ETV Bharat / city

ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନକୁ ଛାତ୍ର କଂଗ୍ରେସର ବିରୋଧ, ସମର୍ଥନରେ ଛାତ୍ରଛାତ୍ରୀ - congress student union opposition to university law amendment

ଗତ 2 ଦିନ ତାରିଖ ଦିନ ରାଜ୍ୟ କ୍ୟାବିନେଟର ଅନୁଷ୍ଠିତ ସ୍ବତନ୍ତ୍ର ଅଧିବେଶନରେ ବିଶ୍ବବିଦ୍ୟାଳୟ ଆଇନରେ ସଂଶୋଧନ ଅଣାଯାଇଥିବା କଥା କୁହାଯାଇଥିଲା ।ଶୁକ୍ରବାର ଏହି ଆଇନକୁ ବିରୋଧ କରି ରାଜରାସ୍ତା ଅବରୋଧ କରିଥିଲା ଛାତ୍ର କଂଗ୍ରେସ । ଅପରପକ୍ଷେ ସରକାରଙ୍କ ଏହି ନିଷ୍ପତ୍ତି ସପକ୍ଷରେ ବାହାରିଛନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନକୁ ଛାତ୍ର କଂଗ୍ରେସର ବିରୋଧ, ସମର୍ଥନରେ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ

author img

By

Published : Sep 4, 2020, 8:32 PM IST

ଭୁବନେଶ୍ବର: ଗତ 2 ଦିନ ତାରିଖ ଦିନ ରାଜ୍ୟ କ୍ୟାବିନେଟର ଅନୁଷ୍ଠିତ ସ୍ବତନ୍ତ୍ର ଅଧିବେଶନରେ ବିଶ୍ବବିଦ୍ୟାଳୟ ଆଇନରେ ସଂଶୋଧନ ଅଣାଯାଇଥିବା କଥା କୁହାଯାଇଥିଲା । ଶୁକ୍ରବାର ଏହି ଆଇନକୁ ବିରୋଧ କରି ରାଜରାସ୍ତା ଅବରୋଧ କରିଥିଲା ଛାତ୍ର କଂଗ୍ରେସ । ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧିତ କରି ବିଶ୍ବବିଦ୍ୟାଳୟର ସମ୍ମାନଙ୍କୁ କ୍ଷୁଣ୍ଣ କରିବା ପାଇଁ ରଣ୍ୟ ସରକାର ଅପଚେଷ୍ଟା କରିଛନ୍ତି । ଓଡିଶା ଛାତ୍ର ଓ ଯୁବ କଂଗ୍ରେସ ଏହାକୁ ବିରୋଧ କରିବା ସହ ଏହି ଆଇନକୁ କାର୍ଯ୍ୟକାରୀ ନକରିବା ଦାବିରେ ବାଣୀ ବିହାର ଛକରେ ରାସ୍ତା ଅବରୋଧ କରି ବିରୋଧ କରିଥିଲା ।

ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନକୁ ଛାତ୍ର କଂଗ୍ରେସର ବିରୋଧ, ସମର୍ଥନରେ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ

ବିଶ୍ୱବିଦ୍ୟାଳୟର ପ୍ରୋଟୋକଲ ଅନୁଯାୟୀ କୁଳପତି ପଦବୀ ଏକ ସମ୍ମାନଜନକ ପଦବୀ । ଏହି ଆଇନ ସଂଶୋଧନ କରି ସେହି ପଦବୀର ମର୍ଯ୍ୟାଦାକୁ କ୍ଷୁଣ୍ଣ କରାଯାଇଛି । ନ୍ୟାସନାଲ ଏଜୁକେସନ ପଲିସିକୁ ପ୍ରଶାସନ ଦେଲା ବେଳେ ରାଜ୍ୟ ସରକାର ଏହାକୁ ନଷ୍ଟ କରୁଛନ୍ତି । ଯଦି ଏହି ଆଇନ ପ୍ରତ୍ୟାହାର କରାନଯାଏ ତେବେ ଛାତ୍ର କଂଗ୍ରେସ ରାଜ ରାସ୍ତାରେ ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରାଯିବ । ଆଗାମୀ ଦିନରେ ଏହି ଆନ୍ଦୋଳନ ରାଜ୍ୟ ବ୍ୟାପି କରାଯିବ ବୋଲି ଛାତ୍ର କଂଗ୍ରେସ କହିଛି ।

ଅପରପକ୍ଷେ ସରକାରଙ୍କ ଏହି ନିଷ୍ପତ୍ତି ସପକ୍ଷରେ ବାହାରିଛନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ । ଏହି ନିଷ୍ପତ୍ତି ଦ୍ୱାରା ଭବିଷ୍ୟତରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ଉନ୍ନତି ଆସିବା ସହ ଆଗରୁ ହେଉଥିବା ଦୁର୍ନୀତି ଆଦିରେ ରୋକ ଲାଗିପାରିବ ବୋଲି ପୂର୍ବତନ ଛାତ୍ର ସଭାପତି ରାଜେଶ ରାଜ ସ୍ୱାଇଁ ପ୍ରକାଶ କରିଛନ୍ତି ।

ପ୍ରକାଶ ଥାଉ କି, ରାଜ୍ୟ କ୍ୟାବିନେଟର ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନ ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ଅଣାଯାଇଥିବା କଥା କୁହାଯିବା ପରେ କଂଗ୍ରେସ ଓ ଏବିଭିପି ପକ୍ଷରୁ ବି ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ଭୁବନେଶ୍ବରରୁ ବିକାଶ ଦାସ ଓ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.