ETV Bharat / city

ଗଞ୍ଜାମରେ ବେକାବୁ କୋରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା 77କୁ ବୃଦ୍ଧି - corona cases increases in ganjam

ଗଞ୍ଜାମରେ ବେକାବୁ କୋରୋନା । ଗଞ୍ଜାମରେ 2 ଓ ଭୁବନେଶ୍ବରରେ ଜଣଙ୍କର ଯାଇଛି ଜୀବନ । ରାଜ୍ୟରେ ମୃତ୍ୟୁ ସଂଖ୍ୟା 77କୁ ବୃଦ୍ଧି । ଅଧିକ ପଢନ୍ତୁ...

corona cases increases in ganjam
ଗଞ୍ଜାମରେ ବେକାବୁ କୋରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା 77କୁ ବୃଦ୍ଧି
author img

By

Published : Jul 15, 2020, 1:14 PM IST

ଭୁବନେଶ୍ବର: ଗଞ୍ଜାମରେ ଦିନକୁ ଦିନ ବେକାବୁ ହେଉଛି କୋରୋନା । ହୁ ହୁ ହୋଇ ବଢୁଛି ସଂକ୍ରମଣଙ୍କ ସଂଖ୍ୟା । ରାଜ୍ୟରେ ବୁଧବାର 3 ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରେ ଜଣେ ମୃତ୍ୟୁବରଣ କରିଛନ୍ତି । ରାଜ୍ୟର 12ଟି ଜିଲ୍ଲାରେ କୋରୋନା ଆକ୍ରନ୍ତଙ୍କ ମୃତ୍ୟୁ ଘଟିଛି । ସରକାରୀ ତଥ୍ୟ ଅନୁଯାୟୀ ଗଞ୍ଜାମରେ ମୋଟ ପଜେଟିଭ 4621ଙ୍କ ମଧ୍ୟରୁ 46 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧାରେ 1530 ଆକ୍ରାନ୍ତଙ୍କ ମଧ୍ୟରୁ 13 ଜଣ ମୃତ୍ୟୁ ଘଟିଛି ।

ତେବେ ରାଜ୍ୟରେ 3 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ 2 ଜଣ ଅନ୍ୟରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଗଞ୍ଜାମରେ 65 ବର୍ଷୀୟ ବୃଦ୍ଧ ମୃତ୍ୟୁବରଣ କରିଥିବାବେଳେ ଆଉ ଜଣେ 86 ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ଯାଇଛି । ସେହିପରି ଭୁବନେଶ୍ବରରୁ 72 ବର୍ଷର ପୁରୁଷ ମୃତ୍ୟୁବରଣ କରିଛନ୍ତି । ଗଞ୍ଜାମର ମୃତ୍ୟୁବରଣ କରିଥିବା 2ଜଣ ଅନ୍ୟ ରୋଗରେ ପୀଡିତ ହୋଇ ପ୍ରାଣ ହରାଇଛନ୍ତି । ସେପଟେ, ଅନ୍ୟ ଜଣେ ହେଉଛନ୍ତି ଖୋର୍ଦ୍ଧାର 52 ବର୍ଷିୟ ପୁରୁଷ । ଯାହାଙ୍କ ଶରୀରରେ ଅନେକ ରୋଗ ଥିଲା । ତେବେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା14989 ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 77 ରେ ପହଁଚିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.