ଭୁବନେଶ୍ବର: ବାଲେଶ୍ବର-ତିର୍ତ୍ତୋଲ ଉପନିର୍ବାଚନକୁ ନେଇ ଓଡିଶା କଂଗ୍ରେସ ଏକ 30 ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରିଛି। ଏଥିରେ ଶୀର୍ଷରେ ରହିଛନ୍ତି ଓଡିଶା ପ୍ରଭାରୀ ଚେଲାକୁମାର। ସେହିଭଳି ପୂର୍ବତନ ପ୍ରଭାରୀ ବି ରହିଛନ୍ତି। ପିସିସି ସଭାପତି, ପୂର୍ବତନ ପିସିସି ସଭାପତି, ବିଧାୟକ, ସାଂସଦ ରହିଛନ୍ତି।

ଶୁକ୍ରବାର ବିଜେପି ଏବଂ ବିଜେଡ଼ି ଉଭୟେ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଥିବାବେଳେ କଂଗ୍ରେସ ମଧ୍ୟ ଜାରି କରିଛି ନିଜର ତାରକା ପ୍ରଚାରକ ତାଲିକା । ତେବେ ନଭେମ୍ବର 3ରେ ଉଭୟ ଆସନରେ ମତଦାନ ଥିବାବେଳେ ତିନି ପ୍ରମୁଖ ଦଳ ନିଜ ନିଜର ଋଣନୀତି ଆରମ୍ଭ କରିଦେଇଛନ୍ତି । '
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ