ETV Bharat / city

ସଚେତନତାର ପାଠ ପଢାଇଲେ କମିଶନର

author img

By

Published : May 15, 2020, 10:16 PM IST

କୋରୋନା ମୁକାବିଲା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ସଚେତନ ରହିବାକୁ କହିଲେ ଭୁବନେଶ୍ବର ବିଏମସି ଓ ପୋଲିସ କମିଶନର । ଅଧିକ ପଢ଼ନ୍ତୁ...

Bhubaneswar commissionerate police
ଭୁବନେଶ୍ବର କମିଶନରେଟ ପୋଲିସ

ଭୁବନେଶ୍ବର: ସଚେତନତାର ପାଠ ପଢ଼ାଇଲେ ଭୁବନେଶ୍ବର ପୋଲିସ ଓ ବିଏମସି କମିଶନର । ଶୁକ୍ରବାର ଭୁବନେଶ୍ବର ଜୟଦେବ ବିହାର ୟୁପି ସ୍କୁଲରେ ସ୍ଥାନୀୟ ଅଞ୍ଚଚଳର ବରିଷ୍ଠ ନାଗରିକ ଓ କର୍ମକର୍ତ୍ତାଙ୍କୁ କୋରୋନା ସଚେତନତାର ଉପରେ ବୁଝାଇଥିଲେ ବିଏମସି ଓ ପୋଲିସ କମିଶନର ।

ଭୁବନେଶ୍ବର କମିଶନରେଟ ପୋଲିସ

ଲକଡାଉନ କଟକଣା ମାନିବା, ପୋଲିସ ଓ ବିଏମସିକୁ ସହାୟତା କରିବା ଓ ସର୍ବୋପରି କରୋନା ମହାମାରୀ ସଂକ୍ରମଣ ରୋକିବାକୁ ସରକାରଙ୍କ ସହ ସହଯୋଗର ହାତ ବଢାଇଥିବାରୁ ଧନ୍ୟବାଦ ଜ୍ଞାପନ କଲେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଓ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ଭୁବନେଶ୍ବରକୁ ପ୍ରବାସୀ ଫେରାନ୍ତଙ୍କ ସୁଅ ଛୁଟୁଥିବା ବେଳେ ସେମାନଙ୍କୁ ସହଯୋଗ କରିବା ଓ କୌଣସି ପ୍ରକାର ଭୟଭୀତ ନହେବା ପାଇଁ ବିଏମସି ପକ୍ଷରୁ ଅନୁରୋଧ କରାଯାଇଥିଲା । ପ୍ରାୟ ୪୦ରୁ ୫୦ ଜଣ ଜନସାଧାରଣ ଉପସ୍ଥିତ ରହି ପୋଲିସକୁ ଅଧିକ କ୍ରିୟାଶୀଳ ହେବାକୁ ପରାମର୍ଶ ଦେଇଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.