ଭୁବନେଶ୍ବର: ରାଜ୍ୟରେ ବନ୍ୟା ଆସି ସ୍ଥିତିରେ ସୁଧାର ଆସିଲାଣି । ହେଲେ କେନ୍ଦ୍ରୀୟ ଟିମ୍ର ଦେଖାନାହିଁ । ଯାହାକୁ ନେଇ କଂଗ୍ରେସ କଟାକ୍ଷ କରିଛି ।
ବନ୍ୟାରେ ସୁଧାର ଆସିବା ପରେ ରାଜ୍ୟ ସରକାର ଯେତିକି ପଦକ୍ଷେପ ନେବା କଥା ନେଇଛନ୍ତି । ଏବେ କେନ୍ଦ୍ରୀୟ ଟିମକୁ ଅପେକ୍ଷା କରିଛନ୍ତି। ଏହାରି ଭିତରେ ସ୍ଵତନ୍ତ୍ର ରିଲିଫ କମିଶନର ଟିମ୍ ପଠାଇବାକୁ ଗୃହ ମନ୍ତ୍ରଣାଳୟକୁ ଅବଗତ କରି ସାରିଛନ୍ତି। ହେଲେ ଚିଠି ଦେବାର 7 ଦିନ ବିତିବାକୁ ଗଲାଣି। କେନ୍ଦ୍ରୀୟ ଟିମ କେବେ ଆସିବେ ସେନେଇ କିଛି ଖବର ନାହିଁ।
ରାଜ୍ୟକୁ ଏନେଇ କିଛି ଅବଗତ କରିନି କେନ୍ଦ୍ର। ଫଳରେ ଏନେଇ ସବୁଆଡେ ଅସନ୍ତୋଷ ପ୍ରକାଶ ପାଇଛି। କାହିଁକି ନା ବନ୍ୟା ସ୍ଥିତି ଅନୁଧ୍ୟାନ କରିବାର ଏବେ ହିଁ ପ୍ରକୃଷ୍ଟ ସମୟ। ହେଲେ ଟିମ ନଆସିବାରୁ ଉଦବେଗ ପ୍ରକାଶ କରିଛି କଂଗ୍ରେସ।
ବିଧାୟକ ତାରା ପ୍ରସାଦ ବାହିନୀପତି ଏନେଇ ଉଭୟ ରାଜ୍ୟ ଓ କେନ୍ଦ୍ରକୁ କଟାକ୍ଷ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ଭିତରେ ଭଲ ସମ୍ପର୍କ ରହିଛି। ହେଲେ ରାଜ୍ୟ କଥା କେନ୍ଦ୍ର ଶୁଣୁନି କିପରି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ