ETV Bharat / city

ରୁଟିନ୍ ଅସ୍ତ୍ରୋପଚାର ଆରମ୍ଭ ପାଇଁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ - health department direction

ସ୍ୱାସ୍ଥ୍ୟ ସୁବିଧାରେ ରୁଟିନ୍ ଅସ୍ତ୍ରୋପଚାର ଆରମ୍ଭ କରିବାକୁ ପାଇଁ ନିର୍ଦ୍ଦେଶ ଦେଲା ସ୍ବାସ୍ଥ୍ୟ ବିଭାଗ । କୋଭିଡ ସଂକ୍ରମଣ ଯୋଗୁଁ ରାଜ୍ୟରେ ଅନେକ ହସ୍ପିଟାଲରେ ଅସ୍ତ୍ରୋପଚାର ବନ୍ଦ ରହିଥିଲା । ଅଧିକ ପଢ଼ନ୍ତୁ...

ସ୍ବାସ୍ଥ୍ୟକେନ୍ଦ୍ରରେ ରୁଟିନ୍ ଅସ୍ତ୍ରୋପଚାର ଆରମ୍ଭ ପାଇଁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

author img

By

Published : Aug 11, 2021, 10:45 PM IST

ଭୁବନେଶ୍ବର: ସ୍ୱାସ୍ଥ୍ୟ ସୁବିଧାରେ ରୁଟିନ୍ ଅସ୍ତ୍ରୋପଚାର ଆରମ୍ଭ କରିବାକୁ ପାଇଁ ନିର୍ଦ୍ଦେଶ ଦେଲା ସ୍ବାସ୍ଥ୍ୟ ବିଭାଗ । କୋଭିଡ ସଂକ୍ରମଣ ଯୋଗୁଁ ରାଜ୍ୟରେ ଅନେକ ହସ୍ପିଟାଲରେ ଅସ୍ତ୍ରୋପଚାର ବନ୍ଦ ରହିଥିଲା । ରାଜ୍ୟରେ କୋରୋନା ସଂକ୍ରମଣ କମିବାରେ ଲାଗିଥିବାରୁ ପୁଣି ଥରେ ଅସ୍ତ୍ରୋପଚାର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ସ୍ବାସ୍ଥ୍ୟକେନ୍ଦ୍ରରେ ରୁଟିନ୍ ଅସ୍ତ୍ରୋପଚାର ଆରମ୍ଭ ପାଇଁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
ସ୍ବାସ୍ଥ୍ୟକେନ୍ଦ୍ରରେ ରୁଟିନ୍ ଅସ୍ତ୍ରୋପଚାର ଆରମ୍ଭ ପାଇଁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ରାଜ୍ୟରେ ବର୍ତ୍ତମାନ କୋରୋନା ସଂକ୍ରମଣ ନିୟନ୍ତ୍ରଣ ହେବାରେ ଲାଗିଛି । ଧୀରେଧୀରେ ସ୍ୱାଭାବିକ ହେଉଛି ଜନଜୀବନ । ସଂକ୍ରମଣ ଭୟରେ ରାଜ୍ୟରେ ଥିବା ଅନେକ ହସ୍ପିଟାଲରେ ରୁଟିନ ସର୍ଜରି ବନ୍ଦ ରଖାଯାଇଥିଲା । ସଂକ୍ରମଣ କମିଥିବାରୁ ରାଜ୍ୟ ସରକାର ପୁଣି ଥରେ ସ୍ୱାସ୍ଥ୍ୟ ସୁବିଧାରେ ରୁଟିନ୍ ସର୍ଜରୀ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମଗ୍ର ରାଜ୍ୟରେ କୋଭିଡ ସଂକ୍ରମଣ ବିଚାରକୁ ନେଇ, ସଂକ୍ରମଣ ନିୟନ୍ତ୍ରଣ ପଦକ୍ଷେପ ସହିତ ଡାକ୍ତରଖାନାରେ କୋଭିଡ କଟକଣାକୁ କଡ଼ାକଡ଼ି ଭାବରେ ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି । କୋଭିଡ ପ୍ରୋଟୋକଲ ମାନି ସ୍ୱାସ୍ଥ୍ୟସେବାରେ ଚୟନ ଯୋଗ୍ୟ ଅସ୍ତ୍ରୋପଚାର ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ରାଜ୍ୟରେ ୮୬୯ ଜଣ କୋଭିଡ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତ । ସେପଟେ ରାଜ୍ୟରେ କୋରୋନା ମିଟର କମିବାରେ ଲାଗିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.