ୍ଭାବନାକୁ ଆମେ ଏଡାଇ ଦେଇ ପାରିବାନି । ଟିକା ନେବା ପରେ କୋରୋନା ପ୍ରଭାବ କମ ହୋଇପାରେ । କୋରୋନାକୁ ହରାଇବାକୁ ହେଲେ ଆମକୁ ପ୍ରତିଶେଧକ ଗ୍ରହଣ କରିବାକୁ ପଡିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଟୀକା ନେଲେ ବି ହେବ କୋରୋନା

କୋରୋନା ମହାମାରୀ କବଳରୁ ମୁକ୍ତି ପାଇବାକୁ ହେଲେ ପ୍ରଥମ ପ୍ରାଥମିକତା ହେଲା ନିୟମ ଓ ସତର୍କତା । ଟିକା ନେଲେ ବି କୋରୋନା ହୋଇପାରେ । କିନ୍ତୁ ମୃତ୍ୟୁ ହାର କମାଇବାକୁ ହେଲେ କୋଭିଡ ନିୟମ ମାନିବାକୁ ପଡିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଗତ ବର୍ଷ ଅପେକ୍ଷା ଏ ବର୍ଷ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଆଜି 4 ହଜାର 445 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ଦିଗରେ ଆହୁରି ସର୍ତକ ରହିବା ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରିବା ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

କିଛି ଜିଲ୍ଲାରେ ଅସ୍ଥାୟୀ ମେଡିକାଲ କେନ୍ଦ୍ର (TMC) ଖୋଲିଛି । ଛତିଶଗଡ ସୀମା ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ଅସ୍ଥାୟୀ ମେଡିକାଲ କେନ୍ଦ୍ର ଖୋଲିବାକୁ ନିର୍ଦେଶ ଦିଆଯାଇଛି । ଆଗକୁ ଦୈନିକ 50 ହଜାର କୋଭିଡ ଟେଷ୍ଟ କରାଯିବ। ଅନ୍ୟପଟେ ରାଜ୍ୟରେ ସମସ୍ତ ପ୍ରକାରର କୋଭିଡକୁ ନେଇ ପ୍ରସ୍ତୁତ ଚାଲିଛି। ଟୀକାକରଣ ଜୋରଦାର କରାଯାଉଛି। ଗତକାଲି ରାଜ୍ୟକୁ 2 ଲକ୍ଷ ଟିକା ଆସିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 19, 2021, 2:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.