ETV Bharat / city

କୋରୋନା ସଙ୍କଟ: 'ମୋ ପରିବାର' ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି ରକ୍ତ ସଂଗ୍ରହ

author img

By

Published : Jul 26, 2020, 3:58 PM IST

ରାଜ୍ୟରେ ରକ୍ତ ସଙ୍କଟ ଦେଖାଦେଇଛି । ବିକଳ୍ପ ଖୋଜିବା କଷ୍ଟକର ହୋଇପଡିଛି । ଓଡିଶାରେ ବର୍ଷକୁ ସାଢେ 3 ଲକ୍ଷରୁ 4 ଲକ୍ଷ ୟୁନିଟ ରକ୍ତ ଆବଶ୍ୟକ ରହିଛି । ଅଧିକ ପଢନ୍ତୁ...

କୋରୋନା ସଙ୍କଟ; ମୋ ପରିବାର ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି ରକ୍ତ ସଂଗ୍ରହ

ଭୁବନେଶ୍ବର: ବୃଦ୍ଧି ପାଉଥିବା କୋରୋନା ମହାମାରୀ ସ୍ଥିତିରେ ରାଜ୍ୟରେ ଏବେ ରକ୍ତ ସଙ୍କଟ ଦେଖାଦେଇଛି । ଓଡିଶାରେ ବର୍ଷକୁ ସାଢେ 3 ଲକ୍ଷରୁ 4 ଲକ୍ଷ ୟୁନିଟ ରକ୍ତ ଆବଶ୍ୟକ ରହିଛି। କିନ୍ତୁ କୋରୋନା ସମୟରେ ରକ୍ତର ଘୋର ଅଭାବ ଦେଖାଦେଇଛି। ଏନେଇ 'ମୋ ପରିବାର' ପକ୍ଷରୁ ଆରମ୍ଭ ହୋଇଛି ରକ୍ତ ଦାନ ଶିବିର।

ତେବେ 2 ଲକ୍ଷ ସ୍ୱେଚ୍ଛାକୃତ ଭାବରେ ରକ୍ତ ସଂଗ୍ରହ ହୋଇଥାଏ। ଜୀବନ ବିନ୍ଦୁ ଆମ ଓଡିଶା ଠାରୁ ଆରମ୍ଭ କରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜରିଆରେ ରକ୍ତ ସଂଗ୍ରହ କରାଯାଏ। ସାମାଜିକ ପ୍ରତିବଦ୍ଧତା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କଟକଣା ଭିତରେ ରକ୍ତ ଶିବିର କରାଯିବ। ମୋ ପରିବାର ପକ୍ଷରୁ ଆସନ୍ତାକାଲି (ସୋମବାର) ଠାରୁ ବାରବାଟୀ ଷ୍ଟାଡିୟମରେ ରକ୍ତ ଦାନ ଶିବିର ଆରମ୍ଭ ହୋଇଛି। ଏନେଇ ସ୍ୱେଚ୍ଛାସେବୀଙ୍କୁ ଏଥିରେ ସାମିଲ ହେବାପାଇଁ ଅପିଲ କରିଛି ଓଡିଶା ପରିବାର।

ଏପରିକି ବିଧାୟକ ଓ ଜନ ପ୍ରତିନିଧି ସାମିଲ ହେବାକୁ ଅନୁରୋଧ। ବର୍ଷକୁ 4 ଲକ୍ଷ ୟୁନିଟ ରକ୍ତ ଆବଶ୍ୟକ ରହିଛି । ମାସକୁ 30 ହଜାର ଆବଶ୍ୟକ। ବର୍ତ୍ତମାନ 6 ହଜାର ରକ୍ତ ସଂଗ୍ରହ ହେଉଛି । ଏପ୍ରିଲ ମାସରେ 1500 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଜୁନ ଜୁଲାଇରେ 6 ରୁ 7 ହଜାର ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ବର୍ତ୍ତମାନ ସମୟରେ 0 ରୁ 50 ୟୁନିଟରେ ସୀମିତ ରହୁଛି।

ରାଜ୍ୟରେ 56ଟି ରକ୍ତ ଭଣ୍ଡାର ରହିଛି । ସେଠାରେ ବି ରକ୍ତର ଅଭାବ ରହିଛି । ଜଣେ ବ୍ୟକ୍ତିର ସମସ୍ତ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ ପରେ ରକ୍ତ ସଂଗ୍ରହ କରାଯାଉଛି। ରାଉରକେଲା ସମ୍ବଲପୁର ଓ ବ୍ରହ୍ମପୁରରେ ରକ୍ତର ଅଧିକ ଆବଶ୍ୟକ ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.