ETV Bharat / city

ରାହୁଲ ଗାନ୍ଧୀଙ୍କୁ ଜେରା: ED ଅଫିସ ସମ୍ମୁଖରେ କଂଗ୍ରେସର ଧାରଣା - ED ଅଫିସ ସମ୍ମୁଖରେ କଂଗ୍ରେସ କର୍ମୀଙ୍କ ଧାରଣା

ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର EDର ଜେରାକୁ ସାରା ଦେଶରେ ବିରୋଧ କରୁଛନ୍ତି କଂଗ୍ରେସ କର୍ମୀ । ଏହାର ପ୍ରଭାବ ଆଜି ରାଜଧାନୀରେ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ରାହୁଲ ଗାନ୍ଧୀଙ୍କୁ ଜେରା: ED ଅଫିସ ସମ୍ମୁଖରେ କଂଗ୍ରେସର ଧାରଣା

author img

By

Published : Jun 20, 2022, 4:39 PM IST

ଭୁବନେଶ୍ବର: ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର EDର ଜେରାକୁ ସାରା ଦେଶରେ ବିରୋଧ କରୁଛନ୍ତି କଂଗ୍ରେସ କର୍ମୀ । ଏହାର ପ୍ରଭାବ ଆଜି ରାଜଧାନୀରେ ଦେଖିବାକୁ ମିଳିଛି । ED ବିରୁଦ୍ଧରେ ଆଜି ଗର୍ଜିଛନ୍ତି ରାଜ୍ୟ ଯୁବ କଂଗ୍ରେସ କର୍ମୀ । ମୁଁ ବି ରାହୁଲ ମୋତେ ବି ଜେରା କର ନାରା ଦେଇ ED କାର୍ଯ୍ୟାଳୟ ଘେରାଉ କରିଛନ୍ତି କଂଗ୍ରେସ କର୍ମୀ । CRPF ଛକ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ED କାର୍ଯ୍ୟାଳୟରେ ପହଞ୍ଚିଥିଲେ କଂଗ୍ରେସ କର୍ମୀ । ଏହାପରେ ସେଠାରେ ଧାରଣାରେ ବସିଛନ୍ତି ।

ରାହୁଲ ଗାନ୍ଧୀଙ୍କୁ ଜେରା: ED ଅଫିସ ସମ୍ମୁଖରେ କଂଗ୍ରେସର ଧାରଣା

ED ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ହାତବାରିସୀ ସାଜିଥିବା କଂଗ୍ରେସ ଅଭିଯୋଗ କରିଛି । ଜୟ ଶାହ ତଥା ଅନ୍ୟ ବିଜେପି ନେତାଙ୍କ ସମ୍ପତ୍ତି ଏତେ ମାତ୍ରାରେ ବୃଦ୍ଧି ହୋଇଛି, କିନ୍ତୁ ତାଙ୍କୁ ED କାହିଁକି ଜେରା କରୁନି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଓ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

କଂଗ୍ରେସ କର୍ମୀ ED ଅଫିସ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ୩୦ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ । କେନ୍ଦ୍ର ସରକାର ମିଥ୍ୟା ମାମଲାରେ ରାହୁଲ ଗାନ୍ଧୀଙ୍କୁ ଫସାଇବାକୁ ଉଦ୍ୟମ କରୁଥିବା ନେଇ କଂଗ୍ରେସ କର୍ମୀ ଅଭିଯୋଗ କରିଛନ୍ତି । ଯୁବ କଂଗ୍ରେସର ଏହି ଆନ୍ଦୋଳନରେ ବରିଷ୍ଠ କଂଗ୍ରେସ ନେତାଏ ମଧ୍ୟ ସାମିଲ ରହିଥିଲେ ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.