ETV Bharat / city

ବାତ୍ୟା ତାଉ'ତେ ତୁଳନାରେ କମ ପ୍ରଭାବଶାଳୀ ଥିଲା ୟସ: ମୃତ୍ୟୁଞ୍ଜୟ ମହାପାତ୍ର

author img

By

Published : May 26, 2021, 9:06 PM IST

ସାମୁଦ୍ରିକ ବାତ୍ୟା ୟସର ଲାଣ୍ଡଫଲ ପ୍ରକ୍ରିୟା ଶେଷ ହେବା ପରେ ପ୍ରତିକ୍ରିୟା ରଖିଲେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ବାତ୍ୟା ୟସ ତାଉ'ତେ ଠାରୁ ସେତେ ଭୟଙ୍କର ନଥିଲା । ଅଧିକ ପଢନ୍ତୁ...

cyclone yaas weaker than Taukate says IMD DG
ବାତ୍ୟା ତଉ'ତେ ତୁଳନାରେ କମ ପ୍ରଭାବଶାଳୀ ଥିଲା ୟସ : ମୃତ୍ୟୁଞ୍ଜୟ ମହାପାତ୍ର

ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ୟସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବା ପରେ ପ୍ରତିକ୍ରିୟା ରଖିଲେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ବାତ୍ୟା ତାଉ'ତେ ଠାରୁ ୟସ୍ ଦୁର୍ବଳ ଥିଲା । ବାତ୍ୟା ୟସ, ତାଉ'ତେ ଠାରୁ ସେତେ ଭୟଙ୍କର ନଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ କହିଛନ୍ତି ।

ବାତ୍ୟା ତାଉ'ତେ ତୁଳନାରେ କମ ପ୍ରଭାବଶାଳୀ ଥିଲା ୟସ : ମୃତ୍ୟୁଞ୍ଜୟ ମହାପାତ୍ର

ଗତ ଦୁଇ ସପ୍ତାହ ମଧ୍ୟରେ ଦେଶ ଦୁଇଟି ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହୋଇଛି । ଆରବ ସାଗରରୁ ବାତ୍ୟା ତାଉତେ ସୃଷ୍ଟି ହୋଇ ପଶ୍ଚିମ ଭାରତରେ ତାଣ୍ଡବ ରଚିଥିବାବେଳେ ୟସ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ।

ଗତ 22 ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଏକ ଲଘୁଚାପ କ୍ଷେତ୍ର । ଏହା ଡ୍ରିପ୍ରେସନର ରୂପ ଧାରଣ କରିବା ସହ କ୍ରମଶଃ ଘନୀଭୂତ ହୋଇ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଥିଲା । ବାଲେଶ୍ବରରୁ ଦକ୍ଷିଣକୁ 20 କିଲୋମିଟର ଦୂରକୁ ଅତିକ୍ରମ କଲା । ବାତ୍ୟା ୟାସ ଅତିକ୍ରମ କରିବା ସମୟରେ ପବନର ବେଗ 120 ରୁ 140 ରହିଥିଲା । ବାତ୍ୟା ତାଉତେ ତୁଳନାରେ ବାତ୍ୟା ୟସର ବେଗ 30 କିଲୋମିଟରେ ପବନ କମ୍ ଥିଲା । ବିଶେଷ କରି ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା ଉପରେ ବେଶ ପ୍ରଭାବ ପକାଇଛି । ଅଧିକ ପରିମାଣରେ ବର୍ଷା ସହ ପବନ ହୋଇଛି । ଏହା ପୂର୍ଣ୍ଣିମା ତିଥିରେ ଆସୁଥିବାରୁ ବାଲେଶ୍ବର, ଭଦ୍ରକ ଓ ମେଦୀନିପୁର 24 ପ୍ରଗଣା ଅଞ୍ଚଳରେ ସମୁଦ୍ରରେ ଅଧିକ ପରିମାଣରେ ଜୁଆର ଆସିଥିବା ବୋଲି କହିଛନ୍ତି । ତଉ'ତେ ପ୍ରଭାବରେ ଗୁଜୁରାଟରେ ଯେ ଭଳି ବର୍ଷା ହୋଇଥିଲା ତା ପରିମାଣରେ ୟସ ପ୍ରଭାବରେ ଓଡିଶାରେ ଅଧିକ ବର୍ଷା ହୋଇଛି ।

କୋରୋନା ମହାମାରୀ ସମୟରେ ଭାରତ ପାଣିପାଗ ବିଜ୍ଞାନ ବିଭାଗ ସଠିକ ଭାବର ମନିଟରିଂ କରିଥିବାରୁ ବାତ୍ୟାର ସଠିକ ସ୍ଥିତି ଆକଳନ କରାଯାଇଥିଲା । ସମସ୍ତ ପ୍ରକାର ତଥ୍ୟକୁ ପାଥେୟ କରି ଏକ ମିଳିତ ପ୍ରୟାସ କରି ଜନସାଧାରଣଙ୍କୁ ସଠିକ ତଥ୍ୟ ପ୍ରଦାନ କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ସହ ଘରୋଇ ସଂସ୍ଥା ଏବଂ ଗଣମାଧ୍ୟମକୁ ମଧ୍ୟ ବେଶ ପ୍ରଂଶସା କରିଛନ୍ତି । ଦେଶରେ ଦୁଇଟି ପ୍ରାକୃତିକ ବିପର୍ଯ୍ୟୟକୁ ସଫଳ ମୁକାବିଲା କରାଯାଇଛି ବୋଲି ଆଇଏମଡି ଡିଜି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.