ETV Bharat / city

ବିଜେପି ପ୍ରଶିକ୍ଷଣ ଶିବିରକୁ କଂଗ୍ରେସର କଟାକ୍ଷ

author img

By

Published : Sep 13, 2022, 9:20 PM IST

ବିଜେପିର ପ୍ରଶିକ୍ଷଣ ଶିବିରକୁ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ କଟାକ୍ଷ । ଅଧିକ ପଢନ୍ତୁ

ବିଜେପି ପ୍ରଶିକ୍ଷଣ ଶିବିରକୁ କଂଗ୍ରେସର କଟାକ୍ଷ
ବିଜେପି ପ୍ରଶିକ୍ଷଣ ଶିବିରକୁ କଂଗ୍ରେସର କଟାକ୍ଷ

ଭୁବନେଶ୍ବର: ବିଜେପିର ପ୍ରଶିକ୍ଷଣ ଶିବିରକୁ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ କଟାକ୍ଷ । ବିଜେପିର ମିଶନ 120 କସରତ ଆରମ୍ଭ ହୋଇଛି। ପୁରୀରେ ଆରମ୍ଭ ହେଲା ବିଜେପିର 3 ଦିନିଆ ପ୍ରଶିକ୍ଷଣ ଶିବିର। ଦଳୀୟ ନେତାଙ୍କୁ ମନ୍ତ୍ର ଦେବେ ପ୍ରଭାରୀ ଏବଂ ହାଇକମାଣ୍ଡ । ଆଗାମୀ 2024 ନିର୍ବାଚନରେ ଦଳ କିଭଳି କ୍ଷମତାକୁ ଆସିବ ସେ ନେଇ ଚାଲିଛି ମାନସ ମନ୍ଥନ। ରାଜ୍ୟ ସରକାରଙ୍କ ବିଫଳତା , କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ ଜନସାଧାରଣ ଙ୍କ ପାଖରେ ପହଞ୍ଚିବାକୁ ନେଇ ଚାଲିଛି ଆଲୋଚନା।

ହେଲେ ବିଜେପିର ପ୍ରଶିକ୍ଷଣ ଶିବିରର କୌଣସି ପ୍ରଭାବ ପଡିବନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ବିଜେପି ପ୍ରଶିକ୍ଷଣ ଶିବିର ଜରିଆରେ ବାହାସ୍ପଟ ମାରିବାକୁ ଚାହୁଁଛି । ଏହା ଖାଲି ଲୋକ ଦେଖାଣିଆ। ହେଲେ ରାଜ୍ୟବାସୀ କେନ୍ଦ୍ରର ଦରଦାମ ବୃଦ୍ଧି, ମିଛ ପ୍ରତିଶୃତି ବିଷୟରେ ଅବଗତ ହୋଇସାରିଲେଣି। ଆଉ ଯେତେ ବଡ କଥା , ଯୋଜନା କଥା କହିଲେ ଲୋକେ ଭରଷା କରିବେନାହିଁ। ତେଣୁ ବିଜେଡି ବିଜେପି ଭିତରି ସମ୍ପର୍କ ମଧ୍ୟ ସମସ୍ତଙ୍କୁ ଜଣାପଡି ସାରିଛି। ଆଗକୁ 2024 ନିର୍ବାଚନ ରେ ବିକଳ୍ପ ଭାବେ କଂଗ୍ରେସ ଭଲ ପ୍ରଦର୍ଶନ କରିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.