ETV Bharat / city

ସମ୍ଭାବ୍ୟ ବତ୍ୟା ପ୍ରସ୍ତୁତି: ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ଓ ଟେଲିକମ ବ୍ୟବସ୍ଥା ସୁଦୃଢ ଉପରେ ଗୁରୁତ୍ୱ

author img

By

Published : May 20, 2021, 9:27 PM IST

ସମ୍ଭାବ୍ୟ ବାତ୍ୟା ‘ୟସ’କୁ ନେଇ ନିଜର ପ୍ରସ୍ତୁତି ଶାଣିତ କରିଛନ୍ତି ରାଜ୍ୟ ସରକାର । ଉନ୍ନୟନ କମିଶନର ତଥା ଏସଆରସି ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ...

ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ଓ ଟେଲିକମ ବ୍ୟବସ୍ଥା ସୁଦୃଢ଼ ଉପରେ ଗୁରୁତ୍ୱ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ୟସ’କୁ ନେଇ ନିଜର ପ୍ରସ୍ତୁତି ଶାଣିତ କରିଛନ୍ତି ରାଜ୍ୟ ସରକାର । ଉନ୍ନୟନ କମିଶନର ତଥା ଏସଆରସି ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ ।

ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ଉପସ୍ଥିତ ଥିଲେ । ଏହା ସହ ରାଜ୍ୟର ବିଭିନ୍ନ ଟେଲିକମ ପ୍ରଦାନକାରୀ ସଂସ୍ଥାର ଅଧିକାରୀ ଉପସ୍ଥିତ ଥିଲେ । ବାତ୍ୟାର ମୁକାବିଲା ଲାଗି ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ଓ ଟେଲିକମ ବ୍ୟବସ୍ଥା ଗୁରୁତ୍ବପୂର୍ଣ୍ଣ ଦିଗ । ଏହାକୁ ସମ୍ଭାବ୍ୟ ବାତ୍ୟା ଅବ୍ୟାହତି ପୂର୍ବରୁ ସୁଦୃଢ଼ କରିବା ଲାଗି ପଦକ୍ଷେପ ନେଇଛନ୍ତି ସରକାର ।

ଯେପରି ବାତ୍ୟା ସମୟରେ ଏବଂ ପରେ ପ୍ରଭାବିତ୍ ଅଞ୍ଚଳ ସହ ଯୋଗାଯୋଗ ରଖାଯାଇପାରିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଛି । ଏସଆରସି ଓ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ଏନେଇ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥାର ଆଞ୍ଚଳିକ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

ଭର୍ଚୁଆଲ ବୈଠକରେ ଉଭୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଟେଲିକମ ସଂସ୍ଥାକୁ ଏନେଇ ଅନେକ ପରାମର୍ଶ ଦେଇଛନ୍ତି । ବୈଠକରେ ବିଏସଏନଏଲ, ଏୟାରଟେଲ, ରିଲାଏନ୍ସ, ଜିଓ ଓ ଭୋଡାଫୋନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.