ETV Bharat / city

Cyclone Asani: ବାତ୍ୟା ଅସାନିର ଆଖି ଦୃଶ୍ୟମାନ, ଗୋପାଳପୁର ଠାରୁ 490 କିଲୋମିଟର ଦୂରରେ - ବାତ୍ୟା ଅପଡେଟ

ଦୃଶ୍ୟମାନ ହେଲା ଭୀଷଣ ବାତ୍ୟା ଅସାନିର ଆଖି । ଟ୍ବିଟ୍ ଯୋଗେ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢନ୍ତୁ

Cyclone Asani Update: ଦୃଶ୍ୟମାନ ହେଲା ବାତ୍ୟା ଅସାନି ଆଖି

author img

By

Published : May 10, 2022, 11:31 AM IST

ଭୁବନେଶ୍ବର: ଦୃଶ୍ୟମାନ ହେଲା ବାତ୍ୟା ଅସାନି ଆଖି । ଆଜି ସକାଳ ୯.ଟା ସମୟରେ ମଛଲୀପାଟନମ ଡପ୍ଲର ରାଡ଼ାରରେ ଭୀଷଣ ବାତ୍ୟାର ରୂପ ନେଇଥିବା ଅସାନିର ଆଖି ଦୃଶ୍ୟମାନ ହୋଇଛି । ଏନେଇ ଟ୍ବିଟ୍ ଯୋଗେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ବର୍ତ୍ତମାନ ଗୋପାଳପୁର ଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମରେ 490 କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ 570 କିମି ଦୂରରେ କେନ୍ଦ୍ରୀଭୂତ ରହିଛି ଭୀଷଣ ବାତ୍ୟା । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି 10 କିମି ବେଗରେ ଗତି କରୁଛି ।

  • "ଅସାନି" ର ଆଖି ଦୃଶ୍ୟମାନ:

    ଆଜି ସକାଳ ୯ଟା ସମୟରେ ମଛଲୀପାଟନମ ଡପ୍ଲର ରାଡ଼ାର ରେ ଭୀଷଣ ବାତ୍ୟା "ଅସାନି" ର #ଆଖି ଦୃଶ୍ୟମାନ ହୋଇଛି | #Asani #CycloneAsani pic.twitter.com/QxlgMHFAJp

    — Meteorological Centre, Bhubaneswar (@mcbbsr) May 10, 2022 " class="align-text-top noRightClick twitterSection" data=" ">

ଅସାନି ପ୍ରଭାବରେ ପ୍ରଭାବରେ ଆସନ୍ତା 11 ତାରିଖରୁ ଉପକୂଳ ଜିଲ୍ଲାଗୁଡିକରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । 12 ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ପବନର ବେଗ 40 ରୁ 60 କିମି ଘଣ୍ଟା ପ୍ରତି ବହିବ । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ବନ୍ଦରଗୁଡିକରେ ମଧ୍ୟ ବିପଦ ସଙ୍କେତ ଜାରି କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.