ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଛନ୍ତି ଜାତୀୟ କଂଗ୍ରେସର ସର୍ବଭାରତୀୟ ସଂଖ୍ୟାଲଘୁ ସେଲ ପ୍ରଭାରୀ ଅବଦୁଲ କଲାମ । ଏହି ଅବସରରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ରାଜ୍ୟ ସଂଖ୍ୟାଲଘୁ ସେଲର ଜିୟା ଉଲ୍ଲ ହକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକରେ ସାମିଲ ହୋଇଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଏହି ବୈଠକରେ 30 ଜିଲ୍ଲାର ପ୍ରତିନିଧି ଯୋଗ ଦେଇଥିଲେ । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ଶରତ କହିଛନ୍ତି ଯେ, ପ୍ରତି ଜିଲ୍ଲାର ସଂଖ୍ୟାଲଘୁ ମୁସଲମାନ, ଶିଖ, ଇସାଇଙ୍କୁ ନେଇ କଂଗ୍ରେସର ସଂଗଠନକୁ ମଜବୁତ କରାଯିବ । ସଂଗଠନକୁ ଜିଲ୍ଲା ଓ ବ୍ଲକ ସ୍ତରରେ ମଜବୁତ କରିବା ଲାଗି ପ୍ରୟାସ କରାଯିବ । ଏହି ବର୍ଗର ଲୋକଙ୍କୁ ଅବହେଳା କରୁଛନ୍ତି ରାଜ୍ୟ ସରକାର । ସମସ୍ତେ କିପରି ସମାନ ଅଧିକାର ପାଇବେ ସେନେଇ ବ୍ୟବସ୍ଥା ହେବ ବୋଲି ଶରତ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର