ଭୁବନେଶ୍ବର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦୈପଦୀ ମୁର୍ମୁ ଓଡିଶା ଆସି ସମର୍ଥନ ମାଗି ଫେରିଗଲେ । ହେଲେ ଏହି ଗସ୍ତ ପରେ ପରସ୍ପର ପ୍ରତି କାଦୁଅ ଫୋପଡା ଫୋପଡି ଆରମ୍ଭ ହେଲେଣି 3 ପ୍ରମୁଖ ରାଜନୈତିକ ଦଳ । ବିଜେଡିକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ କହିଛନ୍ତି, ବିଜେପିର ପ୍ରାର୍ଥୀ ପଛରେ ଗତକାଲି ବିଜେଡି ଖାଲି ଗୋଡାଇ ହେଲା । ବିମାନ ବନ୍ଦର, ବିଧାନସଭା, ନବୀନ ନିବାସରେ ଯେଉଁ ଭେଟଘାଟ ହେଉଥିଲା, ସେଥିରେ ବିଜେପି ପ୍ରତି ଆନୁଗତ୍ୟ ସ୍ପଷ୍ଟ ହେଉଛି ।’’
ସେହିପରି ନିଜେ ଦୌପଦୀ ନିଜକୁ ସୁଭଦ୍ରା ଓ ନବୀନଙ୍କୁ ଜଗନ୍ନାଥ କହିବା ଓଡିଶା ଜାତି ପ୍ରତି ଅସମ୍ମାନ । ଓଡିଶା ଆସି କଂଗ୍ରେସ ଦଳ ବିଧାୟକଙ୍କୁ ନଭେଟିବା ଆଦୌ ସୌଜ୍ୟନତା ନୁହେଁ । ଯଦିଓ ଆମ ଦଳ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀକୁ ବିରୋଧ କରୁଛି ହେଲେ, ଓଡିଆ ହିସାବରେ କଂଗ୍ରେସ ଦଳ ବିଧାୟକଙ୍କୁ ଭେଟିଲେ ଆମେ ଖୁସି ହୋଇଥାନ୍ତୁ । ଆମ ବିବେକ କଥା ଶୁଣି ଓଡିଆ ପ୍ରାର୍ଥୀଙ୍କ କଥା ବିଚାର କରିଥାନ୍ତୁ ବୋଲି କହିଛନ୍ତି ସୁର ।
ଇଟିଭି ଭାରତ, ଭୁବନେଶ୍ବର