ଭୁବନେଶ୍ବର: ପୋଲିସ ଅଧିକାରୀଙ୍କ ପାଇଁ କ୍ବାର୍ଟର କଥା ଚିନ୍ତା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଆଉ ଘର ପାଇଁ ହଇରାଣ ହେବେ ନାହିଁ ପୋଲିସ ଅଧିକାରୀ (Police Quarters Tension)। ଭଡ଼ା ଘର ନେବେନି ପୋଲିସ ପରିବାର । ଏହି ସମସ୍ୟାର ସମାଧାନ ପାଇଁ ୫୦୪ କ୍ବାର୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ (Police Quarters Lay Foundation by Odisha CM) ।
ପୋଲିସ ଅଧିକାରୀଙ୍କୁ ଭୁବନେଶ୍ବରରେ ରହିବା ପାଇଁ ବିଭିନ୍ନ ସମସ୍ୟା ହେଉଥିଲା । ଥାନାଠୁ ଦୂର ଘର ହୋଇଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଅନେକ ପୋଲିସ ଅଧିକାରୀ । ସମସ୍ୟାର ସମାଧାନ ପାଇଁ ଭୁବନେଶ୍ବରରେ ପ୍ରସ୍ତୁତ ହେଉଛି ୫୦୪ କ୍ବାର୍ଟର । ଆଉ ଏହି ଆଦର୍ଶ ଆରକ୍ଷୀ ପରିବାର ଆବାସ ପ୍ରକଳ୍ପର (Adarash Arakhi paribar Abas Project) ଶୁଭାରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ ।
ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ମୁଖ୍ୟତଃ କନଷ୍ଟେବଳ ଓ ହେଡ୍ କନଷ୍ଟେବଳଙ୍କ ପାଇଁ ଅଧିକାଂଶ ଘର ନିର୍ମାଣ ହୋଇଛି । ରାଜଧାନୀର ତିନୋଟି ସ୍ଥାନରେ ଏହି ବାସଗୃହ ନିର୍ମାଣ କାର୍ଯ୍ୟ ଚାଲିଛି । ଆଗାମୀ ଦିନରେ ପୋଲିସ ହାଉସିଂ ଜରିଆରେ ଆହୁରି ଅଧିକ ଆବାସ ନିର୍ମାଣ ପାଇଁ ଯୋଜନା ରହିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ