ETV Bharat / city

କଂଗ୍ରେସର ଫୋନ୍ ଟ୍ୟାପିଂ ଅଭିଯୋଗ, କାଉଣ୍ଟର କଲା ବିଜେପି - ରାଜ୍ୟପାଳଙ୍କୁ ଦାବି ପତ୍ର

ଫୋନ୍ ଟ୍ୟାପିଂ ନେଇ ବିଜେପି ବିରୋଧରେ ଆଭିଯୋଗ ଆଣିଛି କଂଗ୍ରେସ ଦଳ । ଆଉ ଏହାକୁ ଖଣ୍ଡନ କରିଛି ବିଜେପି । ଅଧିକ ପଢନ୍ତୁ...

କଂଗ୍ରେସର ଫୋନ୍ ଟ୍ୟାପିଂ ଅଭିଯୋଗରେ ମୁହଁ ଖୋଲିଲେ ବିଜେପି ନେତା: ପ୍ରଦୀପ

author img

By

Published : Jul 21, 2021, 10:10 PM IST

Updated : Jul 21, 2021, 10:33 PM IST

ଭୁବନେଶ୍ବର: ଫୋନ୍ ଟ୍ୟାପିଂ ନେଇ ବିଜେପି ବିରୋଧରେ ଆଭିଯୋଗ ଆଣିଛି କଂଗ୍ରେସ ଦଳ । ଆଉ ଏହାକୁ ଖଣ୍ଡନ କରିଛି ବିଜେପି । ଏନେଇ ମୁହଁ ଖୋଲିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ସେ ମଧ୍ୟ କହିଛନ୍ତି କି ଯେଉଁଠାରେ ଦେଶଦ୍ରାହ କାର୍ଯ୍ୟକଳାପ, କୌଣସି ବିବାଦୀୟ ଆଲୋଚନା ପର୍ଯ୍ୟାଲୋଚନା ହେଉଥିବ ସେନେଇ ଗୁଇନ୍ଦା ବିଭାଗ ପକ୍ଷରୁ ଟ୍ୟାପିଂ ହେଉଥାଇପାରେ କିନ୍ତୁ ରାଜନୈତିକ ହିସାଂ ପରାୟଣ କିମ୍ବା ରାଜନୈତିକ ଉଦ୍ଦେଶ୍ୟ ରଖି ଦଳ ଏପରି କରୁନାହିଁ ।

କଂଗ୍ରେସର ଫୋନ୍ ଟ୍ୟାପିଂ ଅଭିଯୋଗ, କାଉଣ୍ଟର କଲା ବିଜେପି

ସେପଟେ କଂଗ୍ରେସ ଅଭିଯୋଗର ଜବାବ ରଖିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର । ଫୋନ୍ ଟ୍ୟାପିଂ କରିବା କଂଗ୍ରେସର ପୁରୁଣା ଅଭ୍ୟାସ ହୋଇଥିବା ନେଇ ସେ କହିଛନ୍ତି । କଂଗ୍ରେସ କେବଳ ଭାବନାରୁ ଅଭିଯୋଗ କରୁଛି ।

କୌଣସି ପ୍ରମାଣ ନଥାଇ ଯେତେବେଳେ ଭାରତ ସରକାର ଟ୍ୟାପିଂ ହୋଇନଥିବା ସ୍ପଷ୍ଟିକରଣ ଦେଇସାରିଛନ୍ତି ସେତେବେଳେ ଏପରି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ବିଜେପି କହିଛି । କେବଳ ଦଳକୁ ବଞ୍ଚାଇବା ପାଇଁ ଦଳର ଉଦ୍ୟମ ହୋଇଥାଇପାରେ ବୋଲି ଦୃଢୋକ୍ତି କରିଛନ୍ତି । ତେଲ ଦର ନେଇ କଂଗ୍ରେସ ଆନ୍ଦୋଳନ କରୁଛି ହେଲେ ରାଜ୍ୟ ସରକାରଙ୍କୁ ବିରୋଧ କରିବାର ସତ ସାହସ ନାହିଁ ।

ମିଥ୍ୟା ଅମୂଳକ ଅଭିଯୋଗ କରୁଛି କଂଗ୍ରେସ ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Jul 21, 2021, 10:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.