ETV Bharat / city

ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ଆଡକୁ ମା଼ଡି ଆସୁଛି ବାତ୍ୟା 'ୟସ'

author img

By

Published : May 24, 2021, 6:06 PM IST

Updated : May 24, 2021, 8:54 PM IST

Cyclone Yaas live update
ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ଆଡକୁ ମା଼ଡି ଆସୁଛି ବାତ୍ୟା 'ୟସ'

20:45 May 24

ବାତ୍ୟା ଆଶ୍ରୟସ୍ଥଳୀକୁ ଆସୁନାହାନ୍ତି ଲୋକ, ପରିଦର୍ଶନ କଲେ ବାଲେଶ୍ବର ସଦର ବିଧାୟକ

ବାତ୍ୟା ଆଶ୍ରୟସ୍ଥଳୀକୁ ଆସୁନାହାନ୍ତି ଲୋକ, ପରିଦର୍ଶନ କଲେ ସଦର ବିଧାୟକ

ବାଲେଶ୍ବର: ବାତ୍ୟା ୟସ ମୁକାବିଲା ପାଇଁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ବେଳେ ସାଧାରଣ ଲୋକଙ୍କ ସୁରକ୍ଷା ଦିଗରେ ଦୃଷ୍ଟି ଦିଆଯାଇଛି। ପରିଦର୍ଶନ କରିଛନ୍ତି ସଦର ବିଧାୟକ ସ୍ବରୂପ ଦାସ ।

ବାତ୍ୟା ୟସର ମୁକାବିଲାକୁ ନେଇ ବାଲେଶ୍ବର ତଳି ଅଞ୍ଚଳରେ ଥିବା କଚ୍ଚା ଘର ଲୋକମାନଙ୍କୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପରାମର୍ଶ ଦେଇଛି। ସମୁଦାୟ 1 ଲକ୍ଷ 20 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି। ଆଜି ଦ୍ବିପ୍ରହର ଠାରୁ ବର୍ଷା ପବନ ଆରମ୍ଭ ହୋଇଥିବା ବେଳେ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ଚେଷ୍ଟା କରାଯାଇଛି। ସେହିପରି ବାଲେଶ୍ଵର ସଦର ବିଧାୟକ ସ୍ବରୂପ ଦାସ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାକାର ସ୍ଥିତି ପରଖିଛନ୍ତି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିବେଦନ କରାଯାଇଥିଲେ ମଧ୍ୟ ଲୋକମାନେ ଆଗ୍ରହ ପ୍ରକାଶ କରି ନଥିବା ଜଣାପଡିଛି। ତେବେ ଆସନ୍ତାକାଲି ସ୍ଥାନାନ୍ତରିତ ପ୍ରକ୍ରିୟା ଜୋରଦାର କରାଯିବ ବୋଲି ସୂଚନା ମିଳିଛି।  

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

20:33 May 24

ବାତ୍ୟା ୟସ ର ପ୍ରସ୍ତୁତି ନେଇ ଯାଜପୁର ଜିଲ୍ଲାପାଳଙ୍କ ବୈଠକ

ଯାଜପୁର: ବାତ୍ୟା ୟସରେ ଉପକୂଳବର୍ତୀ ଜିଲ୍ଲା ଗୁଡିକ ପ୍ରଭାବିତ ହେବାର ଆଶଙ୍କା ରହିଥିବାରୁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଜିଲ୍ଲାର ବିଭିନ୍ନ ବ୍ଲକରେ ୨୯ ଗୋଟି ବାତ୍ୟା ଆଶ୍ରୟସ୍ଥଳି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ୪୯୧ ଗୋଟି ସ୍କୁଲ ଓ ପଞ୍ଚାୟତ ଗୃହକୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳି କରାଯାଇଛି ।  

ଜିଲ୍ଲାରେ ବାତ୍ୟା ପାଇଁ ପ୍ରଭାବିତ ହେବାକୁଥିବା ପାଖାପାଖି ୪ ଲକ୍ଷ ଲୋକଙ୍କୁ ଆଶ୍ରୟ ସ୍ଥଳିରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି । ୨୫ ତାରିଖ ମଙ୍ଗଳବାର ଦିନ ଗୋଟାଏ ସୁଦ୍ଧା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ଲାଗି ସମ୍ପୃକ୍ତ ବ୍କକର ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ବର୍ତମାନ ସୁଦ୍ଧା ୪ ଗୋଟି ଏନଡିଆରଏଫ ଓ ୨ ଗୋଟି ଓଡ୍ରାଫ ଟିମ ସହିତ ୧୩ ଗୋଟି ଅଗ୍ନିଶମ ବାହିନିଙ୍କୁ ନିୟେୋଜିତ କରାଯାଇଛି । ସେହିପରି ଜିଲ୍ଲାର ୫ ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ବ୍ଲକର ଦାୟିତ୍ବ ଦିଆଯାଇଛି । ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ଯୋଡିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ୨ ଗୋଟି ହ୍ବାଟ୍ସଆପ ଗୃପ ଗଠନ କରାଯାଇଛି । ଜିଲ୍ଲା ହେଡକ୍ବାଟରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଘଟଣାର ମନିଟରିଂ କରୁଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ସମସ୍ତ ସରାକାରୀ କାର୍ଯ୍ୟାଳୟକୁ ୨୪ ଘଣ୍ଟିଆ ଖୋଲା ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଜିଲ୍ଲାରେ ଚିହ୍ନଟ ହୋଇଥିବା ୨୧୭ ଜଣ ପ୍ରସୂତି ମହିଳାଙ୍କୁ ମେଡିକାଲରେ ପହଞ୍ଚାଇବା ର ବ୍ୟବସ୍ଥା କରାଯାଇଛି । ୬୩ ଗୋଟି ପାୱାର ଲାଇଟ,୪୬ ଗୋଟି ଜେନେରେଟର, ୧୧୦ଟି ପାୱାର କଟର ଓ ୭୫ ଗୋଟି ଜେସିବି ମେସିନକୁ ପ୍ରସ୍ତୁତ ରଖାଯାଇଛି । ତେବେ ଜିଲ୍ଲାର ଯାଜପୁର, ଦଶରଥପୁର, ବିଂଝାରପୁର ଓ ବରୀ ବ୍ଲକ ଅଧିକ ପ୍ରଭାବିତ ହେବାର ଅଶଙ୍କା ରହିଥିବାରୁ ଏହି ଅଞ୍ଚଳ ଗୁଡିକୁ ପ୍ରଶାସନ ପକ୍ଷରୁ ଅଧିକ ଫୋକସ ଦିଆଯାଉଛି । କୋଭିଡ କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।  

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

20:05 May 24

ବାତ୍ୟା 'ୟସ'ପାଇଁ ବିଏମସିର ପ୍ରସ୍ତୁତି

ବାତ୍ୟା 'ୟସ'ପାଇଁ ବିଏମସିର ପ୍ରସ୍ତୁତି

ଭୁବନେଶ୍ବର: ଆସୁଛି ବାତ୍ୟା ୟସ । ରାଜଧାନୀ ବାତ୍ୟା ମୁକାବିଲା ପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଚୁଡାନ୍ତ ପ୍ରସ୍ତୁତି ସରିଛି। ମାଡି ଆସୁଥିବା ସାମୁଦ୍ରିକ ଝଡ ୟସର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ବିଏମସି । ଗୋଟିଏ ପଟେ ବାତ୍ୟା ଆଉ ଗୋଟିଏ ପଟେ ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରିଛି ବିଏମସି ।

ବିଏମସି ତଳିଆ ଅଞ୍ଚଳରୁ ଲୋକଙ୍କୁ ଉଠାଇ ଅସ୍ଥାୟୀ ଭାବେ ଥଇଥାନ କରିବା ନେଇ ୩ ଟି ଜୋନରେ ୭୨ ଟି ଟେମ୍ପରାରୀ ଶେଡ଼ ଚିହ୍ନଟ କରାଯାଇଛି । ବିଭିନ୍ନ ସ୍କୁଲ,ଗୋଷ୍ଠୀ କେନ୍ଦ୍ର ଗୁଡ଼ିକରେ ଥଇଥାନ କରାଯିବ। ଚଳିତ ବର୍ଷ ପ୍ରାୟ ୩୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସମ୍ବେଦନଶୀଳ ଡ୍ରେନ ଗୁଡ଼ିକରେ ସଫେଇ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ୟସକୁ ଧ୍ୟାନରେ ରଖି ବିଏମସି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । କୋଭିଡ ଆକ୍ରାନ୍ତ, ଗର୍ଭବତୀ, ବୟସ୍କ ମାନଙ୍କୁ କୋଭିଡ ନିୟମ ଆଧାରରେ ସ୍ଥାନାନ୍ତରିତ କରାଯିବ । ସେମାନଙ୍କ ଖାଦ୍ୟ,ନିରବଛିନ୍ନ ବିଦ୍ୟୁତ ସରବରାହ,ସ୍ବଚ୍ଛ ପରିମଳ,ଶୌଚାଳୟର ବ୍ୟବସ୍ଥା କରାଯାଇଛି । ବିଶେଷକରି ବାତ୍ୟା ସମୟରେ ଟୀକାକରଣ କେନ୍ଦ୍ର ଗୁଡିକରେ ୨୪ ଘଣ୍ଟିଆ ଅନବରତ ବିଜୁଳି ବ୍ୟବସ୍ଥା କରାଯାଇଛି । ବାତ୍ୟା ପରବର୍ତ୍ତୀ ସମୟରେ କୌଣସି ପ୍ରତିବନ୍ଧକ ହଟେଇବା ପାଇଁ ଓଡ୍ରାଫ, ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହ ମିଶି ରାସ୍ତା ସଫା କରିବା ନେଇ ସମସ୍ତ ଆଲୋଚନା ଓ କାର୍ଯ୍ୟପନ୍ଥା ସରିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

19:48 May 24

ମାଡି ଆସୁଛି ବାତ୍ୟା ୟସ୍, କେନ୍ଦୁଝର ପ୍ରଶାସନ ସଜାଗ

ମାଡି ଆସୁଛି ବାତ୍ୟା ୟସ୍, ଜିଲ୍ଲା ପ୍ରଶାସନ ସଜାଗ

କେନ୍ଦୁଝର: ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ୟସ୍ ଏବେ ଉପକୂଳମୁହାଁ । ଏହା ବାତ୍ୟାର ରୂପ ନେଇ ଓଡ଼ିଶାର ବାଲେଶ୍ଵର ନିକଟରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଜ୍ଞାନୀ ଆଶା କରୁଛନ୍ତି । ବାଲେଶ୍ଵର ଏହା ଲ୍ୟାଣ୍ଡଫଲ ହେବାକୁ ଥିବାରୁ ନିକଟବର୍ତ୍ତୀ ଜିଲ୍ଲା ଗୁଡିକରେ ମଧ୍ୟ ଏହାର ପ୍ରଭାବ ଦେଖାଯିବ ବୋଲି ଜଣାପଡ଼ିଛି ।

ବାତ୍ୟା ୟସ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ହୋଇଛି । ବହୁ ପୂର୍ବରୁ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଜିଲ୍ଲାପାଳ କେନ୍ଦୁଝର ଜିଲ୍ଲାର କ୍ଷୟକ୍ଷତି ଅଞ୍ଚଳ ଭାବେ ପରିଚିତ ଆନନ୍ଦପୁର ସବଡିଭିଜନ ଅଞ୍ଚଳ ପ୍ରତ୍ୟକ୍ଷ ତତ୍ତ୍ବାବଧାନ କରିଛନ୍ତି । ଉକ୍ତ ସବଡିଭିଜନରେ ୧୮୭ ଆଶ୍ରୟସ୍ଥଳକୁ ପ୍ରସ୍ତୁତ କରାଯାଇଥିଲା ବେଳେ ୭୬୩୮ ଟି କଚ୍ଚା ଘର କୁ ଉଠାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହା ସହ କୋଭିଡ଼ ନିୟମକୁ ମାନି ଜିଲ୍ଲାରେ ସମସ୍ତ ସ୍ଥାନାନ୍ତରିତ ଓ ଆଶ୍ରୟସ୍ଥଳୀରେ ରହିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ ଜିଲ୍ଲା ପ୍ରଶାସନ କରିଛି । ଖାଦ୍ୟପେୟ ,ଯୋଗାଯୋଗ, ଆଦି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସହ ଜିଲ୍ଲାର ପାଟଣା ଓ ସାହାରପଡ଼ା ବ୍ଲକରେ ମଧ୍ୟ ବାତ୍ୟାର ପ୍ରଭାବିତ ହେବାକୁ ଥିବା ବେଳେ ଏଥିପାଇଁ ଏହି ବ୍ଲକରେ ମଧ୍ୟ ଜିଲ୍ଲା ପ୍ରଶାସନ ସଜାଗ ହୋଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

18:22 May 24

ବାତ୍ୟା 'ୟସ' ର ମୁକବିଲା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

ବାତ୍ୟା 'ୟସ' ର ମୁକବିଲା ପାଇଁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

ବାରିପଦା: ରାଜ୍ୟ ସରକାରଙ୍କ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାକୁ ବାତ୍ୟା 'ୟସ'କୁ ନେଇ ରେଡ଼ ୱାର୍ନିଙ୍ଗ ଜାରି କରାଯାଇଥିବା ବେଳେ ବାତ୍ୟାର ମୁକବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରିଛି। ଜିଲ୍ଲାରେ ୧୦ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଓ ୪୧୪ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି।  

ସାମୁଦ୍ରିକ ବାତ୍ୟା ୟସର ମୁକାବିଲା ପାଇଁ  ଜିଲ୍ଲାରେ ଗୋଟିଏ ଏନଣ୍ଡିଆରଏଫ ଟିମ ପହଞ୍ଚି ଥିବା ବେଳେ ଜିଲ୍ଲାର ବାରିପଦା ଓ ଉଦଳା ସବଡିଭିଜନରେ ଓଡ୍ରାଫ ଟିମ ସହିତ ଅଗ୍ନିଶମ ବାହିନୀ ମାନଙ୍କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। କୋରୋନା ମହାମାରୀର ଲଢେଇ ସମୟରେ ବାତ୍ୟା 'ୟସ'ର ମୁକାବିଲା ପାଇଁ ବିଭିନ୍ନ ସ୍ତରରେ ପ୍ରସ୍ତୁତ ରଖାଯାଇଛି। ବିଶେଷ କରି କୋରୋନା ଆକ୍ରାନ୍ତଙ୍କ ପାଇଁ ଅତ୍ୟାବଶ୍ୟକୀୟ ଅମ୍ଳଜାନର ଜରୁରୀ ସେବାକୁ ଅସ୍ଥାୟୀ ଶିବିରରେ ପହଞ୍ଚାଇବା ପାଇଁ ରାସ୍ତା ଘାଟରୁ ଗଛ ଡାଳକୁ ଯୁଦ୍ଧକାଳୀନ ଭିତ୍ତିରେ ପରିଷ୍କାର କରିବା ଉପରେ ଗୁରୁତ୍ଵ ଦେବା କଥା ପ୍ରକାଶ କରିଛନ୍ତି ବାରିପଦାରେ ପହଞ୍ଚି ଥିବା ଓଡ୍ରାଫ ଦଳ। ରାଜ୍ୟ ସରକାରଙ୍କ ପକ୍ଷରୁ ୟସ ବାତ୍ୟାର ମୁକାବିଲା ପାଇଁ ବାତ୍ୟା ଅବଜରଭର ତଥା ବରିଷ୍ଠ ଆଇଏସ ଅଧିକାରୀ ସୁରେଶ କୁମାର ବଶିଷ୍ଠଙ୍କୁ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ବ ରହିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ସୋମବାର ଆସି ପହଞ୍ଚିଛନ୍ତି।  

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

18:11 May 24

କେନ୍ଦ୍ରାପଡା: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତ ରୂପ ନେଇ ସାରିଥିବା ବେଳେ ଏହାର ପ୍ରକୋପରେ କେନ୍ଦ୍ରାପଡ଼ା ରାଜନଗର ବ୍ଲକରେ ପ୍ରବଳ ବର୍ଷା ସାଙ୍ଗକୁ ତୀବ୍ର ପବନ ବହିବା ଆରମ୍ଭ ହୋଇଛି। ଆଜି ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା କେନ୍ଦ୍ରାପଡ଼ା ଜିଲ୍ଲାରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି।

କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ବ୍ଲକର ୩୪ଟି ଗାଁର ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ କରାଯିବାକୁ ଥିବାବେଳେ ସମସ୍ତ ୧୧୭ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୪୧୦ଟି ବିଦ୍ୟାଳୟରେ ସ୍ଥାନାନ୍ତରିତ ହୋଇଥିବା ବ୍ୟକ୍ତି ମାନଙ୍କୁ ରଖାଯିବ। ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ଭାବେ ମାସ୍କ ଓ ସାନିଟାଇଜର ବ୍ୟବହାର ଓ ପ୍ରଦାନ ଉପରେ ଗୁରୁତ୍ବ ଦେଇଛି ଜିଲ୍ଲା ପ୍ରଶାସନ। ସେହିପରି ସମସ୍ତ ଆଶ୍ରୟସ୍ଥଳୀରେ ପାନୀୟ ଜଳ ଓ ଲାଇଟ ବ୍ୟବସ୍ଥା ଯୋଗାଇ ଦେବାପାଇଁ ଜିଲ୍ଲା ସ୍ତରରେ ୩ଟି ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଯଦି କେହି ଗୃହ ପୃଥକାବାସରେ ରହିଥାନ୍ତି ତେବେ ତାଙ୍କୁ ବିଦ୍ୟାଳୟ ମାନଙ୍କୁ ଆସି ପୃଥକରେ ରଖିବା ପାଇଁ ବ୍ୟାବସ୍ଥା କରାଯାଇଛି ଏବଂ ସରପଞ୍ଚ ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଏହାର ପରିଚାଳନା ଦାୟିତ୍ବ ଦିଆଯାଇଛି।

ସେହିପରେ ଜିଲ୍ଲାର  ୯ଟି ବ୍ଲକ ଓ ୨ଟି ମ୍ୟୁନିସିପାଲିଟିକୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି ବୋଲି ସୂଚନା ମିଳିଥିବା ବେଳେ ୭୨ଟି ଆସ୍କା ଲାଇଟକୁ ସମସ୍ତ ବ୍ଲକ ଓ ମ୍ୟୁନିସିପାଲିଟି ମଧ୍ୟରେ ବାଣ୍ଟି ଦିଆଯାଇଛି। ଜିରୋ କ୍ୟାଜୁଆଲିଟି ବା ଶୂନ୍ୟ ମୃତ୍ୟୁକୁ ଉପରେ ଅଧିକ ଫୋକସ କରିଛି କେନ୍ଦ୍ରାପଡା ପ୍ରଶାସନ। ଏଥିସହ ବିଭିନ୍ନ ବ୍ଲକର ୟାସ ମୁକାବିଲା ପାଇଁ ଦାୟିତ୍ବରେ ଥିବା ଅଧିକାରୀ ମାନଙ୍କ ନମ୍ବର ସେୟାର କରିଛି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

17:44 May 24

ଆନନ୍ଦପୁରରେ ବାତ୍ୟା 'ୟସ'କୁ ନେଇ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

ଆନନ୍ଦପୁର: ସାମୁଦ୍ରିକ ବାତ୍ୟା ୟସ୍ ର ମୁକାବିଲା ପାଇଁ କେନ୍ଦୁଝର ଜିଲ୍ଲାରେ ପହଞ୍ଚିଲେ 39 ଜଣିଆ ଓଡ୍ରାଫ୍ ଟିମ୍ ଓ 3ଟି ଏନଡିଆରଏଫ୍ ଟିମ୍ । କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ବାତ୍ୟାରେ ସର୍ବାଧିକ ପ୍ରଭାବିତ ହେବାକୁ ଥିବା ବେଳେ ଏନେଇ ଜିଲ୍ଲାପାଳ ଏକ ବୈଠକ କରିଛନ୍ତି ।  

ଆନନ୍ଦପୁର ଉପଖଣ୍ଡର ହାଟଡିହି ବ୍ଲକରେ ଜିଲ୍ଲାପାଳ ଆଶିଷ ଠାକରେ ବାତ୍ୟା ସମ୍ପର୍କିତ ଏର ବୈଠକରେ ଯୋଗ ଦେଇଛନ୍ତି । ବାତ୍ୟା ପ୍ରଭାବରେ ଏହି ଅଞ୍ଚଳରେ ବର୍ଷା ସହ ପବନ ଆରମ୍ଭ ହୋଇଯାଇଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ତଳି ଅଞ୍ଚଳ ତଥା କଚ୍ଚା ଘରେ ଥିବା ଲୋକଙ୍କୁ ନିକଟସ୍ଥ ପକ୍କାଘର ଓ ସ୍କୁଲ ଘରକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ । ହାଟଡିହି, ଘସିପୁରା ଓ ଆନନ୍ଦପୁର ବ୍ଲକର ପାଖାପାଖି 30ହଜାର ଲୋକ ବାତ୍ୟାରେ ପ୍ରଭାବିତ ହେବା ଆଶଙ୍କା କରାଯାଉଥିବା ବେଳେ, ବାତ୍ୟା ପରେ ବନ୍ୟା ପରିସ୍ଥିତ ଉପୁଜିଲେ, ଅଧିକ ଲୋକ ପ୍ରଭାବିତ ହେବେ ବୋଲି  କହିଛନ୍ତି । ସେହିପରି  ଯେକୌଣସି ପରିସ୍ଥିତିରେ  ସଠିକ୍ ମୁକାବିଲା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଓଡ୍ରାଫ୍ ଟିମ ର ମୁଖ୍ୟ। ବାତ୍ୟାରେ କୌଣସି ଲୋକ ଯେପରି ମୃତାହତ ନହୁଅନ୍ତି, ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି  କହିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ,ଇଟିଭି ଭାରତ

17:26 May 24

ପୁରୀ ଜିଲ୍ଲାରେ ଗର୍ଭବତୀଙ୍କୁ କରାଯାଇଛି ସ୍ଥାନାନ୍ତର

ପୁରୀ: ଜିଲ୍ଲାରେ ଗର୍ଭବତୀଙ୍କୁ କରାଯାଇଛି ସ୍ଥାନାନ୍ତର ।  ସମ୍ଭାବ୍ୟ ବାତ୍ୟା 'ୟସ' କୁ ଦୃଷ୍ଟିରେ ରଖି ଗର୍ଭବତୀ ମହିଳା ମାନଙ୍କୁ ନିକଟସ୍ଥ ପ୍ରସବ କେନ୍ଦ୍ରକୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରାଯାଇଛି ।

ସମ୍ଭାବ୍ୟ ବାତ୍ୟା ୟାସକୁ ଦୃଷ୍ଟିରେ ରଖି ଗର୍ଭବତୀ ମହିଳା ମାନଙ୍କୁ ନିକଟସ୍ଥ ପ୍ରସବ କେନ୍ଦ୍ରକୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରାଯାଉଛି । ଏଥିରେ ଆଶା, ଅଙ୍ଗନୱାଡି ଓ ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ସହଯୋଗ କରୁଛନ୍ତି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ଗର୍ଭବତୀ ମହିଳାଙ୍କ ସୁରକ୍ଷା , ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି। 

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

17:09 May 24

ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା 'ୟଶ' ସ୍ଥଳ ଭାଗ ଆଡକୁ ମୁହାଁଇଛି । ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ଆଡକୁ ମା଼ଡି ଆସୁଛି ବାତ୍ୟା 'ୟସ' । ବାତ୍ୟା 'ୟସ'ର ଗତି ପଥ ଏବେ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ  ଆହୁରି ତୀବ୍ର ହୋଇ ଗତି କରୁଛି ଏହି ବାତ୍ୟା । 26 ମେ ସକାଳ ସୁଦ୍ଧା ଏହା ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି । ତେବେ ଏହି ଦିନ ମଧ୍ୟାହ୍ନରେ ଅତି ଭୀଷଣ ବାତ୍ୟାର ରୂପ ନେଇ ପାରାଦୀପ ଏବଂ ସାଗର ଦ୍ବୀପପୁଞ୍ଜ ମଧ୍ୟରେ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳ ବାଲେଶ୍ବରରେ ଲ୍ୟାଣ୍ଡଫଲ କରିବା ନେଇ ଅନୁମାନ ରହିଛି । 

ବାତ୍ୟା 'ୟସ' ଦକ୍ଷିଣ-ଦକ୍ଷିଣପୂର୍ବ ପାରାଦୀପଠାରୁ 520 କିଲୋମିଟର ଦୂରରେ ରହିଛି । ତେବେ  26 ମେ ମଧ୍ୟାହ୍ନରେ ୟସ ଅତି ଭୀଷଣ ବାତ୍ୟାର ରୂପ ନେଇ ବାଲେଶ୍ବର ଆଖପାଖ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ ବୋଲି ଅନୁମାନ କରୁଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଓଡିଶାରେ ଉପକୂଳ ବର୍ତ୍ତୀ ଜିଲ୍ଲାଗୁଡିକରେ ବର୍ଷା ଆରମ୍ଭ ହୋଇଯାଇଛି ଖାସକରି ବାଲେଶ୍ବର,ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ବର୍ଷାର ଆରମ୍ଭ ହୋଇଯାଇଛି ।

Last Updated : May 24, 2021, 8:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.