ETV Bharat / city

ମହିଳା କମିଶନରେ ବ୍ରହ୍ମପୁରର ଦୀପିକା, ଆଲୋଚନାରେ ଉଭୟ ପକ୍ଷ ଖୁସି - ମହିଳା କମିଶନରେ ବ୍ରହ୍ମପୁରର ଦୀପିକା

ମହିଳା କମିଶନରେ ବ୍ରହ୍ମପୁରର ଦୀପିକା । ଦୀପିକାଙ୍କ ପୁଅକୁ ମିଳିପାରେ ବାପାର ପରିଚୟ । ମହିଳା କମିଶନରେ ଆଲୋଚନା ପରେ ଉଭୟ ପକ୍ଷ ଖୁସି ଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ମହିଳା କମିଶନରେ ଦୀପିକା
ମହିଳା କମିଶନରେ ଦୀପିକା
author img

By

Published : Oct 14, 2022, 5:18 PM IST

Updated : Oct 14, 2022, 6:12 PM IST

ଭୁବନେଶ୍ବର: ମହିଳା କମିଶନରେ ବ୍ରହ୍ମପୁରର ଦୀପିକା । ପୁଅକୁ ବାପାର ପରିଚୟ ଓ ସ୍ତ୍ରୀର ଅଧିକାର ପାଇଁ ଲଢେଇ ଜାରି ରଖିଛନ୍ତି ଦୀପିକା । ଆଲୋଚନା ପାଇଁ ଆଜି ମହିଳା କମିଶନରେ ହାଜର ହୋଇଥିଲେ ଦୀପିକା ଏବଂ ସମାଜସେବୀ ପ୍ରମିଳା ତ୍ରିପାଠୀ । ଦିନେଶଙ୍କ ପକ୍ଷରୁ ତାଙ୍କ ଓକିଲ ରାଜେନ୍ଦ୍ର ପ୍ରତାପ ନିଜର ପକ୍ଷ ରଖିଥିବା ବେଳେ ଦୀର୍ଘ ୨ ଘଣ୍ଟା ଧରି ଆଲୋଚନା ହୋଇଥିଲା । ଆଲୋଚନାରେ ଯାହା ନିଷ୍କର୍ସ ବାହାରିଲା ସେଥିରେ ଉଭୟ ପକ୍ଷ ଖୁସି ଥିବା କହିଛନ୍ତି ।

ମହିଳା କମିଶନରେ ବ୍ରହ୍ମପୁରର ଦୀପିକା

ଆଜି ଦିନେଶ ମହିଳା କମିଶନରେ ହାଜର ହୋଇନଥିବାରୁ ଆଉ ଗୋଟିଏ ତାରିଖ ଦିଆଯାଇଛି । କିନ୍ତୁ ନ୍ୟାୟ ନମିଳିବା ଯାଏଁ ଧାରଣା ସ୍ଥଳରୁ ଉଠିବେ ନାହିଁ ବୋଲି କହିଛନ୍ତି ଦୀପିକା । ତେବେ ଖୁବ ଶୀଘ୍ର ସମାଧାନର ବାଟ ବହାରିପାରେ ବୋଲି ଆଶା କରାଯାଉଛି । ଏନେଇ ମହିଳା କମିଶନର ମିନତି ବେହେରା କହିଛନ୍ତି ଯେ, ''ଦିନେଶ ହଜାର ହେବା ପାଇଁ ଆଉ ଗୋଟେ ତାରିଖ ଧାର୍ଯ୍ୟ କରାଯାଇଛି । ଆଜିର ଆଲୋଚନା ରେ କିଛି ସଫଳତା ମିଳିଥିବା ବେଳେ ଆଗାମୀ ଦିନରେ ଉଭୟଙ୍କ ପାଇଁ ଭଲ ହେବ । ବ୍ରହ୍ମପୁର ଏସପିଙ୍କ ଜରିଆରେ ଦିନେଶଙ୍କୁ ମଧ୍ୟ ହାଜର ପାଇଁ ନୋଟିସ ଜାରି କରାଯାଇଥିଲା ।''

ଏହା ମଧ୍ୟ ପଢନ୍ତୁ-ଦୀପିକା-ଦିନେଶ ବିବାଦ, ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦୀପିକା

ଏନେଇ କେ କୀପିକା କହିଛନ୍ତି ଯେ, ''ଆଜିର ଆଲୋଚନା ବହୁତ ଭଲ ଥିଲା, କିନ୍ତୁ ମୋତେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ମୁଁ ଧାରଣାରେ ବସିବି । ମୋତେ ନ୍ୟାୟ ମିଳିବା ପରେ ମୁଁ ଧାରଣାରୁ ହଟିଯିବି ।'' ସମାଜସେବୀ ପ୍ରମିଳା ତ୍ରିପାଠୀ କହିଛନ୍ତି ଯେ, ''ଆଜି ଯାହାବି ଆଲୋଚନା ହୋଇଚି ବହୁତ ଭଲ ହୋଇଛି, ଦୀପିକା କିନ୍ତୁ ଧାରଣାରେ ବସିବ ।'' ପୂର୍ବରୁ କମିଶନଙ୍କ ନିକଟରେ ଦୀପିକା ହାଜର ହୋଇଥିଲେ । କିନ୍ତୁ ଦିନେଶ ହାଜର ହୋଇନଥିଲେ । ନିଜର ଅଧିକାର ପାଇଁ ଦିନେଶଙ୍କ ବାପା ମାଆଙ୍କ ଘର ଆଗରେ ଦୀପିକା ଧାରଣା ଦେଇଛନ୍ତି ।

ପ୍ରକାଶ ଥାଉ କି, ବ୍ରହ୍ମପୁର ବଡ ବଜାର ଦେଶୀ ବେହେରା ସାହିର କେ.ଦୀପିକା ଏବଂ କେ. ଦିନେଶଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରେମ ସମ୍ପର୍କ ପରେ ଧୋକାରେ ପରିଣତ ହୋଇଥିଲା । ଦୀନେଶ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରୁଥିବା ଖବର ପାଇଥିଲେ । ଏହାପରେ ସ୍ତ୍ରୀର ମାନ୍ୟତା ଓ ଛୁଆକୁ ବାପାର ପରିଚୟ ଦେବାକୁ ଦୀନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି କେ.ଦୀପିକା । ତାଙ୍କ ଧାରଣାକୁ ଶାଶୁ ଘର ଲୋକ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଏହା ସହିତ ଅନେକ ସମୟରେ ଦୀପିକା ଓ ଶାଶୁ ଘର ଲୋକଙ୍କ ସହ କଳହ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 14, 2022, 6:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.