ETV Bharat / city

ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବରଖାସ୍ତ ଦାବି କଲା କଂଗ୍ରେସ - ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବରଖାସ୍ତ

ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ଯଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରିବାକୁ ଦାବି କରିଛି କଂଗ୍ରେସ । ବିଧାନସଭାରେ ମିଥ୍ୟା ତଥ୍ୟ ରଖିଥିବା କାରଣରୁ ଏହି ଦାବି କରିଛି ଦଳ । ରଣପୁର ନିର୍ବାଚନ ମଣ୍ଡଳୀର କେତେକ ପରିବାର କଙ୍ଗାରୁ କୋର୍ଟ ଦ୍ବାରା ବିତାଡିତ ହୋଇ ଗ୍ରାମ ବାହାରେ ରହୁଥିବା ବେଳେ ସେମାନଙ୍କୁ ଫେରାଇ ଅଣାଯାଇଥିବା କହିଥିଲେ ମନ୍ତ୍ରୀ ।

congress-press-meet
congress-press-meet
author img

By

Published : Jan 14, 2020, 5:10 PM IST

ଭୁବନେଶ୍ବର: ଦୀର୍ଘ ଦିନ ଧରି ନୟାଗଡ଼ ଜିଲ୍ଲାର ରଣପୁର ନିର୍ବାଚନ ମଣ୍ଡଳୀର କେତେକ ପରିବାର କଙ୍ଗାରୁ କୋର୍ଟ ଦ୍ବାରା ବିତାଡିତ ହୋଇ ଗ୍ରାମ ବାହାରେ ଦୟନୀୟ ଭାବେ ଜୀବନ ନିର୍ବାହ କରୁଛନ୍ତି । ତେବେ ସେମାନଙ୍କୁ ଗ୍ରାମରେ ଥଇଥାନ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅଛି । ହେଲେ ଏପର୍ଯ୍ୟନ୍ତ ସେମାନଙ୍କୁ ଥଇଥାନ କରାଯାଇନାହିଁ । ତେବେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଜଣେ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ସେମାନଙ୍କୁ ଥଇଥାନ କରାଯାଇଥିବା ଗତ 25 -11-2019 ରେ ପ୍ରକାଶ କରିଛନ୍ତି । ଯାହାକି ସମ୍ପୂର୍ଣ୍ଣ ମିଛ ବୋଲି ସାମ୍ବାଦିକ ସମ୍ମିଳନୀରେ ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ । ଏହାସହ ମୁଖ୍ୟମନ୍ତ୍ରୀ ତୁରନ୍ତ ଦିବ୍ୟଶଙ୍କରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ସେ ଦାବି କରିଛନ୍ତି ।

ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ କଂଗ୍ରେସର ଦାବି

ସୂଚନା ଅନୁସାରେ ରଣପୁର ନିର୍ବାଚନ ମଣ୍ଡଳୀ ଓଡ଼ଗାଁ ବ୍ଲକ ଗୋଡିପାଲ୍ଲୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଳିପାଟଣା ଗ୍ରାମର 12 ପରିବାରକୁ କୌଣସି ଏକ ଘଟଣାକୁ ନେଇ ଗ୍ରାମରେ କଙ୍ଗାରୁ କୋର୍ଟ ଦ୍ବାରା ଦଣ୍ଡବିଧାନ ସ୍ବରୂପ ବିତାଡିତ କରାଯାଇଛି । ଆଜକୁ 11 ବର୍ଷରୁ ଉର୍ଦ୍ଧ ସମୟ ଧରି ସେମାନେ ଗ୍ରାମ ବାହାରେ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବାବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଗ୍ରାମକୁ ଫେରାଇ ଆଣିବା ପାଇଁ କୌଣସି ପ୍ରଚେଷ୍ଟା ହୋଇ ନାହିଁ । ଏହି 12 ପରିବାରରୁ କିଛି ସଦସ୍ୟ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି।

ଯାହାକି ମନ୍ତ୍ରୀ ବିଧାନସଭାର ପବିତ୍ର ଗୃହରେ ରଖିଥିବା ବିବୃତି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ ବୋଲି କଂଗ୍ରେସ ଆଣିଛି ଅଭିଯୋଗ । ତେଣୁ ଦଳ ପକ୍ଷରୁ ହାଇକୋର୍ଟର ନିର୍ଦେଶକୁ କାର୍ଯ୍ୟକାରୀ ନକରି ପବିତ୍ର ଗୃହରେ ମିଛ କହିଥିବା ମନ୍ତ୍ରୀ ସାଧାରଣ ଲୋକଙ୍କ ବିଶ୍ବାସ ହରାଇ ସାରିଛନ୍ତି ବୋଲି ପ୍ରକାଶ କରିଛି ଦଳ । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଦୀର୍ଘ ଦିନ ଧରି ନୟାଗଡ଼ ଜିଲ୍ଲାର ରଣପୁର ନିର୍ବାଚନ ମଣ୍ଡଳୀର କେତେକ ପରିବାର କାଙ୍ଗାରୁ କୋର୍ଟ ଦ୍ୱାରା ବିତାଡିତ ହୋଇ ଗ୍ରାମ ବାହାରେ ଦୟନୀୟ ଭାବେ ଜୀବନ ନିର୍ବାହ କରୁଛନ୍ତି।ତେବେ ସେମାନଙ୍କୁ ହାଇକୋର୍ଟର ନିର୍ଦେଶ ମୁତାବକ ଗ୍ରାମରେ ଥଇଥାନ କରିବାକୁ ସରକାରଙ୍କୁ ନିର୍ଦେଶ ଦିଆ ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ଥଇଥାନ କରାଯାଇନାହିଁ।ତେବେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିଧାନସଭା ରେ ଜଣେ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ସେମାନଙ୍କୁ ଥଇଥାନ କରାଯାଇଥିବା ଗତ 25 -11-2019 ରେ ପ୍ରକାଶ କରିଛନ୍ତି।ଯାହାକି ସମ୍ପୂର୍ଣ୍ଣ ମିଛ ଅଟେ ବୋଲି କଂଗ୍ରେସ କହିବା ସହିତ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ସେ ଦାବି କରିଛନ୍ତି।

Body:ସୁଚନା ଅନୁସାରେ ରଣପୁର ନିର୍ବାଚନ ମଣ୍ଡଳୀ ଓଡ଼ଗାଁ ବ୍ଲକ ଗୋଡିପାଲ୍ଲୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଳିପାଟଣା ଗ୍ରାମର 12 ପରିବାରକୁ କୌଣସି ଏକ ଘଟଣାକୁ ନେଇ ଗ୍ରାମରେ କାଙ୍ଗାରୁ କୋର୍ଟ ଦ୍ୱାରା ଦଣ୍ଡବିଧାନ ସ୍ୱରୂପ ବିତାଡିତ କରାଯାଇଛି।ଆଜକୁ 11 ବର୍ଷରୁ ଉର୍ଦ୍ଧ ସମୟ ଧରି ସେମାନେ ଗ୍ରାମ ବାହାରେ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବାବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଗ୍ରାମକୁ ଫେରାଇ ଆଣିବା ପାଇଁ କୌଣସି ପ୍ରଚେଷ୍ଟା ହୋଇ ନଥିବା ଏହି 12 ପରିବାରରୁ କିଛି ସଦସ୍ୟ କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ଯାହାକି ମନ୍ତ୍ରୀ ବିଧାନସଭା ର ପବିତ୍ର ଗୃହରେ ରଖିଥିବା ବିବୃତି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ ବୋଲି କଂଗ୍ରେସ କହିଛି।
ତେଣୁ କଂଗ୍ରେସ ପକ୍ଷରୁ ହାଇକୋର୍ଟର ନିର୍ଦେଶ କୁ କାର୍ଯ୍ୟକାରୀ ନ କରି ପବିତ୍ର ଗୃହରେ ମିଛ କହିଥିବା ମନ୍ତ୍ରୀ ସାଧାରଣ ଲୋକଙ୍କ ବିଶ୍ୱାସ ହରାଇ ସାରିଛନ୍ତି ବୋଲି ପ୍ରକାଶ କରିଛନ୍ତି।ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.