ETV Bharat / city

କୃଷିମନ୍ତ୍ରୀଙ୍କୁ କଂଗ୍ରେସର ଟାର୍ଗେଟ - କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ

କୃଷିମନ୍ତ୍ରୀଙ୍କୁ କଂଗ୍ରେସର ଟାର୍ଗେଟ । ଚାଷୀ ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ଘେରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ । ଅଧିକ ପଢନ୍ତୁ...

କୃଷିମନ୍ତ୍ରୀଙ୍କୁ କଂଗ୍ରେସର ଟାର୍ଗେଟ
କୃଷିମନ୍ତ୍ରୀଙ୍କୁ କଂଗ୍ରେସର ଟାର୍ଗେଟ
author img

By

Published : Aug 6, 2020, 2:15 PM IST

ଭୁବନେଶ୍ବର: କୃଷିମନ୍ତ୍ରୀଙ୍କ ଉପରେ ବର୍ଷିଲା କଂଗ୍ରେସ । ରାଜ୍ୟରେ କୃଷି କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାକୁ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ । କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ସେ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ।

କୃଷିମନ୍ତ୍ରୀଙ୍କୁ କଂଗ୍ରେସର ଟାର୍ଗେଟ

ଚାଷୀଙ୍କୁ ଅନଲାଇନରେ ପାଠପଢାଇଥିବା କଥା ମନ୍ତ୍ରୀ କହୁଥିବାବେଳେ କେଉଁ ଆଧାରରେ ମନ୍ତ୍ରୀ ଏକଥା କହୁଥିବା ସେ ଦର୍ଶାଇଛନ୍ତି । କୃଷି ମନ୍ତ୍ରୀ ଏପଟେ କହୁଛନ୍ତି ଚାଷୀଙ୍କୁ ଅନ୍-ଲାଇନରେ ପାଠ ପଢେଇଛୁ, ସେପଟେ ଉଚ୍ଚଶିକ୍ଷା ଦାୟିତ୍ଵରେ ଥିବା ସମ୍ପୃକ୍ତ ମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖି ଜଣାଇଛନ୍ତି ଯେ ନେଟୱାର୍କ ନ ଥିବାରୁ ପିଲାଏ ଅନ୍-ଲାଇନରେ ପାଠ ପଢି ପାରିବେ ନାହିଁ। ତେଣୁ କେଉଁ ଆଧାରରେ ମନ୍ତ୍ରୀ ଏପରି କହୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ 9ଲକ୍ଷ 20 ହଜାର ଚାଷୀଙ୍କୁ ମନ୍ତ୍ରୀ ହ୍ବାଟସଅପ୍‌ ଗ୍ରୁପ୍‌ରେ ଯୋଡିଥିବା କହୁଥିବାବେଳେ ସେ ଏପରି କିପରି କଲେ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ବିଧାୟକ । ଏହାସହ କୃଷି ବିଭାଗର ଟ୍ବିଟର ଆକାଉଣ୍ଟରେ 22,600 ଜଣ ଫଲୋୟର୍ସ ଥିବାବେଳେ 27,200 ଚାଷୀ କିପରି ବ୍ୟବହାର କରୁଛନ୍ତି ବୋଲି ମଧ୍ୟ ସେ କହିଛନ୍ତି ।

ସେହିପରି ରାଜ୍ୟସରକାର ରାଜ୍ୟରେ 45 ଲକ୍ଷ ଚାଷୀ ପରିବାର ରହିଥିବା କହୁଥିବାବେଳେ ପ୍ରାୟ 60 ଲକ୍ଷ ପରିବାର ଥିବା କଂଗ୍ରେସ ଦର୍ଶାଇଛି । ଏହାସହ ସରକାର ଦୁଇ ବର୍ଷ ତଳେ 60 ହଜାର ଫୋନ ଚାଷୀଙ୍କୁ ଦେଇଥିବା କହୁଥିବାବେଳେ ଏବେ ସେ ଫୋନ କାହିଁ ବୋଲି ପୂର୍ବତନ ବିଧାୟକ ପ୍ରଶ୍ନ କରିଛନ୍ତି ।

ସେପଟେ ଏବେବି ଅନେକ ବିଧାୟକ ଓ ମନ୍ତ୍ରୀଙ୍କର ସୋସିଆଲ ମିଡିଆରେ ଆକାଉଣ୍ଟ ନଥିବାବେଳେ ଚାଷୀମାନେ କିପରି ସୋସିଆଲ ମିଡିଆରୁ ଶିକ୍ଷା ଗ୍ରହଣ କରିବେ ବୋଲି ସେ କହିଛନ୍ତି । ଅନ୍ୟପଟେ ବର୍ତ୍ତମାନ ମହାମାରୀ ସମୟରେ ଲୋକଙ୍କ ପାଖରେ ପଇସା ନଥିବାବେଳେ ଇଣ୍ଟରନେଟ ପାଇଁ ପଇସା କେଉଁଠୁ ଆଣି ଚାଷୀ ଏସବୁ ଦେଖିବେ ବୋଲି ମଧ୍ୟ ସେ ଦର୍ଶାଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.