ଭୁବନେଶ୍ବର: ବିଜୁ ଜନତା ଦଳରେ ସାମିଲ ହେଲେ କେନ୍ଦୁଝର ଜିଲ୍ଲାର ସଂଖ୍ୟାଧିକ ବିଜେପି ଓ କଂଗ୍ରେସ ଦଳର ନେତା ଓ କର୍ମୀ। ଏହି ଉପଲକ୍ଷେ ଭୁବନେଶ୍ବର ସ୍ଥିତ ରାଜ୍ୟ ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ଏଥିରେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଉପସ୍ଥିତ ଥିଲେ।
ଏହାବି ପଢନ୍ତୁ : ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ, 13 ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ବିଜେଡିକୁ ଅଧିକ ସଶକ୍ତ କରିବ । ଏହାସହ ଦଳ ଅଧିକ ଲୋକାଭିମୁଖୀ ହେବ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ। ବିଜେଡ଼ିରେ ସାମିଲ ହୋଇଥିବା ନେତାମାନେ ମଧ୍ୟ ଦଳର ସଂଗଠନକୁ ମଜଭୁତ କରିବେ ବୋଲି କହିଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ