ETV Bharat / city

ମୃତ ପ୍ରବାସୀ ଓଡ଼ିଆ ଦେବାଶିଷଙ୍କ ପରିବାରକୁ ମିଳିଲା 21 ଲକ୍ଷ କ୍ଷତିପୂରଣ

author img

By

Published : Apr 19, 2021, 9:40 PM IST

ଓଡ଼ିଆ ପୁଅ ଦେବାଶିଷ ସାହୁ ବାହରିନର ଇଲେକ୍ଟ୍ରୋ ମେକାନିକାଲ କମ୍ପାନୀରେ କାର୍ଯ୍ୟରତ ଥିଲେ । ଏକ ଭୂତଳ ମରାମତି କାର୍ଯ୍ୟ କରୁଥିବାବେଳେ ଗତ ନଭେମ୍ବର ମାସରେ ଶ୍ଵାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ । ମୃତ ଦେବାଶିଷଙ୍କ ବାପା ବସନ୍ତ ସାହୁଙ୍କୁ କମ୍ପାନୀ ୨୧ ଲକ୍ଷର କ୍ଷତିପୂରଣ ରାଶି ପ୍ରଦାନ କରିଅଛି । ଅଧିକ ପଢନ୍ତୁ...

ମୃତ ପ୍ରବାସୀ ଓଡ଼ିଆ ଦେବାଶିଷଙ୍କ ପରିବାରକୁ ମିଳିଲା 21 ଲକ୍ଷ କ୍ଷତିପୂରଣ
ମୃତ ପ୍ରବାସୀ ଓଡ଼ିଆ ଦେବାଶିଷଙ୍କ ପରିବାରକୁ ମିଳିଲା 21 ଲକ୍ଷ କ୍ଷତିପୂରଣ

ଭୁବନେଶ୍ବର: ଓଡ଼ିଆ ପୁଅ ଦେବାଶିଷ ସାହୁ ବାହରିନର ଇଲେକ୍ଟ୍ରୋ ମେକାନିକାଲ କମ୍ପାନୀରେ କାର୍ଯ୍ୟରତ ଥିଲେ । ଏକ ଭୂତଳ ମରାମତି କାର୍ଯ୍ୟ କରୁଥିବାବେଳେ ଗତ ନଭେମ୍ବର ମାସରେ ଶ୍ଵାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ । ସ୍ଥାନୀୟ କର୍ତ୍ତୃପକ୍ଷ ଏହା ଶ୍ଵାସରୁଦ୍ଧ ଜନିତ ମୃତ୍ୟୁ ବୋଲି ପ୍ରମାଣିତ କରିଥିଲେ । ଶ୍ରମ ଆଇନ ଅନୁଯାୟୀ ଶ୍ରମିକଙ୍କ ଜୀବନ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିଲା ବୋଲି ପ୍ରମାଣିତ ହୋଇଥିଲା ।

ଏହାର ପ୍ରତିବାଦ କରି ବାହରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ ସ୍ଥାନୀୟ ପ୍ରଶାସନ, ଭାରତୀୟ ଦୂତାବାସ, ଭାରତ ସରକାରଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କାର୍ଯ୍ୟରତ ଶ୍ରମିକଙ୍କ କ୍ଷତିପୂରଣ ନିମନ୍ତେ ଡ. ପ୍ରହରାଜ ନିଯୁକ୍ତିଦାତା କମ୍ପାନୀ ପାଖରେ ଦୃଢ଼ ଯୁକ୍ତି ଓ ପ୍ରମାଣ ଉପସ୍ଥାପନ କରିଥିଲେ । ଫଳରେ ମୃତ ଦେବାଶିଷଙ୍କ ବାପା ବସନ୍ତ ସାହୁଙ୍କୁ କମ୍ପାନୀ ୨୧ ଲକ୍ଷର କ୍ଷତିପୂରଣ ରାଶି ପ୍ରଦାନ କରିଛି ।

ଏଥିସହିତ ସାମାଜିକ ସୁରକ୍ଷା ବୀମା କର୍ତ୍ତୃପକ୍ଷଙ୍କ ପକ୍ଷରୁ କ୍ଷତିପୂରଣ ନିମନ୍ତେ ଆଇନଜୀବୀଙ୍କ ଜରିଆରେ ଦାବି ଉପସ୍ଥାପନ କରିଛନ୍ତି । ଏଥିପାଇଁ ଦେବାଶିଷଙ୍କ ଜିଲ୍ଲା ଭଦ୍ରକର ବୁଦ୍ଧିଜୀବୀ ସମାଜ ସମେତ ଓଡ଼ିଶାର ଅନେକ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ତଥା ଦେବାଶିଷଙ୍କ ବାପା ବସନ୍ତ ସାହୁ ଡ. ପ୍ରହରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୃତ ଦେବାଶିଷଙ୍କ ମରଶରୀର କୋରୋନା ସଙ୍କଟ କାଳରେ ଏୟାର ଇଣ୍ଡିଆ ବିମାନ ଯୋଗେ ମୁମ୍ବାଇ ଦେଇ ଓଡ଼ିଶା ଆସିବାରେ ଡ. ପ୍ରହରାଜ ଅକ୍ଲାନ୍ତ ଉଦ୍ୟମ କରିଥିଲେ । ଏଥିପାଇଁ ଡ. ପ୍ରହରାଜଙ୍କୁ ଦେଶ ବିଦେଶରୁ ପ୍ରଶଂସାର ସୁଅ ଛୁଟିଥିଲା ।

ଡକ୍ଟର ପ୍ରହରାଜ ପ୍ରବାସୀ ଓଡ଼ିଆ ତଥା ଭାରତୀୟ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ଓ ସାମାଜିକ ସୁରକ୍ଷା ପାଇଁ ଦୀର୍ଘ ଦୁଇ ଦଶନ୍ଧି ଧରି ସଂଗ୍ରାମ ଜାରି ରଖିଛନ୍ତି । ବିଦେଶରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକ ଓ ଅଧିକାରୀମାନେ ପରସ୍ପର ସହଯୋଗ ମାନସିକତା ରଖିଲେ ଆମର ସାମାଜିକ ଜୀବନ କେବେ ବି ବିପର୍ଯ୍ୟସ୍ତ ହେବ ନାହିଁ ବୋଲି ଅରୁଣ କହିଛନ୍ତି । ମାନବ ସେବା ହିଁ ମାଧବ ସେବା ଧର୍ମକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିବା ଡ. ପ୍ରହରାଜ ବାହରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଭାବରେ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ପ୍ରସାରରେ ବିଶ୍ଵବ୍ୟାପୀ ସୁନାମର ଅଧିକାରୀ ଅଟନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.