ETV Bharat / city

ସାଧାରଣ ଲୋକଙ୍କ ପାଇଁ ଜୁନରେ ଆସିପାରେ କୋରୋନା ଟୀକା

ଭାରତ ଏବେ ଟୀକା ପ୍ରସ୍ତୁତିରେ ମାନବ ପରୀକ୍ଷଣର ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି । 8 ମାସ ପରେ ଆସିବ ସାଧାରଣ ଲୋକଙ୍କ ପାଇଁ କୋରୋନା ଟୀକା । ଅଧିକ ପଢନ୍ତୁ...

ସାଧାରଣ ଲୋକଙ୍କ ପାଇଁ ଜୁନରେ ଆସିପାରେ କୋରୋନା ଟୀକା !

author img

By

Published : Nov 9, 2020, 7:54 PM IST

Updated : Nov 9, 2020, 10:10 PM IST

ଭୁବନେଶ୍ବର: ସାରା ବିଶ୍ବ କୋରୋନା ଟୀକା ପାଇଁ ପ୍ରସ୍ତୁତ ରହିଛି । ଇତିମଧ୍ୟରେ ଭାରତ ଏବେ ଟୀକା ପ୍ରସ୍ତୁତିରେ ମାନବ ପରୀକ୍ଷଣର ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି । ଏକ ଟୀକାର ପରୀକ୍ଷଣ 3 ମାସ ବ୍ୟବଧାନରେ ରହିଛି । ଫଳରେ କୌଣସି ଗୋଟିଏ ଟୀକା ପ୍ରସ୍ତୁତ କରିବାକୁ ହେଲେ 2 ରୁ 5 ବର୍ଷ ସମୟ ଲାଗିଥାଏ । ଏହା ବର୍ତ୍ତମାନ ସୁଧା ମାନବ ପରୀକ୍ଷଣରେ ଭାରତରେ 25 ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ପରୀକ୍ଷା କରାଯିବ । ଏହା ସଫଳ ହେବା ପରେ 8 ମାସ ପରେ ଆସିବ ସାଧାରଣ ଲୋକଙ୍କ ପାଇଁ କୋରୋନା ଟୀକା ।

ଯଦି ଭାରତରେ ଏହି ଟୀକା ବିକ୍ରି ହୁଏ ତେବେ ଭାରତୀୟ ଡ୍ରଗ୍ସ କଣ୍ଟ୍ରୋଲ, ଆମେରିକାରେ ବିକ୍ରି ହେଲେ ଆମେରିକାର ଡ୍ରଗ୍ସ କଣ୍ଟ୍ରୋଲ ସହିତ ମିଳିତ ଭାବରେ ସ୍ୱୀକୃତି ପ୍ରଦାନ କରିବା ଆବଶ୍ୟକ ରହିଛି । ସେହିପରି ଭାରତ ସରକାର ଓ ବାୟୋଟେକର ମିଳିତ ଉଦ୍ୟମରେ ଟୀକା ପ୍ରସ୍ତୁତ କରାଯାଏ । ତେବେ ଏହା ଡିସେମ୍ବରରେ ଆସିବା ଅସମ୍ଭବ ବୋଲି କହିଛନ୍ତି ଡ଼ଃ ଅଶୋକ ମହାପାତ୍ର ।

ଅନ୍ୟପଟେ ଭୁବନେଶ୍ୱରର ଅନ୍ଧାରୁଆରେ ହେବ କୋରୋନା ଟୀକା ପ୍ରସ୍ତୁତି କାରଖାନା । ଏହାଠାରେ ହେବ 10ଟି ରୋଗର ପ୍ରତିଷେଧକ ଉପାଦାନ କମ୍ପାନୀର ପ୍ରତିଷ୍ଠା କରାଯିବ । ଏମଏସ ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲି ଏଠାରେ ପ୍ରାୟ 300 କୋଟି ଟଙ୍କା ବ୍ୟୟରେ ଏକ ପ୍ରତିଷେଧକ ଶିଳ୍ପ ପ୍ରତିଷ୍ଠା କରାଯିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Nov 9, 2020, 10:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.