ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି(ଶୁକ୍ରବାର) ଇନଫୋସିଟିରେ କୋଭିଡ୍-19 ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ ଶୁଭାରମ୍ଭ କରିଛନ୍ତି । ଏହି କିଟ୍ ଗୁଡିକ 24 ଘଣ୍ଟା ମଧ୍ୟରେ ଓଡିଶାର ଯେକୌଣସି ସ୍ଥାନକୁ ବିତରଣ କରାଯାଇପାରିବ । ଏହା ରାଜ୍ୟରେ ଶୀଘ୍ର ଆଣ୍ଟିଜେନ୍ ଟେଷ୍ଟ କିଟର ଚାହିଦା ପୂରଣ କରିବ ।
ଓଡ଼ିଶା ଭିତ୍ତିକ ବାୟୋ-ଟେକ୍ ଫାର୍ମ IMGENEX ଇଣ୍ଡିଆ କିଟ୍ ଉତ୍ପାଦନ କରିବ । ସମଗ୍ର ପୂର୍ବ ଭାରତରେ ଏହା ହେଉଛି ପ୍ରଥମ ଡାଇଗ୍ନୋଷ୍ଟିକ୍ କିଟ୍ ଉତ୍ପାଦନ ସୁବିଧା ।
IMGENEX ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ 2004 ରେ ଭୁବନେଶ୍ୱରରେ ପ୍ରତିଷ୍ଠିତ ହୋଇଥିଲା । ଏହା ଭାରତର ଏକ ଅଗ୍ରଣୀ ବାୟୋଟେକ୍ ଫାର୍ମ ଯାହା, ସଂକ୍ରାମକ ରୋଗ ଭଳି ଗବେଷଣା ପାଇଁ ବ୍ୟବହୃତ । ଏହି କୀଟକୁ ଜାନୁଆରୀ 28 ତାରିଖରେ ଓଡ଼ିଶା ପ୍ରସ୍ତୁତ ପ୍ରଥମ ଆଣ୍ଟିଜେନ୍ ଟେଷ୍ଟ୍ କିଟ୍କୁ ICMRର ଅନୁମତି ଦେଇଥିଲା ।