ETV Bharat / city

ରାଜ୍ୟରେ ବଢିଚାଲିଛି କୋରୋନା ମୃତ୍ୟୁ ସଂଖ୍ୟା, ଅଗଷ୍ଟରେ ସର୍ବାଧିକ ମୃତ୍ୟୁ

author img

By

Published : Aug 17, 2020, 3:58 PM IST

ରାଜ୍ୟରେ ଧିରେ ଧିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା 353କୁ ବୃଦ୍ଧି ପାଇଛି । ତେବେ ଏପ୍ରିଲ ମାସରେ ଗୋଟିଏ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିବାବେଳେ ଅଗଷ୍ଟରେ ସର୍ବାଧିକ 175ଜଣଙ୍କ ଜୀବନ ଗଲାଣି । ଅଧିକ ପଢନ୍ତୁ...

corona-death-rise-in-odisha
ରାଜ୍ୟରେ ବଢିଚାଲିଛି କୋରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତାହା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସମୁଦାୟ ମୃତକଙ୍କ ସଂଖ୍ୟା 353ରେ ପହଞ୍ଚିଛି । ବିଶେଷ କରି ଅଗଷ୍ଟମାସରେ ଅଧିକ ସଂଖ୍ୟକ ମୃତ୍ୟୁ ହେଉଛି । ତଥ୍ୟ ଅନୁସାରେ, ରାଜ୍ୟରେ ପ୍ରଥମ କୋରୋନା ମୃତ୍ୟୁ ଏପ୍ରିଲ 6 ତାରିଖରେ ହୋଇଥିଲା । ଏପ୍ରିଲ ମାସରେ ମାତ୍ର ଜଣଙ୍କର ମୁଣ୍ଡ ନେଇଥିବା କୋରୋନା ମେ’ ରେ 6, ଜୁନ୍‌ରେ 18 ଓ ଜୁଲାଇରେ 153 ଜଣଙ୍କ ଜୀବନ ନେଇଛି । ସେହିପରି ଅଗଷ୍ଟମାସରେ ଅଦ୍ୟାବଧି 175ଜଣଙ୍କ ଜୀବନ ନେଇସାରିଲାଣି କୋରୋନା ।

ରାଜ୍ୟରେ ବଢିଚାଲିଛି କୋରୋନା ମୃତ୍ୟୁ ସଂଖ୍ୟା

ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ବରିଷ୍ଠ ନାଗରିକମାନଙ୍କ ମୃତ୍ୟୁ ହେଉଛି । ମଧୁମେହ, ବ୍ଲଡପ୍ରେସର, କିଡନୀ ଜନିତ ରୋଗ ଓ ଅନ୍ୟରୋଗ ପାଇଁ ରୋଗ ପ୍ରତିରୋଧକ ଶକ୍ତି କମିଯାଉଥିବା ଏମାନଙ୍କ ମୃତ୍ୟୁ ଘଟୁଥିବା କୁହାଯାଉଛି ।

ରାଜ୍ୟରେ ତିନି ଜିଲ୍ଲା ନୂଆପଡା, ଦେବଗଡ ଓ ବୌଦ୍ଧକୁ ବାଦ ଦେଇ ଅନ୍ୟ ସମସ୍ତ ଜିଲ୍ଲାରେ କୋରୋନା ମୃତ୍ୟ ହୋଇଛି । ଅନୁଗୋଳରେ 3, ବାଲେଶ୍ବରରେ 7, ବରଗଡରେ 4, ଭଦ୍ରକରେ 5,

ବଲାଙ୍ଗୀରରେ ଜଣେ, କଟକରେ 18, ଢେଙ୍କାନାଳରେ 1, ଗଜପତିରେ 16, ଗଞ୍ଜାମରେ 155, ଜଗତସିଂହପୁରରେ 2, ଯାଜପୁରରେ 4, ଝାରସୁଗୁଡାରେ 1, କଳାହାଣ୍ଡିରେ 2, କନ୍ଧମାଳରେ 7, କେନ୍ଦ୍ରାପଡାରେ 3, କେନ୍ଦୁଝରରେ 5, ଖୋର୍ଦ୍ଧାରେ 48, କୋରାପୁଟରେ 2, ମାଲକାନଗିରିରେ 2, ମୟୂରଭଞ୍ଜରେ 3, ନବରଙ୍ଗପୁରରେ 1, ନୟାଗଡରେ 9, ପୁରୀରେ 9, ରାୟଗଡାରେ 15, ସମ୍ବଲପୁରରେ 7, ସୁବର୍ଣ୍ଣପୁରରେ ଜଣେ ଓ ସୁନ୍ଦରଗଡରେ 22 ଜଣଙ୍କ ଜୀବନ ଯାଇଛି ।

ଏହାବାଦେ ରାଜ୍ୟରେ ମୋଟ 51 ଜଣଙ୍କ କୋରୋନା ଥାଇ ମଧ୍ୟ ଅନ୍ୟ ରୋଗରେ ମୃତ୍ୟୁ ହୋଇଛି । ତେବେ କାହାର କୋରୋନାରେ ମୃତ୍ୟୁ ହୋଇଛି ଏବଂ କାହାର ହୋଇନାହିଁ ତାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ରାଜ୍ୟ ସରକାର ଏକ ତିନିଜଣିଆ ବରିଷ୍ଠ ଡାକ୍ତରଙ୍କ ଟିମ ଗଠନ କରିଛନ୍ତି । ଯେଉଁଟିମ୍‌, ଚିକିତ୍ସା କରୁଥିବା ଡାକ୍ତର ମାନଙ୍କର ପରାମର୍ଶ ନେଇ ଡେଥ୍‌ ରିପୋର୍ଟ ଦେଉଛନ୍ତି । ସେପଟେ ଏସବୁ ଭିତରେ ଦେଶ ତୁଳନାରେ ରାଜ୍ୟରେ ସବୁଠାରୁ କମ୍‌ ମୃତ୍ୟୁହାର ରହିଛି ବୋଲି କୁହାଯାଉଛି ।

ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ 62 ହଜାର 294 ଆକ୍ରାନ୍ତଙ୍କ ମଧ୍ୟରୁ 353 ଜଣଙ୍କ ଜୀବନ ଯାଇଥିବାବେଳେ 42 ହଜାର 277 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.