ETV Bharat / city

ଉପରମୁହାଁ କୋରୋନା ଗ୍ରାଫ: ଗହଳି ସ୍ଥାନ ଠୁ ଦୂରେଇ ରହିବାକୁ ପରାମର୍ଶ

author img

By

Published : Jan 2, 2022, 10:34 PM IST

ଉପରମୁହାଁ କୋରୋନା ଗ୍ରାଫ । ଗହଳି ସ୍ଥାନଠୁ ଦୁରେଇ ରହିବାକୁ ପରାମର୍ଶ। ଡିସେମ୍ବର ଶେଷ ସପ୍ତାହ ଠାରୁ ନେଇ ଆଜି ପର୍ଯ୍ୟନ୍ତ ବଢୁଛି ସଂକ୍ରମଣର ଗ୍ରାଫ। ମାସ୍କ ହାତ ଧୋଇବା ସହ କୋଭିଡର ଗାଇଡ଼ଲାଇନକୁ ମାନି ଚାଲିବାକୁ ଅନୁରୋଧ କରିଛି ସ୍ୱାସ୍ଥ୍ୟ ବିଭାଗ। ଅଧିକ ପଢନ୍ତୁ

ଉପର ମୁହାଁ କୋରୋନା ଗ୍ରାଫ: ଗହଳି ସ୍ଥାନ ଠୁ ଦୂରେଇ ରହିବାକୁ ପରାମର୍ଶ

ଭୁବନେଶ୍ବର : ରାଜ୍ୟରେ କୋରୋନାର ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ିବାରେ ଲାଗଛି। କିଛି ମାସ ହେଲା ରାଜ୍ୟରେ ସଂକ୍ରମଣ କମିଥିବା ସମୟରେ ବର୍ତ୍ତମାନ ଅଚାନକ ଭାବରେ ବଢ଼ିବାରେ ଲାଗିଛି। ଯାହା ରାଜ୍ୟବାସୀଙ୍କ ମନରେ ଭୟ ସୃଷ୍ଟି କରିଛି । ପୂର୍ବ 7 ଦିନର ତଥ୍ୟ ଦେଖିଲେ ଜଣା ପଡିବ କେତେ ମାତ୍ରାରେ ବଢିଛି ଏହି ସଂକ୍ରମଣ।

*ଡିସେମ୍ବର 27 ତାରିଖରେ 55 ହଜାର 84 ଲୋକଙ୍କ କୋରୋନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ 123। ଯାହାର ସଂକ୍ରମଣର ହାର ଥିଲା 0.22 ପ୍ରତିଶତ।

*ସେହିଭଳି ଭାବରେ ଡିସେମ୍ବର 28 ତାରିଖରେ 51ହଜାର 842 ଜଣଙ୍କର କୋରୋନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ 156 ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯାହାର ସଂକ୍ରମଣ ହାର 0.30 ପ୍ରତିଶତ। *ଡିସେମ୍ବର 29 ତାରିଖରେ 63 ହଜାର 290 ଜଣଙ୍କର କୋରୋନାର ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ 221। ଯାହାର ସଂକ୍ରମଣ ହାର ଥିଲା 0.34 ପ୍ରତିଶତ। * ଡିସେମ୍ବର 30 ତାରିଖରେ 62ହଜାର 192 ଜଣଙ୍କର କୋରୋନା ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ 225 ଜଣ। ଯାହାର ସଂକ୍ରମଣ ହାର ଥିଲା 0.36 ପ୍ରତିଶତ। * ଡିସେମ୍ବର 31 ତାରିଖରେ 61 ହଜାର 277 ଜଣଙ୍କର କୋରୋନା ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ 228। ଯାହାର ସଂକ୍ରମଣ ହାର ଥିଲା 0.37 ପ୍ରତିଶତ। * ଜାନୁଆରୀ 1 ତାରିଖରେ 62 ହଜାର 214 ଜଣଙ୍କର କୋରୋନା ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ 298 ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯାହାର ସଂକ୍ରମଣ ହାର ଥିଲା 0.47 ପ୍ରତିଶତ। * ଜାନୁଆରୀ 2 ତାରିଖରେ 61 ହଜାର 451 ଜଣଙ୍କର କୋରୋନା ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ 424 ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ଯାହାର ସଂକ୍ରମଣ ହାର 0.68 ପ୍ରତିଶତ ରହିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ବଢୁଛି । ଯଦି 5 ଦିନର ତଥ୍ୟ ନେବା ତେବେ କୋଭିଡ ସଂକ୍ରମଣ ବଢୁଛି। ଭାରତ ସ୍ୱାସ୍ଥ୍ୟ ବିଭାଗର ଗାଇଡ଼ ଲାଇନ ଅନୁସାରେ ରାଜ୍ୟରେ 10 ପ୍ରତିଶତ ପଜିଟିଭିଟି ହୋଇନାହିଁ । ରାଜ୍ୟରେ ହସ୍ପିଟାଲ ବେଡ଼ ଲୋକ ରହିବା ସଂଖ୍ୟା ପ୍ରତିଶତ କମ ରହିଛି ।

40 ପ୍ରତିଶତ ଅକ୍ସିଜେନ ବେଡ଼ ପ୍ରସ୍ତୁତ କରି ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ତାହାର କାର୍ଯ୍ୟ କରୁଛି। କମ୍ୟୁନିଟିକୁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛି ଯେ ଯିଏ ଯେଉଁ କାମ କରୁଛନ୍ତି କରନ୍ତୁ । କିନ୍ତୁ କୋଭିଡର ନିୟମ ଗାଇଡଲାଇନ ମାନନ୍ତୁ। ମାକ୍ସ ପିନ୍ଧନ୍ତୁ, ହାତ ଧୁଆନ୍ତୁ ଏବଂ ଭିଡ଼ ଜମାନ୍ତୁ ନାହିଁ। ସଂକ୍ରମଣ ବ୍ୟାପିବାକୁ ସୁଯୋଗ ଦେବା ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.