ETV Bharat / city

କିଏ ହେବେ ନବୀନଙ୍କ ଉତ୍ତରାଧିକାରୀ, ସଂକେତ ଦେଲେ ମୁଖ୍ୟମନ୍ତ୍ରୀ

author img

By

Published : Oct 7, 2022, 10:53 PM IST

କିଏ ହେବ ନବୀନଙ୍କ ଉତ୍ତରାଧିକାରୀ । ସଂକେତ ଦେଲେ ନବୀନ । କହିଲେ ଦଳ ନିଷ୍ପତ୍ତି ନେବ । ପ୍ରକ୍ରିୟା ଆରମ୍ଭ ହୋଇଛି । ଏକ ଇଂରାଜୀ ପତ୍ରିକାକୁ ନିକଟରେ ନବୀନ ପଟ୍ଟନାୟକ (CM Naveen Patnaik) ସାକ୍ଷାତକାର ଦେଇ ଏହା କହିଛନ୍ତି। ନବୀନଙ୍କ ଏହି ସଂକେତ ପରେ ରାଜ୍ୟ ରାଜନୀତିରେ ଜବରଦସ୍ତ ଚର୍ଚ୍ଚା । କିଏ ହେବେ ନବୀନଙ୍କ ଉତ୍ତରାଧିକାରୀ ? କାହା ହାତରେ ରହିବ ବିଜେଡି (Biju Janata Dal) କମାଣ ? ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: କିଏ ହେବ ନବୀନଙ୍କ ଉତ୍ତରାଧିକାରୀ । ସଂକେତ ଦେଲେ ନବୀନ । କହିଲେ ଦଳ ନିଷ୍ପତ୍ତି ନେବ । ପ୍ରକ୍ରିୟା ଆରମ୍ଭ ହୋଇଛି । ଏକ ଇଂରାଜୀ ପତ୍ରିକାକୁ ନିକଟରେ ନବୀନ ପଟ୍ଟନାୟକ (CM Naveen Patnaik) ସାକ୍ଷାତକାର ଦେଇ ଏହା କହିଛନ୍ତି । ନବୀନଙ୍କ ଏହି ସଂକେତ ପରେ ରାଜ୍ୟ ରାଜନୀତିରେ ଜବରଦସ୍ତ ଚର୍ଚ୍ଚା । କିଏ ହେବେ ନବୀନଙ୍କ ଉତ୍ତରାଧିକାରୀ ? କାହା ହାତରେ ରହିବ ବିଜେଡି (Biju Janata Dal) କମାଣ ? କିଏ ସେହି ବ୍ୟକ୍ତି ? ଯିଏ ପଟ୍ଟନାୟକ ପରିବାରର ହେବେ ରାଜନୈତିକ ଉତ୍ତରାଧିକାରୀ ? ପରିବାରରୁ କିଏ ଆସିବେ, ନା ଦଳରୁ ? ନା କୌଣସି ପ୍ରଶାସନିକ ଅଧିକାରୀ ନେବେ ବିଜେଡିର ନେତୃତ୍ବ । ଏମିତି ଅନେକ ପ୍ରଶ୍ନ ଏବେ ରାଜ୍ୟବାସୀଙ୍କ ମନରେ ଉଙ୍କି ମାରୁଛି ।

କିଏ ହେବେ ନବୀନଙ୍କ ଉତ୍ତରାଧିକାରୀ, ସଂକେତ ଦେଲେ ମୁଖ୍ୟମନ୍ତ୍ରୀ

ଏବେ ନଜର ପକାନ୍ତୁ କଣ କହିଛନ୍ତି ନବୀନ ନିର୍ଦ୍ଦିଷ୍ଟ ଇଂରାଜୀ ପତ୍ରିକାକୁ । ପ୍ରଶ୍ନ ଥିଲା ଆପଣଙ୍କ ପରେ ବିଜେଡି କଥା କିଏ ବୁଝିବ ବା କାହା ନିୟନ୍ତ୍ରଣରେ ରହିବ ବିଜେଡି । କେହି ଉତ୍ତରାଧିକାରୀ ଆସିବାର ଯୋଜନା ଅଛି କି ? ଏହାର ଜବାବରେ ଅତି ସ୍ପଷ୍ଟ ଭାବେ ନବୀନ କହିଥିଲେ ବିଜେଡି ଏକ ଭାଇବ୍ରାଣ୍ଟ ରାଜନୈତିକ ଦଳ । ଯାହାର ଦୃଢ ଗଣତାନ୍ତ୍ରୀକ ମୂଲ୍ୟବୋଧ ରହିଛି । ଓଡିଶାବାସୀଙ୍କ ଏହା ଆସ୍ଥାଭାଜନ ହୋଇପାରିଛି । ଦଳର ନିଶ୍ଚିତ ଭାବେ ନିର୍ଦ୍ଦିଷ୍ଟ ଯୋଜନା ରହିଛି । ଅତ୍ୟନ୍ତ ସ୍ନେହ ଓ ଆଦରର ସହିତ ଦଳକୁ ଆସିବାକୁ ଉତ୍ତରାଧିକାରୀ ଲମ୍ବା ସମୟ ପାଇଁ ଲୋକଙ୍କ ସେବା କରିବ ।

ଏହାବି ପଢନ୍ତୁ- ରାଜନେତା ଓ ସିନେ ପ୍ରଯୋଜକଙ୍କୁ ବ୍ଲାକମେଲିଂ, ଅଭିଯୋଗ ପରେ ଗିରଫ ହେଲେ ଲେଡି ବ୍ଲାକମେଲର

ନବୀନଙ୍କ ଉତ୍ତରରୁ ଯାହା ଜଣାପଡୁଛି, ନବୀନ ସଂକେତ ଦେଇଛନ୍ତି ଯେ ତାଙ୍କ ପରେ ଉତ୍ତରାଧିକାରୀ କିଏ ହେବ । ସେନେଇ ନିର୍ଦ୍ଦିଷ୍ଟ ଭାବେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଠାରେ ଆପଣଙ୍କୁ ମନେ ପକାଇ ଦେବାକୁ ଚାହିଁବୁ ଯେ ଆଜିକୁ 3ବର୍ଷ ତଳେ ଏକ ଲିଟେରାରୀ କାର୍ଯ୍ୟକ୍ରମରେ ଯୋଗଦେଇ ନବୀନ କହିଥିଲେ, ମୋ ଉତ୍ତରାଧିକାରୀ କିଏ ହେବ ସେ ନିଷ୍ପତ୍ତି ଓଡିଶାବାସୀ ନେବେ । ଏବେ କିନ୍ତୁ କହିଛନ୍ତି ଦଳ ନିଷ୍ପତି ନେବ କିଏ ହେବ ଉତ୍ତରାଧିକାରୀ । ଏନେଇ ନିର୍ଦ୍ଦିଷ୍ଟ ଯୋଜନା ହେଉଥିବା କଥା କହି ନବୀନ ପରୋକ୍ଷରେ ଇସାରା କରିଛନ୍ତି ଯେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

ଏହାବି ପଢନ୍ତୁ- Tesla Deliver 1st Semi Trucks: ଡିସେମ୍ବର 1 ସୁଦ୍ଧା ପେପ୍ସିକୁ ପ୍ରଥମ ସେମି ଟ୍ରକ୍ ଯୋଗାଇବ ଟେସଲା

ଏବେ ବଡ ପ୍ରଶ୍ନ କଣ ଏହି ଯୋଜନା । କିଏ ହେବ ଉତ୍ତରାଧିକାରୀ । ଦଳ ଭିତରେ କୌଣସି ନେତା ନା ପ୍ରଶାସନିକ ଅଧିକାରୀ ନା ପରିବାରର କେହି ସଦସ୍ୟ । କାହା ଆଡକୁ ନବୀନ ଇସାରା କରିଛନ୍ତି ତାହା ସ୍ପଷ୍ଟ ହୋଇନଥିଲେ ବି ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ନବୀନଙ୍କ ଉତ୍ତରାଧିକାରୀ କିଏ ତାହା ସ୍ଥିର ହୋଇସାରିଛି । ଏବେ ଅପେକ୍ଷା ରହିବ ସେହି ସମୟକୁ ଯେତେବେଳେ ଏ ରାଜ୍ୟ ଦେଖିବ ନବୀନଙ୍କ ଉତ୍ତରାଧିକାରୀ କିଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.