ETV Bharat / city

ଓଡିଶା ବନ୍ଦ ନେଇ ମୁହାଁମୁହିଁ: BJDକୁ କାଉଣ୍ଟର କଲା କଂଗ୍ରେସ - mamita meher murder case

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି l ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସକୁ ବିଜେଡିର ଶାଣିତ ସମାଲୋଚନାର ଉତ୍ତର ରଖିଲା କଂଗ୍ରେସ l ଅଧିକ ପଢ଼ନ୍ତୁ...

Justice for mamita: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

author img

By

Published : Nov 11, 2021, 7:24 PM IST

Updated : Nov 11, 2021, 8:41 PM IST

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି l ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସକୁ ବିଜେଡିର ଶାଣିତ ସମାଲୋଚନାର ଉତ୍ତର ରଖିଲା କଂଗ୍ରେସ l ମମିତା ମେହେର ହତ୍ୟାକାଣ୍ଡକୁ ନେଇ କଂଗ୍ରେସ ରାଜନୀତି କରୁଥିବା ନେଇ ବିଜେଡିର ଯାହା ଅଭିଯୋଗ ରହିଛି ତାହା ଅମୂଳକ l କୌଣସି ସ୍ପର୍ଶକାତର ପ୍ରସଙ୍ଗକୁ ଉଠାଇବା ଯଦି କୌଣସି ରାଜନୈତିକ ଦଳ ଉଦ୍ୟମ କରେ ଓ ତାହାକୁ ରାଜନୀତିକରଣ କୁହାଯାଏ, ତେବେ କଂଗ୍ରେସ ରାଜନୀତି କରିବାରେ କିଛି ଦ୍ୱିଧା ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ l

ଓଡିଶା ବନ୍ଦ ନେଇ ମୁହାଁମୁହିଁ: ରାଜ୍ୟ ସରକାରଙ୍କୁ କାଉଣ୍ଟର କଲା କଂଗ୍ରେସ

କୌଣସି ରାଜନୀତି ଦଳକୁ ତଥ୍ୟ ପ୍ରମାଣ ମାଗିବାରେ ଯଥାର୍ଥତା ନାହିଁ l କାରଣ କୌଣସି ରାଜନୈତିକ ଦଳ ଦତନ୍ତକାରୀ ସଂସ୍ଥା ନୁହେଁ l ବିଜେଡି ମଧ୍ୟ ଏକଥା ଭଲ ଭାବରେ ଜାଣିଛି l ଜାତୀୟ ମାନବାଧିକାର କମିଶନ ଓ ଅନ୍ୟ କିଛି ରିପୋର୍ଟ ଆଧାରରେ ଏହି ପ୍ରସଙ୍ଗ ଗୁରୁତ୍ୱପର୍ଣ୍ଣ ବୋଲି ଦାବି କରି ଆସୁଛି କଂଗ୍ରେସ l ମୋଟ ଉପରେ ଏହି ଘଟଣାର ତଦନ୍ତ କୁ ବାଟବଣା କରିବା ପାଇଁ ରୀତିମତ ଶାସକ ଦଳ ଷଡଯନ୍ତ୍ର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ l

ଅନ୍ୟପକ୍ଷରେ ଆସନ୍ତାକାଲି (ଶୁକ୍ରବାର) କଂଗ୍ରେସ ଦଳ ମମିତାଙ୍କୁ ନ୍ୟାୟ ନେଇ ସାରାରାଜ୍ୟରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରିବ l ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରାଯିବ ବୋଲି କହିଛନ୍ତି ସତ୍ୟପ୍ରକାଶ ନାୟକ l

ଏହାପୂର୍ବରୁ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସର ବନ୍ଦ ପାଳନକୁ ତୀବ୍ର ସମାଲୋଚନା କରିଥିଲା । ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସକୁ ଟାର୍ଗେଟ ପରେ ଟାର୍ଗେଟ କରି ଚାଲିଥିଲେ । ଏପରିକି କଂଗ୍ରେସ ବିରୋଧୀ ବିଜେପିର ବି ଟିମ୍‌ ବୋଲି ମଧ୍ୟ କହିବାକୁ ପଛାଇ ନଥିଲେ । କଂଗ୍ରେସ ବନ୍ଦକୁ ବିଜେଡି ସମର୍ଥନ କରିବ ନାହିଁ ସଫାସଫା କହିଥିଲେ ସସ୍ମିତ ପାତ୍ର । ଏହାରେ ଜବାବରେ କଂଗ୍ରେସ ପକ୍ଷରୁ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳକୁ ଟାର୍ଗେଟ କରିଛି କଂଗ୍ରେସ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Nov 11, 2021, 8:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.